ଭଜନ ମାଳା/ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
< ଭଜନ ମାଳା
Jump to navigation
Jump to search
←ଆହେ ନୀଳ ଶଇଳ | ଭଜନ ମାଳା ଲେଖକ/କବି: ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ |
ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ
ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ ।୧।
ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ
ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ ।୨।
ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ
ମୁଁ ନିକି ଭଜିବି ଯହୁଁ ମୁକତି ଭାଜନ ।୩।
ରାହାସର ଧୂଳି ଅଙ୍ଗେ କରିବି ଲେପନ
କୁଞ୍ଜେ କୁଞ୍ଜେ ତରୁମୂଳେ କରିବି ଶୟନ ।୪।
ରାଧାକୃଷ୍ଣ ବେନି ଭିନ୍ନ ନୋହେ କୁଞ୍ଜବନ
କହେ ସାଲବେଗ ହୀନ ଜାତିରେ ଯବନ ।୫।