ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭଲପାଆନ୍ତି,କାରଣ ଶ୍ରେଣୀର ପାଠ୍ଯଠାରୁ ଅଧିକ ବିଷୟ ପଢୁଥିବା ଆଗ୍ରହୀଛାତ୍ରମାନଙ୍କୁ ସେ ସାହାଯ୍ଯ(ଖୋଜିଲେ)କରନ୍ତି।ମାତ୍ର କାହାରି ସଂଗେ ପରାମର୍ଶ କରିବାକୁ ସେ କାହାକୁ ଡକାନ୍ତି ନାହିଁ।ସମସ୍ତଙ୍କ ପ୍ରତି ତାଙ୍କର ବ୍ଯବହାର ସମାନ।"

  ପ୍ଯାରୀମୋହନ   ଏକାଡେମୀରୁ  ପଣ୍ଡିତ  ଗୋପବନ୍ଧୁଙ୍କ   ଡକରା  ପାଇ  ହରିହର ଆସିଥିଲେ   ସତ୍ଯବାଦୀକୁ।ଗୋପବନ୍ଧୁ  ,ହରିହର ,ନୀଳକଂଠ  ଓ  ଗୋଦାବରୀଶ  ଏକ  ହିଁ  ଛାତ୍ରାବାସରେ  ଅନ୍ତେବାସୀ  ଭାବରେ   ପରସ୍ପରର   ଅନ୍ତରଙ୍ଗ  ହୋଇଯାଇଥଲେ।ଚିନ୍ତନ  ,  ମନନ,ସମାଜ  ସେବା  ଓସଂସ୍କାରଗତ  ଅଭିମୁଖ୍ଯରେ  ଗୋପବନ୍ଧୁଙ୍କର  ନେତୃତ୍ବକୁ  ଏମାନେ  ସର୍ବାନ୍ତଃକରଣରେ  ମାନି  ନେଇଥିବାରୁ  ସତ୍ଯବାଦୀ  ବନବିଦ୍ଯାଳୟର  ପ୍ରତିଷ୍ଠା-ପରିଚାଳନା   କ୍ଷେତ୍ରରେ  ଏକତ୍ର  ହୋଇ  ଲାଗିପଡି ଥିଲେ।ସେହିଠାରେ  ହରିହର  ହୋଇଥିଲେ  ଆଚାର୍ଯ୍ଯ-ଛାତ୍ରାବାସର  ଆଦର୍ଶ ତତ୍ତ୍ବାବଧାରକ-ସଂଚାଳକ।"ସେଛାତ୍ରାବାସର  ସମସ୍ତ ଭଲ, ମନ୍ଦର  ଭାର  ନେଇଥିଲେ।ତାଙ୍କର  ସ୍ବଭାବ  ସୁଲଭ  ସେବାପରାୟଣତା  ଯୋଗୁଁ   ସେଛାତ୍ରାବାସକୁ  ଗୃହ  ପରି କରି  ପକାଇଥିଲେ।"କି  ବର୍ଷା  କି  ଶୀତ  ସେ  ପ୍ରତ୍ଯହ ରାତି ୪ ଟାରୁ   ଉଠି  ସ୍ନାନାଦି  ସାର  ସ୍ବହସ୍ତରେ  ଘଣ୍ଟିବଜାଇ  ଛାତ୍ରାବାସର  ସମସ୍ତଙ୍କୁ ଉଠାଇଥାନ୍ତି।
ଛାତ୍ରାବାସରେ  ହରିହରଙ୍କର  ସେବା  ଅନ୍ତେବାସୀମାନଂକ  ପକ୍ଷରେ  କିଭଳି  ସ୍ମରଣୀୟ  ଥିଲା  ତା'ର   ସ୍ମୃତି  ଚାରଣ  କରିଯାଇଛନ୍ତି  ସ୍ବନାମ  ଧନ୍ଯ  କବି  ବୈକୁଣ୍ଠ  ନାଥ  ପଟ୍ଟନାୟକ।

ବୈକୁଣ୍ଠ ନାଥଙ୍କର ପିତା ଥିଲେ ବଡାମ୍ବା ଷ୍ଟେଟ୍ ର ଦେୱାନ୍ ।ତେଣୁ ପ୍ରାଚୁର୍ଯ୍ଯ ମଧ୍ଯରେ ତାଙ୍କର ଶୈଶବ ଅତିବାହିତ ହୋଇଥିଲେ ।ଦୁର୍ଦୈବବଶତଃ ତାଙ୍କର ପିତା ରାଜରୋଷର ସମ୍ମୂଖୀନ ହେବାରୁ ସମଗ୍ର ପରିବାର ଦୁଃଖ-ଦୁର୍ଦ୍ଦଶାର ଅତଳାନ୍ତ ଗହ୍ବରକୁ ନିକ୍ଷିପ୍ତ ହୋଇଗଲେ।ପିତା ଅନନ୍ଯୋପାୟ ହୋଇ ପୁତ୍ର ବୈକୁଣ୍ଠ ନାଥଙ୍କର ଶିକ୍ଷାବ୍ଯବସ୍ଥା ତ ତ୍ କାଳୀନ 'ମଣିଷଗଢା କାରଖାନା ' ରୂପେ ଖ୍ଯାତିପ୍ରାପ୍ତ ସତ୍ଯବାଦୀ ବନବିଦ୍ଯାଳୟରେ କରାଇଲେ।ବିଦ୍ଯାଳୟ ପ୍ରବେଶର ପାଞ୍ଚ ସପ୍ତାହ ପରେ ସୁକୁମାର ବୈକୁଣ୍ଠ ନାଥଙ୍କ ଦେହ ସେଠାକାର ଗୋଳିଆ ପାଣିର ପୁଷ୍ପରିଣୀ-ସ୍ନାନ ଓବଗଡା ଭାତ-ଡାଲମା ଭୋଜଙ୍କୁ ସ ହି ନପାରି ଭୀଷଣ ରୋଗାକ୍ରାନ୍ତ ହୋଇପଡିଲା।ଟାଇଫ ଏଡ ଜ୍ବର ସାଙ୍ଗକୁ ରକ୍ତାତିସାର ମିଶି ତାଙ୍କ କିଶୋର-ଶରୀରକୁ ଅତ୍ଯନ୍ତ ଉଦ୍ବେଗଜନ କ ଭାବେ କ୍ଷୀଣ ଓ ଦୁର୍ବଳ କରି ଦେବାରୁ ସେ ମରଣାପନ୍ନ ଅବସ୍ଥାରେ ପ ହଞ୍ଚିଲେ।ବୈକୁଣ୍ଠନାଥ ଲେଖିଛନ୍ତି: "ମୁଁ କତରାଲଗା ପ୍ରାୟ ପଡିଥାଏ, ମୋତେ କୋଳରେ ଧରିଥାନ୍ତି

     (୫୪)