ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରଚନା କଲେ ' ପାଠ ମଞ୍ଜରୀ ' 'ପାଠପ୍ରସୂନ ' ଓ ' ମୋ ବହି ' । ଏହା ପ୍ରାଥମିକ ବିଦ୍ଯାଳୟର ପାଥ୍ଯ ପୁସ୍ତକ ରୂପେ ଗୃହୀତ ହୋଇଥିଲା । ପ୍ରଥମ ଶ୍ରେଣୀର ପିଲାଙ୍କ ପାଇଁ ସେ ରଚନା କରିଥିଲେ 'ପାଠ ମଞ୍ଜରୀ ' ଏହାର ସରଳ ଭାଷା ଥିଲା କୋମଳ ମତି ପିଲାଙ୍କ ପାଇଁ ଖୁବ୍ ଉପ୍ୟୋଗୀ ।ଉଦାହରଣ ସ୍ବରୁପ : ଯାହା ଚାରିଆଡ଼େ ଦେଖାଇ ମୁହିଁ ସବୁ କରିଛନ୍ତି ଜଗତ ସାଇଁ ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ

ଫୁଟୁଛନ୍ତି ମାନି ତାଙ୍କରି  ବୋଲ ।


ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଲି ପ୍ରୀତିକର ମନେହୁଏ ନାହିଁ । ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ଯକୁ ଓଟାରି ନ ନେଇ ସେମାନଙ୍କ ମନୋରଞ୍ଜନ ଯାହା ଯତ୍ନଶୀଳ ହୋଇଥିଲେ । ତେଣୁ ସେ ଲେଖିଥିଲେ :‌‌‌‌-


ଚାରି ଚକିଆ ଗାଡ଼ିଟି ମୋର ଚାଲେ ପବନ ପରି ଆସରେ ପିଲେ ଚଢିବ ଯେବେ ମଉଜ ହେବ ଭାରି । ଦନେଇ ଭାଇ ଆଗରୁ ଯେବେ ଓଟାରି ଦିଏ ଥରେ, ପବନ ପରି ଯାଏ ସେ ଗଡ଼ି ନ ରହି କେଉଁଠାରେ ।


ପିଲାଟି ଖେଲିବାକୁ ଖୁବ୍ ଭଲ ପାଏ ପାଠପରି ଖେଳର ମଧ୍ଯ ଆବଶ୍ଯକତା ରହିଛି । ତେଣୁ ସେ ପିଲାଙ୍କ ପାଇଁ

ଖେଳଗିତ ରଚନା କରିଥିଲେ । ଖେଳଗିତ ମାଧ୍ଯମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ଧିତ ପରିଚିତ କରାଇବା ଷ ଖେଳ ପ୍ରତି ସେମାନଙ୍କର ଅଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ । ଶିକ୍ଷକ ଭାବରେ ସେ ହାଇସ୍କୁଲରେ ଫୁଟବଲ, ଭଲିବଲ, ବାସ୍କେଟବଲ ଓ ବ୍ଯାଡ଼ମିଣ୍ଟନ ଅଦି ଖେଳର ପ୍ରଚଳନ କରାଇଥିଲେ ।ପିଲାମାନଙ୍କୁ ଭୀମ, ଅର୍ଜୁନ , କର୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଲାଉ ଥିଲେ । ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା , ତାଞ୍କ ମତ ଥିଲା ସାଧୁତାର ଦୃଢ ଭିତ୍ତି ଉପରେ ଜୀବନର ସୌଧ ପଢା ହେବା ଉଚିତ । ପାଠ ହେଉ କି ଖେଳ , ସବୁଠାରେ ସତ୍ ପନ୍ଥା ଅନୁସୃତ ହେବା ବିଧେୟ , ତେଣୁ ସେ କୁହନ୍ତି :-

୨୨୩