ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍କୁଲରେ ଶିକ୍ଷକ ଭାବେ ସେ ଯୋଗ ଦେଇଥିଲେ। ତା ' ପରେ ପାଟଣା , କଲେଜିଏଟ୍ ତା ' ପରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକ ବା ପ୍ରଧାନ ଶିକ୍ଷକ ଭାବେ ତାଙ୍କର ୩୨ ବର୍ଷ କଟିଥିଲା । ରେଭାନ୍ସା ଓ ଫକୀରମୋହନ କଲେଜରେ ଅଳ୍ପ କେତେବର୍ଷ ସେ ଅଧ୍ଯାପନା ମଧ୍ଯ କରିଥିଲା। ୨ ୟ ବିଶ୍ୱଯୁଦ୍ଧ ବେଳେ ପ୍ରାୟ ୩ ବର୍ଷ ସେ ଯୁଦ୍ଧପ୍ରଚାର ବିଭାଗରେ କାମ କରିଥିଲେ।

                      ଚାକିରି ଜୀବନର ପ୍ରାରମମ୍ଭ କାଳରେ ସେ ଘରୋଇ ଭବେ ପଢି କଲିକତା ବିଶ୍ୱବିଦ୍ଯାଳୟରୁ ଓଡିଆରେ ଏମ୍  .ଏ .  ପାସ୍ କରିଥିଲେ ।     ସାରା ଜୀବନ ସେ କାବ୍ଯଚର୍ଚ୍ଚାରେ ଓ କବିତା ରଚନାରେ ଆପଣାକୁ ନିୟୋଜିତ ରଖିଥିଲେ।


                          ତାଙ୍କ କବିତା ସମ୍ପର୍କରେ ଯଥାର୍ଥତଃ କୁହାଯାଇଛି  ସୁଖ ଓ ଦୁଃଖର ଗଙ୍ଗା ଯମୁନା ତାଙ୍କ କବିତାରେ ଏକାଧାରରେ ହିଁ ମିଶିଯାଇଛି। କେତେବେଳେ ସେ ମହାଦାର୍ଶନିକ ପରି ଗମ୍ଭୀର, ପ୍ରଶାନ୍ତ, କେତେବେଳେ ବିପ୍ଲବୀ ପରି ବିକ୍ଷୋଭିତ, ଅଶାନ୍ତ , କେତେବେଳେ ଏକାନ୍ତ ମାନବବାଦୀ, କେତେବେଳେ ବା ଈଶ୍ୱରପରାୟଣ। କେତେବେଳେ ଜୀବନରୁ ଦୂର ବହୁ ଦୂରେ - ସ୍ୱପନ ଲୋକେ ଗୋପନପୁରେ, କେତେବେଳେ ବା ପୂର୍ଣ୍ଣ ବାସ୍ତବବାଦୀ,ଜୀବନଚିନ୍ତାରେ ତରଙ୍ଗାକୁଳ ।


ଚାକିରି ଜୀବନର ଶେଷ ଭାଗରେ ସର ୧ମ ଶ୍ରେଣୀକୁ ଉନ୍ନୀତ ହୋଇଥିଲା। ସ୍କୁଲ୍ ଇନିସପେକ୍ଟର ଓ ପ୍ରଔଢଶିକ୍ଷା ଅଫିସର୍ ଭବେ । ଏପରି ସୁଯୋଗ୍ଯ ଶିକ୍ଷକ ଓ ବିଶିଷ୍ଟ କବିଙ୍କ ଜୀବନର ସାମାନ୍ଯତମ ସମ୍ପର୍କରେ ମୁଁ ଆସିପାରିଥିବାରୁ ଏହାକୁ ମୋର ସଔଭାଗ୍ଯ ମନେ କରୁଛି । ଏଭଳି ଶିକ୍ଷାବ୍ରତୀ ଶିକ୍ଷକ ଯେ ଦେଶର ଗଔରବ ଏହା କହିବା ଅନାଗଶ୍ଯକ । ଏହି ବରେଣ୍ଯ ଶିକ୍ଷକ ୧୯୭୯ ଜାନୁଆରି ୨୬ ତାରିଖରେ ଶେଷ ନିଃଶ୍ୱାସ ତ୍ଯାଗ କରିଥିଲେ ।

୧୯୦