ସବୁ ପାଖେ ପାଖେ ରଖି ନିମାଇଁ ସାର ଯେଉଁ ଗୁରୁଦାୟିତ୍ବ ସୁରୁଖୁରୁରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଆଜି ଏତେ ବର୍ଷ ପରେ ସାରଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯ କୁଶଳତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକଥାଯେ ଆପେ ନିଇପଡ଼େ । ନିମାଇଁ ସାରଙ୍କ ଶିକ୍ଷା, ଦୀକ୍ଷା ଓ ପରୀକ୍ଷା ପ୍ର ୟୋଗଶାଲାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପ୍ରୟୋଗ କରି ଚାଲିଲୁ ସ୍ବାଧୀନତା ଦେଶରେ ଶିକ୍ଷାସଂସ୍କାରର କାର୍ଯ୍ଯଧାରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଠାନିକ କାର୍ଯକ୍ରମର ପରିସର ମଧ୍ଯରୁ ମଧ୍ଯରୁ ସମୟର ନିର୍ଦ୍ଦେଷ ପାଇ । ବୟସ ଶିବିର ଶେଷ ଫଳି ଆଡ଼କୁ ପାଦ ଉଠାଇଥିବା ବେଲେ ଏବେ ବି ଅନୁଭବରେ ଆସୁଚି ଯେ , ଗୋଟିଏ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ଦେଶର ଅଭେଳିତ ଅସମ ସମାଜର ସମ୍ଯକ ବିକାଶ ପାଇଁ ଆମ୍ଭମାନଙ୍କର କାର୍ୟକ୍ରମ ଆହୁରି ଅନେକ ବାକି ରହିଯାଇଛି । ଏହି ପରିପ୍ରେକ୍ଷୀରେ ବିଚାର କଲେ ଆମ୍ଭମାନଙ୍କର ସାମହିକ କର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଆଜି ବି ବାରମ୍ବାର ଆମ ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତ୍ବଠାରେ ଆଜିର ତ ଥାକଥିତ ବସ୍ତୁବାଦୀ, ଭୋଗବାଦୀ ବ୍ଯବସାୟିକ ଶିକ୍ଷକତାର ସାମାନ୍ଯତମ ସଙ୍କେତ ନଥିଲା । ସେ ଥିଲେ ଆମ ପୁଟନ୍ତ କୈଶୋରଗ ଅଫୁରନ୍ତପ୍ରେରଣା । ନିମାଇଁ ଅଧିକ ସାମସେବାରେ ନିଜକୁ ସମର୍ପିଦେବାକୁ । ଓଠଧାରରେ ତାଙ୍କର ବ ହୁ ପରିଚିତ ମୃତ୍ଯୁ ମୃତ୍ଯୁ ହାସ୍ଯରେଖା ମୋ ସ୍ମୃତିରେ ସତେଜ ହୋଇ ଉଠିଲା ବେଲେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବନ ଚର୍ଯ୍ଯାର ଦିଗନ୍ତରେ ସେହି ସେ ସ୍କୁଲ ଓ ଗୁରୁଜୀ ବତୀଘର ସଦୃଶ ଉଭା ହୋଇଥାଅନ୍ତି ।
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୧
ଦେଖଣା