ପୃଷ୍ଠା:Typical selections from Oriya literature.pdf/୪୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୫୦
ଓଡ଼ିଆ ସାହିତ୍ୟ-ପରିଚୟ

ପ୍ରକ୍ରିୟା ରସ ଭେଦ ଦୁଇ । ବିଟପୀ ଶୁଦ୍ଧ ପ୍ରେମାହୋଇ ।
ଶୁଣ ଏ ଚାରିଙ୍କ ପ୍ରକାର । ଯେ ଯେଉଁ ପ୍ରକାରେ ପ୍ରଚାର ।
ସ୍ୱକ୍ରିୟା ସ୍ୱତନ୍ତରା ନାରୀ । ତାହାକୁ ଆଣି ବିଭା କରି ।
ତ‌ହିଁ ନିର୍ମଳ ପ୍ରେମ କିବା । ଦଇବ ଯୋଗେ ସିନା ବିଭା ।
ବର କନ୍ୟାର କି ଆୟତ୍ତ । ସେ କୁଳାଚାର ବିଧିମତ ।
ଔଷଧ ଯେହ୍ନେ ନ ରୁଚଇ । ବ୍ୟାଧି ସଂଯୋଗ ବଳେ ଖାଇ ।
ଏରୂପେ ଭୋଗ କନ୍ୟାବର । ଅବା ମିଳଇ ପରସ୍ପର ।
ଲଜ୍ଜା ଏହାର ମୂଳଧନ । ଏ କୁଳବଧୂଙ୍କ ଲକ୍ଷଣ ।
ଏଥିରେ କି ପ୍ରେମ ପ୍ରଧାନ । ସମାନ ରସ ଏବେ ଶୁଣ ।
ଯେ ନାରୀଧନ ଲୋଭ ପାଇ । ଧନେ ସୁରତି ରସ ଦେଇ ।
ସେ ନାରୀ ଗଣିକା ସଦୃଶ । ତାକୁ ରମନ୍ତି କୁ ପୁରୁଷ ।
ରସିକ ପୁରୁଷ ନିର୍ଦ୍ଧନେ । ସେ ନାରୀ ଛାଡ଼ଇ ବ‌ହ‌ନେ ।
ବିଟପୀରସ ଏବେ ଶୁଣ । ପାଇଲେ ପୁରୁଷ ନିର୍ଦ୍ଧନ ।
ଗୀଢ଼ ସୁରତି ଯ‌ହିଁ ପାଇ । ତା ମନ ତାହାକୁ ରମଇ ।
ସୁରତି ଆଶାରେ ବିଶେଷ । ତା ତ‌ହୁଁ ପାଇଲେ ପୁରୁଷ ।
ତା ବୋଲେ ତାକୁ ନାଶ କରେ । ତା ସୁଖେ ଏକାନ୍ତ ବିହରେ ।
ଏରୂପେ ବିଟପୀଙ୍କ ରସ । ତୁ ଯେ କ‌ହିଲୁ ପୀତବାସ ।
ପୁଣି କ‌ହିଛୁ ଏବେ ଶୁଣ । ଯେ ଶୁଦ୍ଧ ପ୍ରେମାର ଲକ୍ଷଣ ।
ପ୍ରକ୍ରିୟା ମଧ୍ୟେ ଶୁଦ୍ଧ ପ୍ରେମା । କେ କ‌ହୁ ତାହାଙ୍କ ମ‌ହିମା ।
ପ୍ରେମ କପୋତ ଇଚ୍ଛାକରି । ପୂଜନ୍ତି ଶଙ୍କରଗଉରୀ ।
କାର୍ତ୍ତିକ ମକର ସ୍ନାହାନ । ଶକ୍ତି କ୍ରମରେ ଦ୍ୟନ୍ତି ଦାନ ।
ପ୍ରେମିକ ପୁରୁଷ ପାଇବୁ । ଏ ଯଉବନ ତାକୁ ଦେବୁ ।
ଏମନ୍ତେ ବାଞ୍ଛା କରି ମନେ । ପୂଜନ୍ତି ପାର୍ବତୀ ଚରଣେ ।
ଯେବେ ବିଧାତା ବଶେ ଥାଇ । ଅନ୍ୟୈକ ପତି ବିଭା ହୋଇ ।
ତା ସଙ୍ଗେ ଥାନ୍ତି ଲଜ୍ଜାଭରେ । ବନ୍ଦୀ ଯେସନେ ବନ୍ଦି ଘରେ ।
ପ୍ରେମିକ ପୁରୁଷ ରତନ । ତାହାକୁ ହୁଅଇ ପ୍ରସନ୍ନ ।
ନିର୍ମଳ ଶୁଦ୍ଧ ପ୍ରେମ ମୋହେ । ତକ୍ଷଣେ ପାସୋରନ୍ତି ଦେହେ ।
ପରମ ଜୀବ ପ୍ରାୟେ ମିଶେ । ପିଣ୍ତ ବ୍ରହ୍ମାଣ୍ତ ଶୂନ୍ୟ ଦିଶେ ।
ଦର୍ଶନ ମାତ୍ରକେ ଏ ଗତି । ଏମନ୍ତ ନିର୍ମଳ ପୀରତି ।
ପ୍ରେମ-ପୀୟୂଷ ରସ ଖାଇ । ବିଷୟ ରସ ନ ଲାଗଇ ।
ପ୍ରଭୁ ସେବକ ବଡ଼ ସାନ । ସେ ପ୍ରେମେ ନ ମିଶେ ଏମାନ ।
ପ୍ରେମଜ୍ଞ ପୁରୁଷ‌ଟି ମୁହିଁ । ମୋ ତ‌ହୁଁ ପ୍ରେମଜ୍ଞତା ନାହିଁ ।
ତୁମ୍ଭେ ଯେ ନିତ୍ୟ ନାରୀଚୟ । ତୁମ୍ଭରେ ପ୍ରେମ ମିଶି ଭୟ ।
ନିଷ୍ଠା ପ୍ରତିଷ୍ଠା ଶୁଦ୍ଧାଶୁଦ୍ଧ । ମିଶିଛି ଏ ବିଧିନିଷେଧ ।