ଶ୍ରୀ ମଙ୍ଗଳା ସ୍ତୁତି
. ଶ୍ରୀ ମଙ୍ଗଳା ସ୍ତୁତି..
ଜୟ ଜୟ ଜୟ ମାଗୋ ଜଗତବନ୍ଦିନୀ । ଜୟ ଜୟ ଜୟ ମାଗୋ ବିଘ୍ନବିନାଶିନୀ |୧|
ଜୟ ଜୟ ଜୟ ମାଗୋ ତ୍ରିପୁରମୋହିନୀ |। ଜୟ ଜୟ ଜୟ ମାଗୋ ସଙ୍କଟତାରିଣୀ |୨|
ଜୟ ଜୟ ଜୟ ମାଗୋ ନୃମୁଣ୍ଡମାଳିନୀ | ଜୟ ଜୟ ଜୟ ମାଗୋ ଶଙ୍କର ଭବାନୀ |୩|
ଜୟ ଜୟ ଜୟ ମାଗୋ ତ୍ରିତାପ ହାରିଣୀ | ଜୟ ମାତା ତୋ ଦୟାରୁ ମୂର୍ଖ ହୁଏ ଗୁଣୀ(ଜ୍ଞାନୀ) |୪|
ଜୟ ତୁ ମଙ୍ଗଳା ମାଗୋ ଜୟ ହର ଚଣ୍ଡୀ |। ତୋତେ ସୁମରିଲେ ମାତ(ମାଗୋ) ଦୂରୀତ ଯେ ଖଣ୍ଡି |୫|
ବିପଦ କାଳରେ ସୁମରନ୍ତି ଯେଉଁଜନ | ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ |୬|
ଅଦୃଶ୍ଯକୁ ଦୃଶ୍ଯ ହୁଏ ତୋ ନାମ ଧରିଲେ | ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ |୭|
ତୋହର ଯେ ନାମମାନ ଯେହୁଁ ସୁମରଇ | କିଛିହିଁ ସଙ୍କଟ ମାଗୋ ବିପତ୍ତି ନଥାଇ |୮|
ଅନାଥକୁ ଦୟା ମାଗୋ ଦୂବ କରୁ ଦାରୁ| ଦୁସ୍ତର ପଡିଲେ ମାଗୋ ପ୍ରାଣୀଙ୍କୁ ଉଦ୍ଧାରୁ |୯|
ଯେତେବେଳେ ପ୍ରାଣୀଙ୍କୁ ଯେ ପଡିଥାଏ କଷ୍ଟ | ତୋତେ ସୁମରଲେ ମାଗୋ ଫିଟାଉ ସଙ୍କଟ |୧୦|
ଯେ ତୋହର ବାରବ୍ରତ ସବୁ କରେ ନିତି| ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି |୧୧|
ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ |। ଭ୍ରମଣ ତୁ ଯେ କରୁ ମାଗୋ ଅର୍ଦ୍ଧ ନିଶାରାତି |୧୨|
ଚଣ୍ଡୀ ଯେ ଚାମୁଣ୍ଡା ମାଗୋ ଖଟନ୍ତି ଅପାର | ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର |୧୩|
ପୟରେ ଅଳତା ଭାଲେ ସନ୍ଦିୁରର ଚିତା | ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା |୧୩|
ସିିଂହର ପୃଷ୍ଠରେ ମାଗୋ ବିଜେ କରିଯାଉ | ଯେ ମୁଖେ ପଡିଲେ ମାଗୋ ନ ବର୍ତ୍ତନ୍ତି ଆଉ |୧୪|
ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ | ଦୟାକର ମୋତେ ମାଗୋ ଦୂର୍ଗତି ନାଶିନୀ |୧୫|
ଅଥଳ ସମୁଦ୍ରେ ମାତ ବୁଡିଲା ମୋ ଭେଳା | ଦୁସ୍ତର ପଡିଲା ମାଗୋ ଉଦ୍ଧାର ମଙ୍ଗଳା |୧୬|
ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ| ବିପତ୍ତିକାଳରେ ସାହା ହୁଅ ମହାମାୟୀ |୧୭|
