ଭାରତୀୟ ସମ୍ବିଧାନ

ଉଇକିପାଠାଗାର‌ରୁ
ଏହି ରଚନାର ଅନ୍ୟ ସଂସ୍କରଣଗୁଡ଼ିକୁ ପଢ଼ିବା ପାଇଁ The Constitution of India (Original Calligraphed and Illuminated Version) ଦେଖନ୍ତୁ ।
ଭାରତୀୟ ସମ୍ବିଧାନ
ମୁଖବନ୍ଧ
ଭାରତୀୟ ସଂସଦ
୧୯୪୯
ଭାଗ ୧ →
ଭାରତୀୟ ଗଣରାଜ୍ୟର ସମ୍ବିଧାନ । ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ, ଏହା ସମ୍ବିଧାନ ସଭାରେ ଅଙ୍ଗୀକୃତ କରାଯାଇଥିଲା, ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ କାର୍ଯ୍ୟକାରୀ କରାଗଲା । ପ୍ରତିବର୍ଷ ଜାନୁଆରୀ ୨୬କୁ ଭାରତରେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।

ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ । ଏହାର ଇଂରାଜୀ ପ୍ରରୂପରେ ୪୪୮ଟି ଧାରା ଓ ୧୨ଟି ଅନୁସୂଚୀରେ ୧,୪୬,୩୮୫ଟି ଶବ୍ଦ ରହିଛି ।


ଆମ୍ଭେ, ଭାରତର ଲୋକମାନେ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ପ୍ରତିଷ୍ଠିତ କରିବାକୁ ତଥା ଏହାର ସମସ୍ତ ନାଗରିକଙ୍କୁ:


ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ;


ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଏବଂ ଉପାସନାର ସ୍ୱତନ୍ତ୍ରତା;


ପ୍ରତିଷ୍ଠା ଓ ସୁଯୋଗରେ ସମାନତା ପ୍ରାପ୍ତ କରାଇବା ପାଇଁ, ଏବଂ
ସମସ୍ତଙ୍କ ମଧ୍ଯରେ,


ବ୍ୟକ୍ତିର ଗାରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରୁଥିବା ଭ୍ରାତୃଭାବର ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ହୋଇ;


ଆମ୍ଭର ଏହି ସମ୍ବିଧାନ ସଭାରେ ଆଜି ତାରିଖ ୨୬ ନଭେମ୍ବର ୧୯୪୯ ମସିହାରେ (ଦୁଇହଜାର ଛଅ ବିକ୍ରମ ସମ୍ବତ୍ସର ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ), ଏତଦ୍ୱାରା ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।