ବୈଦେହୀଶ ବିଳାସ/ବରି ବିଭାବରୀ ଥାଉ ଯେ ବେଭାର
Jump to navigation
Jump to search
ବରି ବିଭାବରୀ ଥାଉ ଯେ[ସମ୍ପାଦନା]
ବର ବିଭାବରୀ ଥାଉଁ ଯେ ବେଭାରେ ସମ୍ଭାରେ ସୈନ୍ୟ ଅଣାଇ
ବଏକ ମାଳୀ ବଏକମାଳୀ ଅସ୍ତ୍ର ଅଳଙ୍କାର ଦେଇ ୧
ବେଗେ ତିନିଦିଗେ ଭିନ୍ନ ଭିନ୍ନ କରି କରୀ ହରି ରଥ ପେଷି,
ବହୁତ ମାହୁନ୍ତ ରାଉତ ସାରଥି ରଥୀ ବସି ଅସି କଷି ୨
ବାହିନୀ ହୋଇ ବାହିତ ଜନମାନେ ମାନବସେ ପୁତ୍ର ମାନେ ,
ବୁଦ୍ଧି ଶାଖାମୃଗ ମୃଗ କରି ଜଗି ମାରିବା ବ୍ୟାଧ ସମାନେ