ବିନ୍ଧୟ ଗିରିବାସିନୀ ମା ହୈମବନ୍ତି ସୁତା | ଏମନ୍ତ ଦ୍ୱାଦଶ ନାମ ଦେଲେଯେ ବିଧାତା |୧୮|
ଝଙ୍କଡେ ରହିନୁ ମା ଶାରଳା ବୋଲାଇ | କାକଟପୁରେ ରହିଲୁ ମା ମଙ୍ଗଳା ଯେ ତୁହି|୧୯|
ଲହଲହ ଜିହ୍ୱା ମାଗୋ ସିନ୍ଦୁରେ ମୁଖମଣ୍ଢି|। କୋଣାରକେ ରହିଲୁ ମା ଅଭୟା ରାମ ଚଣ୍ଡୀ |୨୦|
ପୁରୁଷୋତ୍ତମେ ରହେିଲୁ ବିମଳା ବୋଲାଇ | ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ |୨୧|
ସମ୍ବଲପୁରେ ରହିଲୁ ମା ନାମ ସମଲାଇ | ଯାଜପୁରେ ରହିଲୁ ମା ନାମ ବିରଜାଇ |୨୨|
ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ | ଭୁବନେଶ୍ୱରେ ରହିଲୁ ମା ଗଉରୀ ବାଲାଇ |୨୩|
ବାଣପୁରେ ରହିଲୁ ମା ନାମ ଭଗବତୀ | ସକଳ ନାମରେ ତୋତେ କରନ୍ତି ଯେ ସ୍ତୁତି |୨୪|
ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି| ଏମନ୍ତେ ଦ୍ୱାଦଶ ନାମ ଦାତା ଗଲେ ଦେଇ |୨୫|
ତୋହର ମହିମା ମାଗୋ କେ ପାରିବ କହି| ମାଡି ବସିଅଛୁ ଦଶଦିଗ ମହାମାୟୀ |୨୬|
ନମସ୍ତେ ଚଣ୍ଡୀକା ତୁମେ ରୁେଦ୍ରଙ୍କର ବାମା |। କେ କହିପାରିବ ମାଗୋ ତୁମ୍ଭର ମହିମା |୨୭|
ଡମ୍ବରୁ ମଝା ମାଗୋ ବିଚିତ୍ର ସିିଂହ ଠାଣି| ମହା ମୂର୍ତ୍ତୀ ରୂପେ ମାଗୋ ଅଟୁ ଗୋସାମଣୀ |୨୮|
ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତପାଟି| ନମୋ ଆଦିମାତା ତୁହି ବିଜେ ସିିଂହ ପିଠି |୨୯|
କାତି ଯେ ଖର୍ପର ମାଗୋ ଶୋହ ବାମକର | ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର |୩୦|
ନାନା ପୁଷ୍ପମାଳ ତୋର କୁସୁମ ଚନ୍ଦନ | କପାଳେ ସନ୍ଦିୁର ଗାର ଦିଶେ ଶୋଭାବନ |୩୧|
ନମସ୍ତେ ଶାରଳା ମାଗୋ ଚଣ୍ଡୀ ମହାମାୟୀ | ଦୁସ୍ତର ପଡିଲେ ମାଗୋ ଉଦ୍ଧାରୁ ଯେ ତୁହି|୩୨|
ତ୍ରତୟାରେ ତୋତେ ମାଗୋ ସୁମରିଲେ ରାମ | ପ୍ରସନ୍ନ ହୋଇଣ ମାଗୋ କଲୁ ପୂର୍ଣ୍ଣ କାମ |୩୩|
ତୁମରି ଆଜ୍ଞାରେ ରାମ ଲଙ୍କା କଲେ ଜୟ | ରାବଣକୁ ମାରି ସୀତା ଆଣି ରାମ ରାୟ |୩୪|
ନମସ୍ତେ ଶାରଳା ମାଗୋ ରକ୍ଷା କର ମୋତେ | ମୁହିଁ ଅରକ୍ଷିତ ଜନ ଆଶ୍ରା କଲି ତୋତେ |୩୫|
ଯେତେବେଳ ଯାହା ମାଗୋ କରୁଥିବି ଇଛା | ତୋ ପାଦ ସ୍ମରଣେ ପୂରୁ ଥିବ ମନ ବାଞ୍ଛା |୩୬|
ତୁମର ଚରଣେ ମୋର ରହୁ ମନସ୍ଥିର | କହେ ଦୀନ ହୀନ ଆଦିମାତ ଯେ ଉଦ୍ଧାର |୩୭|