ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୪୦ ବେଳକୁ ବୈକୁଣ୍ଠନାଥ କବି ଭାବରେ ଓଡ଼ିଶାରେ ସ୍ୱିକୃତି ଲାଭ କରିସାରିଥିଲେ। ଏହା ସେ କାଳର ଛାତ୍ରମାନେ ମଧ୍ୟ ଊଣା ଅଧିକେ ଜାଣିଥିଲେ। ଏଣୁ ଏପରି ଜଣେ ଜଣାଶୁଣା କ‌ବିଙ୍କୁ ଶିକ୍ଷକ ଭାବେ ପାଇ ଆମେ ବେଶ୍ ଖୁସି ହୋଇଥିଲୁ । ବୈକୁଣ୍ଠନାଥ ଥିଲେ ଦେଖିବାକୁ ଦୀର୍ଘକାୟ ସୁପୁରୁଷ । ଆକର୍ଷଣୀୟ ଥିଲା ତାଙ୍କର ଚେହେରା । ପରିଧେୟ ଚାଲିଚଲଣ ଓ ବ୍ୟବହାର ପୁରୀକୁ ଆସି ସେ ପ୍ରଥମେ ବିଶ୍ୱମ୍ଭର ବିଦ୍ୟାପୀଠ (ସେ ବେଳର ଆଙ୍ଗ୍‌ଲୋ ବେଙ୍ଗଲୀ ସ୍କୁଲ) ଓ ପରେ ପରୀ କଲେଜ (ସେ ବେଳର ପୁରି ଜିଲ୍ଲା ସ୍କୁଲ) ପାଖରେ ଭଡ଼ା ଘରେ ସପରିବାର ରହୁଥିଲେ। ସେ କାଳରେ ସ୍କୁଲ ଶିକ୍ଷକଙ୍କ ଘରକୁ ଛାତ୍ରମାନେ ପାଠ୍ଯ ବିଷୟ ବୁଝିବା ଲାଗି ସ୍ୱଚ୍ଛନ୍ଦରେ ଯାଆସ କରୁଥିଲେ। ଆଜିକାଲି ଭଳି ଘରୋଇ ଟିଉସନ୍ ରୀତି ବ୍ଯାପକ ଭାବେ ଚଳୁନଥିଲା । ସେହି ସମୟରେ ବୈକୁଣ୍ଠ ସାର୍‌ଙ୍କ ଘରକୁ ମୁଁ ମୋର ସହପାଠୀଙ୍କ ସହ କେତେଥର ଯାଇଥିଲି। ଅବଶ୍ଯ ବିଭିନ୍ନ ପ୍ରସଙ୍ଗରେ ।

ବୈକୁଣ୍ଠନାଥ ଥିଲେ ସଙ୍ଗୀତନୁରାଗୀ । ତାଙ୍କର ଝିଅ କେତୋଟି ଗୀତ ଗାଉଥିଲେ । ମନେ ପଡୁଛି, ସେତେବେଳେ ତାଙ୍କ ଜ୍ଯେଷ୍ଠା କନ୍ଯା, ପରର୍ବତ୍ତୀ କାଳର ଭାରତ ବିଖ୍ଯାତ ସଙ୍ଗୀତକଣ୍ଠ ଶିଳ୍ପୀ ସୁନନ୍ଦା ପତ୍ତାନାୟକ ପୁରୀ ର କେତେଟି ଉତ୍ସବ ଅନୁଷ୍ଟାନରେ ପ୍ରରମ୍ଭିକ ସଙ୍ଗୀତ ଗାନ କରୁଥିଲେ। ସାର୍‌ଙ୍କ ଘରକୁ ଗଲେ ଦେଖିବାକୁ ମିଳୁଥିବା ବହୁତ ବହିପତ୍ର ଓ ସିତାର ଭଳି କେତେକ ବାଦ୍ଯଯନ୍ତ୍ର। ଶୁଣୁଥିଲେ, ସାର୍ ଏହି ମଝିରେ ମଝିରେ ବଜାନ୍ତି । ସାର୍ ବୈକୁଣ୍ଠନାଥ ଆମକୁ ଇଂରାଜୀ କବିତା ଓ ଇତିହାସ ପଢାଉଥିଲେ । ତାଙ୍କର ଓଡିଆ ଓ ଇଂରାଜୀ ଉଚ୍ଚାରଣ ଥିଲା ବାଶ୍ ସୁସ୍ପଷ୍ଟ ଓ କଣ୍ଠସ୍ୱର ଥିଲା ଗୁରୁଗମ୍ଭୀର ପୁରୀ ଜିଲ୍ଲା ସ୍କୁଲରେ ଅନ୍ଯାନ ଶିକ୍ଷକ ଠାରୁ ତାଙ୍କର ସ୍ୱାତନ୍ତ୍ର୍ଯ ବେଶ୍ ବାରିହୋଇ ପଡୁଥିଲା। ଏହି ଦୃଷ୍ଟିରୁ ଛାତ୍ର ସମାଜ ତାଙ୍କ ପ୍ରତି ଆକୃଷ୍ଟ ହେବାଥିଲା ସ୍ୱାଭାବିକ । ଛାତ୍ରମାନଙ୍କ ସହ ତାଙ୍କର ବ୍ଯବହାର ଥିଲା ସୌହାର୍ଦ୍ଦ୍ଯପୂର୍ଣ୍ଣ। ଏହି ସମୟରେ ୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା ଓ ସେ ବାମପନ୍ଥୀ ରାଜନୈତିକ ଆଦର୍ଶ ପ୍ରତି ଅନୁରାଗୀ ଥିବା ଜଣାଯାଉଥିଲା। ଛାତ୍ରମାନଙ୍କୁ ନିର୍ଭୀକ, ଉଚ୍ଚାଭିଳାଷୀ ଓ ସାହସୀ ଦେବାଲାଗି ସେ ପରାମର୍ଶ ଦେଉଥିଲେ।

ବୋଧହୁଏ ୧୯୪୦ର ଶେଷ ଆଡକୁ ବୈକୁଣ୍ଠନାଥ କେତେମାସ ପାଇଁ ରେଭେନ୍ସା କଲେଜକୁ ଓଡିଆ ବିଭାଗର ଅଧ୍ଯାପକ ହୋଇଯାଇଥିଲେ ଓ ପରେ ଯୁଦ୍ଧବିଭାଗ ପବ୍ଲିସିଟି

୧୮୫