ପୃଷ୍ଠା:Typical selections from Oriya literature.pdf/୫୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯୫
ଓଡ଼ିଆ ସାହିତ୍ୟ ପରିଚୟ

ଶିରେ ଦେଲେ ବେନିପାଣି, ଛାମୁରୁ ହୋଇ ମେଲାଣି, ଆଉ ତାଙ୍କ ପୁରକୁ ନ ଗଲେ ସେ । ସଉମିତ୍ରି । ସର‌ଯୂତଟ ନିକଟେ ହେଲେ । ଗମନ୍ତେ ନ‌ଦୀ ଭିତରେ, ଆକାଶେ ରହି ଅମରେ, କୁସୁମମାନତ ବୃଷ୍ଟି କଲେ ସେ । ସୁନାସୀର ବେଦବର, ବିମାନ ଘେନି ସଙ୍ଗର, ଲକ୍ଷ୍ମଣଙ୍କ ଛାମୁରେ ପ୍ରବେଶ । କର‌ଯୋଡ଼ି ସ୍ତବକଲେ, ବିମାନରେ ବସାଇଲେ, ବୋଇଲେ ସ୍ୱର୍ଗରେ କର ବାସ ହେ । ଏତେ କ‌ହି ଶୂନ୍ୟେ ନେଲେ, କେହି ତାଙ୍କୁ ନ ଦେଖିଲେ, ବୋଲେ ବିଶି ରଖ ସୀତାଧବ ହେ ।