ସ୍କୁଲର ଏକ ପ୍ରଖ୍ୟାତ ଆଦର୍ଶ ଶିକ୍ଷକ, ସେ ମଦନବାବୁଙ୍କ ସହ ପ୍ରତିଯୋଗିତାରେ ପଛରେ ପଡ଼ିଯାଇଥିଲେ ବୋଲି ହୋପୀନାଥ ବାବୁ କହିଛନ୍ତି। ସେ ସମୟରେ ଗାନ୍ଧିଙ୍କ ପଦାଙ୍କ ଅନୁସାରେ ମଦନବାବୁ କହୁଥିଲେ, ନିଜେ ତାକୁ କାର୍ଯ୍ୟରେ ଅକ୍ଷରେ ଅକ୍ଷରେ ପରିଣତ କରୁଥିଲେ। ସେଥିଯୋଗୁଁ ତାଙ୍କ ଆଦର୍ଶର ବଳିଷ୍ଟ ପ୍ରଭାବ ଛାତ୍ରସମାଜକୁ ଉଦ୍ବୁଦ୍ଧ କରିଥିଲା।
ସେବା ହିଁ ଥିଲା ମଦନବାବୁଙ୍କ ଜୀବନର ପରମ୍ବ୍ରତ। ଦୋର୍ଡ଼ର ପିଲାମାନଙ୍କ କାଛୁ ନିଜ ହାତରେ ଧୋଇବା, ଔଷଧ ଲଗାଇବା, ଜ୍ଜର ରୋଗୀର ମୁଣ୍ତରେ ପାଣି ପଟିଦେବା, ରାତି ରାତି ଉଜାଗର ରହି ସେମାନଙ୍କ ଔଷଧ ଓ ପଥ୍ୟର ବ୍ୟବସ୍ଥା କରିବା ଏବଂ ପୁଅ ଭଳି ସେମାନଙ୍କ ଶୁଶ୍ରୂଷା କରିବା ଯେପରିକି ତାଙ୍କର ଦୈନନ୍ଦିନ କାର୍ଯ୍ୟ ହୋଇଯାଇଥିଲା। ଅରଣ୍ୟାହାଦିତ ଅସ୍ୱାସ୍ଥ୍ୟକର ସେତେବେଳର ଆଗପଡ଼ାରେ ମ୍ୟାଲେରିଆ ଓ କାଛୁର ପ୍ରଜୋପ ଏବଂ ପ୍ରାଦୁର୍ଭାବ ଖୁବ୍ ଥିବାରୁ ପିଲାଏ ବରାବର ପୀଡ଼ିତ ହେଉଥିଲେ।
ତାଙ୍କର ଜନସେବା ସମ୍ପର୍କୀୟ ଏକ ଘଟଣା- ଖଇରାରେ ଏହା ଘଟିଥିଲା। ମଦନବାବୁଙ୍କ ପ୍ରିୟ ଛାତ୍ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ତା କହ୍ନ୍ତି: ଥରେ ଜଣେ ପିଲାର ପେଟ ଖୁବ୍ ଜୋରେ କାଟିଲା। ବିଚରା ଭାରି କଷ୍ଟ ପାଇଲା। ଭୂଇଁରେ ଗଡ଼ିଲା। ଢ଼ହଳ ବିକଳ ହୋଇ। ମଦନବାବୁ ପିଲାଟିକୁ ଦେଖୁଥିଲେ, ପରୀକ୍ଷା କଲେ ଏବଂ ଶେଷରେ କ'ଣ ଜାଣିଲେ କେଜାଣି, ତାକୁ ତଳେ ଶୁଆଇଦେଲେ। ନିଜ ବାଁ ହାତ ମଝିଆଙ୍ଗୁଠି ତା'ର ମଳଦ୍ୱାରରେ ପ୍ରବେଶ କରାଇ ଛେଳି ନଣ୍ତି ଭଳି କିଛି ମଳ ଗୋଟା ଗୋଟା କରି ବାହାର କରିଦେଲେ। ତା' ପରେ ପିଲାତ ସମ୍ପୂର୍ଣ୍ଣ ଭଲ ହୋଇଗଲା ଏବଂ ଖୁବ୍ ଭୋକ ହେବାରୁ ଖାଇବାକୁ ମାଗିଲା। ଏହିଭଳି ସେବା ସେ କରନ୍ତି, ଯାହା ମା'ର ସେବାଠୁଁ ଭଳି ଅଧିକ ହୋଇଥାଏ।
ଆଗରପଡ଼ାରେ ଏକ ଘଟଣା ସଫେଇ ସମ୍ପର୍କୀୟ। ଆଗରପଡ଼ା ମି·ଇ·ସ୍କୁଲର ଛାତ୍ର ଗୋବିନ୍ଦବାବୁ କହ୍ନ୍ତି-ଦିନେ ସକାଳେ ସଫେଇ କାମ ବେଲେ ବିଚିତ୍ର ଘଟଣାଟିଏ ଘଟିଲା। ନିଜେ ମଦନବାବୁ ସଫେଇ କରୁଥିଲେ ପିଲାଙ୍କ ସହିତ। ମେଞ୍ଚେ ଖଙ୍କାର ଠାଏ ପଡ଼ିଥାଏ। ପିଲାଏ ନାକ ଟେକୁଥାନ୍ତି ସଫାକରିବାକୁ। ମଦନବାବୁ ସେ କଥା ଜାଣିଲେ ଏବଂ ପିଲାଏ ହିଞ୍ଜୁଛନ୍ତି କହି, ବିନା ଦ୍ୱିଧାରେ ଡ଼ାହାଣ ହାତରେ ତାକୁ ଉଠେଇ ଫିଙ୍ଗିଦେଲେ । ଲଜ୍ଜିତ ପିଲାଏ ଏଥର ସଫେଇର ଖୁବ୍ ଲାଗିଗଲେ।