ପୃଷ୍ଠା:Typical selections from Oriya literature.pdf/୫୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯୩
ଓଡ଼ିଆ ସାହିତ୍ୟ-ପରିଚୟ

ତୁମ୍ଭର ଜଣାଇବାରୁ ସୀତା ଆସିବେ । କେବଳ ସେ ଆଉ ଥରେ ପରୀକ୍ଷା ଦେବେ । ଏମନ୍ତ କ‌ହିଣ ଅଣାଇଲେ ଦୁଆରୀ । ଆଜ୍ଞାଦେଲେ ଶ୍ରୀମୁଖରେ କୋଦଣ୍ତଧାରୀ । ବାଲମୀକି ଆଶ୍ରମକୁ ତ୍ୱରିତେ ଯିବୁ । ଆମ୍ଭର ଆଜ୍ଞା ବୋଲିଣ ତାଙ୍କୁ କ‌ହିବୁ । ବୋଲିବୁ ଏମନ୍ତ ଆଜ୍ଞା ଦେଲେ ନୃପତି । ସୀତାଙ୍କୁ ଘେନିଣ ବିଜେ କରିବ ଯତି । ଆଜ୍ଞା ପାଇ ପଡ଼ିହାରୀ ତ୍ୱରିତେ ଗଲା । ବାଲମୀକି ଆଶ୍ରମରେ ପ୍ରବେଶ ହେଲା । ଜନ‌କ ସୁତାଙ୍କୁ ସେ ପ୍ରବୋଧ୍ୱ କ‌ହିଲେ । ରଘୁନାଥ ଆଜ୍ଞା ତୁମ୍ଭେ ଯିବ ବୋଇଲେ । ଆମ୍ଭର ସଙ୍ଗରେ ମାଏ ଯାଗକୁ ଯିବ । ଆଜ୍ଞାଦେଇଣ ଅଛନ୍ତି ତୁମ୍ଭରି ଧବ । ଦେଖିଣ ରାମ ତୁମ୍ଭଙ୍କୁ ହେବେ ହରଷ । ଦେଖିଣ ଦେବତାମାନେ ହୋଇବେ ତୋଷ । ଏତେ କ‌ହି ଜାନ‌କୀଙ୍କି ସଙ୍ଗତେ ଘେନି । ବୋଲିଏ ବିଶି ଅବିଳମ୍ବେ ବାହାର ମୁନି ।

ଦ୍ୱାତ୍ରିଂଶ ଛାନ୍ଦ

ରାଗ - ଚକ୍ରକେଳି ବାଣୀ

ସୀତାଙ୍କୁ ଘେନିଣ ମୁନି ପ୍ରବେଶ । ମହୀ ଘେନି ଅଇଲେ କି ପ୍ରଜେଶ ।
ଆସନ ଦେଇ ରାମ ପୂଜା କଲେ । ଖଣ୍ତେ ଦୂରେ ଜାନ‌କୀ ଉଭା ହେଲେ ।
କରିଛନ୍ତି ବେନିକର ଅଞ୍ଜଳି । ମହୀକି ନୁଆଇଁ ଛନ୍ତି ମଉଳି ।
କ୍ରୋଧେ କୋକନ‌ଦ ଦେବୀ ଲପନ । ଦିଶୁଅଛନ୍ତି ଦ‌ହିଲା ସୁବର୍ଣ୍ଣ ।
ବାଲମୀକି ବୋଲନ୍ତି ହେ ଶ୍ରୀରାମ । କାହା ମୁଖୁଁ ଶୁଣି କଲ ଏ କର୍ମ ।
ତୁମ୍ଭେତ ପଣ୍ତିତ ମହାଦୟାଳୁ । ଲୋକବାଦକୁ ହୋଇଲ ଭୟାଳୁ ।
ଆମ୍ଭେ ଜାଣୁଁ ତାଙ୍କର ନାହିଁ ଦୋଷ । କ‌ହିଛନ୍ତି ପୂର୍ବେ ଦିବଓକସ ।
ତୁମ୍ଭ ଅନ୍ତଃପୁର ଆମ୍ଭ ଆଶ୍ରମ । ପୂର୍ବୁ ଅଟଇ ଅଭିନ୍ନ ଭୋ ରାମ ।
ଏ ତୁମ୍ଭର ବେନିସୁତ ଯାମଳ । ବେଦବେଦାନ୍ତରେ ଏହି କୁଶଳ ।
ରାମାୟଣରେ ସମ୍ପୂର୍ଣ୍ଣ ଶୁଣିବ । ଭବିଷ୍ୟ ବୋଲିଣ ତୁମ୍ଭେ ଜାଣିବ ।
ରାମ ବୋଲନ୍ତି ଶୁଣିବାକ ଋଷି । ଆମ୍ଭେ ଜାଣୁ ସୀତା ନିର୍ଦ୍ଦୋଷୀ ।
ପ୍ରତ୍ୟକ୍ଷେ ଅଗ୍ନି ଭିତରୁ ଅଇଲେ । ନିର୍ଦ୍ଦୋଷୀ ବୋଲିଣ ତାତ ବୋଇଲେ ।
ଋକ୍ଷ ରାକ୍ଷସ ବାନର ଦେଖିଲେ । ନିର୍ଦ୍ଦୋଷୀରେ ପିତା ତାଙ୍କୁ ଲେଖିଲେ ।
ତେଣୁ ଆମ୍ଭେ କଲୁ ଯେ ଅଙ୍ଗୀକାର । ଅଯୋଧ୍ୟାଜନେ କଲେ ଅବିଚାର ।
ରାବଣପୁରୁଁ ସୀତାଙ୍କୁ ଆଣିଲେ । ଲୋଭେ ତାହାଙ୍କୁ ତେଜି ନ ପାରିଲେ ।
ଏବେ କଲୁଁ ଅଶ୍ୱମେଧ ସମ୍ପୂର୍ଣ୍ଣ । ଆସି ଅଛନ୍ତି ବ‌ହୁତ ରାଜନ ।
ସ୍ୱଦେଶୀ ବିଦେଶୀ ଯେତେ ମନୁଷ୍ୟ । ଆସିଅଛନ୍ତି ନାନାଜାତି ବିଶେଷ ।
ସେମାନେ ପରୀକ୍ଷା ଥରେ ଦେଖିବେ । ସୀତା ନିର୍ଦ୍ଦୋଷୀ ବୋଲି ପ୍ରତେଯିବେ ।
ତୁମ୍ଭେ ତାଙ୍କୁ ଏହିବାଟେ କ‌ହିବ । ଯେମନ୍ତେ ପ୍ରତୀତି ମନେ ହୋଇବ ।