ସେତେବେଳେ ସଂସ୍କୃତ ଅନାଦୃତ ଭାଷା ଥିଲା। ବ୍ୟାକରଞତ କଠିନ ନିୟମ୍ ଯୋଗୁଁ ଏହାର ଆଦର ଊଣା ଥିଲା। ହଳଦିଆରେ ୧୯୪୬ରୁ ଏମ୍·ଇ· ସକୁଲ୍ ଖୋଲିଲା। ଲୋକେ ଆଶୁଅର୍ଥକରୀ ବିଦ୍ୟା ପ୍ରତି ଆଗ୍ରହୀ ହେଲେ। ମାତ୍ର ପଣ୍ତିତଙ୍କ ବ୍ୟକ୍ତିତ୍ୱ ଓ ପ୍ରଚେଷ୍ଟରୁ ଟୋଲ୍-ର ଛାତ୍ର ସଂଖ୍ୟାରେ ସ୍ଥିରତା ଥିଲା। ଛୁଟିଦିନ ଗୁଡ଼ିକରେ ସେ ଛାତ୍ରଙ୍କ ସଙ୍ଗରେ ନେଇ ଛାତ୍ରସଂଗ୍ରହ ଅଭିଯାନ କରୁଥିଲେ। ବାଙ୍କି, ବାଘମାରି, ଖୋରଧା, ଭୁବନେଶ୍ୱରର ପିଲା ହଳଦିଆରେ ପଢ଼ୁଥିଲେ। ଆଜିକାଲି ଏଭଳି ଉଦ୍ୟମକୁ ନିରକ୍ଷରତା ଦୂରୀକରଣ ବା ସାକ୍ଷରତା ଅଭିଯାନ କୁହାଯାଉଛି।
ପଣ୍ତିତଙ୍କର ବଡ଼ ଅବଦାନ ବଦୁଷ୍ଟ, ପଥଭ୍ରଷ୍ଟ, ନିଶାଖୋର ଛାତ୍ରର ଚରତ୍ର ପରିବର୍ତ୍ତନ ଏହି କାମ ଯୋଗୁଁ ମୁରବୀ ମହଲରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ଜନୈକ ବାଙ୍କି ଅଞ୍ଚଳର ପିତୃମାତୃହୀନ ବ୍ରାହ୍ମଣ ବାଳକ ବାଲ୍ୟକାଳରୁ ଗୁଲି ଖାଇଲା। ପଣ୍ତିତେ ତା' ର ଦାୟିତ୍ୱ ନେଲେ। ହଠାତ୍ ତା' ର ଅଭ୍ୟାସରେ ପରିବର୍ତ୍ତନ ନଆଣି ଧୀରେ ଧୀରେ ତାକୁ ସେ ନିଶାମୁକ୍ତ କରିଥିଲେ। ବହୁ ଦୁଷ୍ଟ ଛାତ୍ରଙ୍କୁ ସେ ଆୟତ୍ତାଧୀନ କରି ପାରିଥିଲେ। ସେଥିପାଇଁ ମୁରବୀମାନେ ନିଜ ନିଜ ପିଲାଙ୍କର ଦାୟିତ୍ୱ ପଣ୍ତିତଙ୍କୁ ଦେଇ ନିଶ୍ଚିତ ରହୁଥିଲେ।
ପଣ୍ତିତେ ନୈଷ୍ଠିକ ବ୍ରାହ୍ମଣ ହେଲେ ମଧ୍ୟ ବ୍ରାହ୍ମଣେତର ଜାତିର ଛାତ୍ରଙ୍କୁ ଗ୍ରହଣ କରିବାରେ କୁଣ୍ଟା ପ୍ରକାଶ କରିନାହାନ୍ତି। ତାଙ୍କରି ପ୍ରଚେଷ୍ଟରୁ ଶ୍ରୀ ଅଭୟ ଚରଣ ସ୍ୱାଇଁ ଓଡ଼ିଶାର ପାଲାଗାଯକ ହେଲେ। ବାଙ୍କି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଭ୍ରମରବର ସ୍ୱାଇଁ ପଣ୍ତିତଙ୍କର କୃଉତି ଛାତ୍ର। କୃତୀ ଛାତ୍ରମାନେ ଶିକ୍ଷକଙ୍କର କୃତିତ୍ୱର ପ୍ରମାଣ ପତ୍ର। ପଣ୍ତିତଙ୍କ ଛାତ୍ର ଶ୍ରୀ କୁଳମଣି ମିଶ୍ର ଶର୍ମା ସଦାଶିବ ସଂସ୍କୃତ ମହାବିଦ୍ୟାଳୟରେ ଧର୍ମଶାସ୍ତ୍ର ଅଧ୍ୟାପକ ହୋଇଥିଲେ। ପଞ୍ଜିକା ସଂଶୋଧକ ଭାବେ ସେ ରାଷ୍ଟ୍ରପତି ପୁରସ୍କାର ଲାଭ ରିଥିଲେ। ସେ ରାଜ୍ୟ ଶିକ୍ଷକ ସମ୍ମାନ ଲାଭ କରିଥିଲେ। ଅନ୍ୟ ଜଣେ ଛାତ୍ର ବେଗୁନିଆ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ନୀଳକଣ୍ଠ ରଥ ୧୯୭୭ରେ ରାଜ୍ୟ ଶିଚକ ସମ୍ମାନ ଲାଭ କରିଥିଲେ। ବାଙ୍କି ଶିଶୁଆର ଯାଜ୍ଞିକ ଶ୍ରୀ ଭଗବାନ ମିଶ୍ର ପଣ୍ତିତଙ୍କର ଛାତ୍ର।
ଭୁବନେଶ୍ୱରର ୩ ନମ୍ବର ହାଇସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ପୁରୁଷୋତ୍ତମ ମିଶ୍ର ଭୂତପ୍ରେତ ମାନଙ୍କୁ ଆୟତ୍ତ କରି ତାନ୍ତ୍ରିକ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଣ୍ତିତଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ। ପୁରୀ ସଦାସିବ ସଂସ୍କୃତ କଲେଜର ଜ୍ୟେତିଷ ଅଧ୍ୟାପକ ଶ୍ରୀ ପର୍ଶୁରାମ ନାୟକ ହଳଦିଆରେ ପଣ୍ତିତଙ୍କର ଛାତ୍ର ଥିଲେ।