ପୃଷ୍ଠା:Typical selections from Oriya literature.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୨
ଓଡ଼ିଆ ସାହିତ୍ୟ-ପରିଚୟ

କରେ ବଳୟ ବାହୁଟି କଙ୍କଣ ।
କଟିତଟେ ଶୋହେ ପୀତବସନ ।
କଟିସୂତ୍ର ମେଖଳା ଓଡ଼ିଆଣୀ ।
ଚାରୁ ଚରଣେ ନୂପୁର ବାଜେଣୀ ।
ରତ୍ନ କଠାଉ ଶୋହେ ପଦ୍ମପାଦେ ।
ଦାସ ଦନାଇ ସେବା ସେହି ଠାବେ ।

ଦ୍ୱିତୀୟ ଛାନ୍ଦ

ଖେଳି ଆସୁଥାନ୍ତି ନାନା ରଙ୍ଗେଣ ।
ଗୋପସୁତ ବେଢ଼ି ଥାନ୍ତି ସଙ୍ଗେଣ ।
ନୀଳମଣି କି ଘେରି ହେମମାଳି ।
ତଥି ମଧ୍ୟେ ସୁନ୍ଦର ବନମାଳୀ ।
ତାହା ଦେଖି ହେଉଥାଉଁ ଉସତ ।
ମତ୍ତଗରବେ ହେଉଥାଉଁ ମତ୍ତ ।
ତାଙ୍କୁ ପାଇବା ଆମ୍ଭେ ଆଉ କାହି ।
ଭାବି ମାରିବା ସିନା ଦେହ ଦେଇ ।
ଆଉ ଲୋଡିଲେ କାହିଁଛି ସେ କଥା ।
ପଠି ଘେନଇ ନାହିଁ ପେଟବ୍ୟଥା ।
ଏକ ଗୋପିଏ ବୋଇଲା ସଙ୍ଗାତ ।
ମୋତେ ଦିନେ କଳେ କୃଷ୍ଣ ଯେମନ୍ତ ।
କହିବାକୁ ବଡ଼ ଲାଜ ମାଡ଼ଇ ।
ତାର କଥା ମନରୁ ନ ଛାଡ଼ଇ ।
ଦିନେ ଦେଖି ପଥେ ଆସିବା ବେଳେ ।
ରହ ବୋଲି ଧଇଲା ଯାଇ ବଳେ ।
ମୁହି ଭୂମିରେ ପଡ଼ିଲଇ ଶୋଇଁ ।
ମୋତେ କାଖକରି ନେଲେ ମାଧୋଇ ।
ନେଇ ନିକୁଞ୍ଜବନର ଭିତର ।
ଯେତେ ସୁରତି କଲେ ଆଗୋଚର ।
କାହିଁ ଶିଖିଲା କାହ୍ନୁ ଏତେ ରଙ୍ଗ ।
ମୋର ଜ୍ଞାନ ହରି ନେଲା ଶ୍ରୀରଙ୍ଗ ।
ସେହି ଦିନୁ କାହ୍ନୁ ମୋର ଜୀବନ ।
ବନୁଁ ଆସିବାକୁ ନୋହେ ମୋ ମନ ।
ଏକ ଗୋପୀଏ ବୋଇଲା ମିତଣି ।
ଦିନେ ଗଲି ମୁଁ ଘାଟେ ନୀର ଆଣି ।