Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କିନ୍ତୁ ଶ୍ରୀମତୀ ମହାରଣାଙ୍କ ନିରବଚ୍ଛିନ୍ନ ସଶ୍ରଦ୍ଧ ଚେଷ୍ଟା ଫଳରେ ଛାତ୍ରୀସଂଖ୍ୟା ଆସି କୋଡ଼ିଏରେ ପହଞ୍ଚିଲା। ସେତେବେଳେ ବାଳିକା ସ୍କୁଲରେ ପାଇଖାନା ଆଦି ହୋଇଥାଏ। କୂଅ ନଥାଏ। ଛୋଟ ଝିଅମାନେ ଅବେଳରେ ସ୍କୁଲ୍ ଭିତରେ ଏକ ବା ଦୁଇ କରି ଦିଅନ୍ତି। ପିଲାମାନଙ୍କ ସିଙ୍ଗାଣି ପୋଛିଦେବା, ନଖ କାଟି ଦେବା, ମୁଣ୍ତ କୁଣ୍ତେଇଦେବା ପାଠ ସାଙ୍ଗକୁ ଏସବୁତ ତାଙ୍କର ନିୟମିତ କାମ ହୋଇଥାଏ। ଯେଉଁ ଗରିବ ଝିଅଗୁଡ଼ିକ ଦୂର ସ୍ଥାନରୁ ଆସିଥାନ୍ତି, ଖେଳ ଛୁଟି ବେଳେ ଘରକୁ ଖାଇବାକୁ ଯାଇନପାରନ୍ତି ସେମାନଙ୍କ ପାଇଁ ସେ ନିଜ ହାତରୁ ପଇସାଦେଇ ମୁଢ଼ି କିଣି ଖାଇବାକୁ ଦିଅନ୍ତି। ନିଜ ହାତରୁ ସିଲଟ୍ , ବହି , ଖାତା ଆଦି କିଣି ଅତି ଗରିବ ଝିଅମାନଙ୍କୁ ଯୋଗାନ୍ତି।

ସେ ୧୯୦୫ ମସିହା ଜୁଲାଇ ମାସ ଆଠ ତାରିଖ ଦିନ କଟକର ପେଟନ୍ ସାହିତ୍ୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ସ୍ବର୍ଗତ ଆଶାନନ୍ଦ ମହାରଣା । ତଙ୍କର ଶିକ୍ଷା ମିଶନ୍ ବାଳିକା ସ୍କୁଲରେ ସମାପ୍ତ ହେବା ପରେ ସେ ଶିକ୍ଷୟତ୍ରୀ ଭାବେ ତାଲିମ ନେଇଥିଲେ। ୧୯୧୭ରେ କେନ୍ଦୁଝରରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହେଡ୍ ପଣ୍ଡିତ ଭାବେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ୧୨ ଟଙ୍କା ଲେଖଏଁ ବେତନ ପାଉଥିଲେ। କିନ୍ତୁ ଶ୍ରୀମତୀ ମହାରଣା ଚାକିରିରେ ୩୦ ଟଙ୍କା ବେତନରେ ନିଯୁକ୍ତି ହୋଇଥିଲେ। ନାରୀଶିକ୍ଷା ପ୍ରସାର ନିମନ୍ତେ ଏତାଦୃଶ ଅଧିକ ବେତନର ବ୍ୟବସ୍ଥା କରାଯାଇଥିଲା।

କେନ୍ଦୁଝର ଗଡ଼ ଟାଉନ୍ ବାଳିକା ନି·ପ୍ରା· ବିଦ୍ୟାଳୟର ଛାତ୍ରୀ ଉପସ୍ଥାନ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଜଣେ ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଚାରିଜଣ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇ ଆସିଲେ। ଶ୍ରୀମତୀ ମହାରଣାଙ୍କର ପରିଶ୍ରମ ଓ ନିଷ୍ଠା ଫଳରେ ସ୍କୁଲର କ୍ରମଶଃ ଉନ୍ନତି ହେଲା। ସ୍କୁଲ୍ ରେ ନୂତନ ପକ୍କା ଗୃହ, ହତା ଚାରିପଟେ ପାଚେରୀ ଆଦି ନିମିତ ହେଲା। ସ୍କୁଲର ପାଇଖାନା, ବଗିଚାପାଇଁ ମାଳି, ସ୍କୁଲ୍ ପାଇଁ ନାରୀଚପରାଶି, ଆଦି ରହିଲେ। ସ୍କୁଲରେ ସିଲେଇ ଓ ହାତକାମ ଆଦି ଶିକ୍ଷା ଦିଆଗଲା। ହାତକାମ ଓ ସିଲେଇ କାମ ପାଇଁ ଅଧିକ ଘର ଦରକାର ହେଲା। ସିଲେଇ ମେସିନ୍ ମାନ ସ୍କୁଲକୁ ଆସିଲା, ଝିଅମାନଙ୍କ ମଧ୍ୟରେ ଗାର୍ଲସ୍ ଗାଇଡ଼୍ ଓ ବ୍ଲୁ ବାର୍ଡ଼ ଦଳ ସଂଗଠିତ ହେଲା। ଏସବୁ ସଙ୍ଗଠନରେ ଶ୍ରୀମତି ମହାରଣା ନତୃତ୍ୱ ଦେଲେ।

ସ୍କୁଲ୍ ହତାରେ ଓ ସ୍କୁଲ୍ ବାରଣ୍ତାରେ ରଖାଯାଇଥିବା କୁଣ୍ତରେ ନାନାଦି ଦେଶୀ ବିଦେଶୀଫୁଲଗଛ, ବଗିଚାରେ ଋତୁକାଳୀନ ଫସଲ ଓ ଶାକସବଳି ହସିଉଠିଲା। ସ୍କୁଲ୍

୧୯୯