ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମିଶ୍ର ।ସ୍ବାଧିନଚେତା ପଣ୍ଡିତ ପୁରୁଷୋତ୍ତମ ମିଶ୍ର ନରସିଂହପୁର ପ୍ରଜାମଣ୍ଡଳ ଆନ୍ଦୋଳନର ସଭାପତି ଥିଲେ । ଉପ୍ୟୁକ୍ତ ପିତାଙ୍କର ଉପ୍ୟୁକ୍ତ ପୁତ୍ର ଥିଲେ ରଘୁନାଥ ।

ରଘୁନାଥ ବାଲ୍ଯକାଳରେ ଗ୍ରାମଚାଟଶାଳୀରେ ବିଦ୍ଯାରମ୍ଭ କରିଥିଲେ ଓ ଢ଼େଙ୍କିନାଳ ହିସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ିବା  ସମୟରେ ନିଜର ଅସାଧାରଣ ସ୍ମରଣଶକ୍ତିର  ପରାକାଷ୍ଠା ବଳରେ ଇଂରାଜୀ ବବ୍ଯାକରଣକୁ ଆୟତ୍ତ କରିଥିଲେ । ବାଙ୍କି  ଡମପଡ଼ା ହାଇସ୍କୁଲ୍ ( ବର୍ତ୍ତମାନ ବରେନ୍ଦ୍ରକୃଷ୍ଣ  ବିଦ୍ଯାପୀଠ )ରୁ ସେ ମ୍ଯାଟ୍ରିକ୍  ଓ ରେଭେନ୍ସା କଲେଜରୁ ଆଇ,ଏ, ଓ  ପରେ   ବି,ଏ  ପାସ୍ କରିଥିଲେ ।
ପିଲାଦିନରୁ ରଘୁନାଥ ଅତ୍ଯନ୍ତ ଜିଦଖୋର  ଥିଲେ ଓ  ଯାହା କରିବେ ବୋଲି ମନସ୍ଥ କରୁଥିଲେ  ତାହା ହାସଲ ନକରିବା ପର୍ଯ୍ଯନ୍ତ ଥୟଧରୁନଥିଲେ ସେଥିପାଇଁ ସେ ନିଜର ସହପାଠୀମାନଙ୍କର ଶ୍ରଦ୍ଧା  ଓ ସମ୍ମାନର  ପାତ୍ର ହୋଇଥଲେ  ଶିକ୍ଷକ  ତାଲିମ  ସମୟରେ  ସେ  ଥିଲେ ଛାତ୍ରମାନଙ୍କର ଯୋଗ୍ଯ ପ୍ରତିନିଧି । ଶ୍ରୀଯୁକ୍ତ  ରଘୁନାଥ  ମିଶ୍ର ୧୯୧୪ ରୁ   ୧୯୭୯‌- ଦୀର୍ଘ ୩୮ ବର୍ଷ  ଧରି ଶିକ୍ଷକତା କରିଥିଲେ । ତାଙ୍କର ଶିକ୍ଷକତା  କଳରେ  ସେ ଚୌଦାର , ମହାଙ୍ଗା ,ଖଣ୍ଡପଡ଼ା , ଦଶପଲ୍ଲା, ନୟାଗଡ଼ ,ବଡ଼ମ୍ବା, ନରସିଂହପୁର  ଆଦି ଅଞ୍ଚଳରେ ଜଣେ  ସଚ୍ଚୋଟ ଓ ଦକ୍ଷ  ଶିକ୍ଷକ  ଭାବରେ  ସୁନାମ  ଅର୍ଜନ  କରିଥିଲେ ।  ସେ ଯେଉଁ  ସ୍କୁଲରେ ଶିକ୍ଷକତା କରୁଥିଲେ ତାହାର  ସୁବର୍ଣ୍ଣ  ଯୁଗ ଆରମ୍ଭ ହୋଇଯାଉଥିଲା ।

ସେଦିନ ଶଭଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥମ କାର୍ଯ୍ଯଦିବସରେ ଛାତ୍ରମାନେ ଏହି ସୁଯୋଗ୍ଯ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ ।

ରଘୁନାଥ କହିଲେ ପିଲାମାନେ । ତୁମ୍ଭମାନଙ୍କର ପରିଚୟ ଜଣକ ପରେ ଜଣେ ଦିଅ । ଛାତ୍ରମାନେ ଠିଆହୋଇ ଜଣକ ପରେ ଜଣେ ନିଜର ନାମ କହିଗଲେ । ରଘୁନାଥ ସେମାଙ୍କୁ ନିଜ ନିଜର ସ୍ଥାନ ବଦଲାଇ ଦେବାକୁ କହିଲେ । ପିଲାମାନେ ତାହା କଲେ । ତାହା ପରେ ରଘୁନାଥ ପ୍ରତ୍ଯେକ ଛାତ୍ରଙ୍କର ନାମ ନିର୍ଭୁଲ ଭାବରେ କହିଗଲେ ଏଭଲି ଅସାଧାରଣ ସ୍ମରଣଶକ୍ତିର ଅଧିକାରି ଶ୍ରୀଯୁକ୍ତ ମିଶ୍ର ସେଥିପାଇଁ ଛାତ୍ର ତଥା ଶିକ୍ଷକମଣ୍ଡଳୀରେ ସର୍ବମାନ୍ଯ ହୋଇଉଠିବା ଥିଲା ଏକାନ୍ତ ସ୍ବାଭାବିକ ।

ସମାଜ ଶିକ୍ଷକଠାରୁ ସେବା ଚାହେଁ । ରଘୁନାଥ ପୂର୍ଣ୍ଣପ୍ରାଣରେ ଥିଲେ ସମାଜସେବୀ । କୌଣସି ପ୍ରକାରର ସମାଲୋଚନା ତାଙ୍କୁ ତାଙ୍କ ଲକ୍ଷ୍ଯପଥରୁ ବିଚ୍ଯୁତ କରିପାରି ନାହିଁ । ତାଙ୍କର