ମିଶ୍ର। ସ୍ୱାଧୀଞ୍ଚେତା ପଣ୍ତିତ ପୁରୁଷୋତ୍ତମ ମିଶ୍ର ନରସିଂହପୁର ପ୍ଜାମଣ୍ତଳ ଆନ୍ଦୋଳନର ସଭାପତି ଥିଲେ। ଉପ୍ୟୁକ୍ତ ପିତାଙ୍କର ଉପ୍ୟୁକ୍ତ ପୁତ୍ର ଥିଲେ ରଘୁନାଥ।
ରଘୁନାଥ ବାଲ୍ୟକାଳରେ ଗ୍ରମଚାଟଶାଳୀରେ ବିଦ୍ୟାରମ୍ଭ କରିଥିଲେ ଓ ଢ଼େଙ୍କାନାଳ ହାଇସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସମୟରେ ନିଜର ଅସାଧାରଣ ସ୍ମରଣଶକ୍ତିର ପରାକାଷ୍ଟା ବଳରେ ଇଂରାଜୀ ବ୍ୟାକରଣକୁ ଆୟତ୍ତ କରିଥିଲେ। ବାଙ୍କି ଡ଼ମ୍ପପଡ଼ା ହାଇସ୍କୁଲ୍ (ବର୍ତ୍ତମାନର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ) ରୁ ସେ ମ୍ୟାଟ୍ରିକ୍ ଓ ରେଭେନ୍ସା କଲେଜରୁ ଆଇ·ଏ· ଓ ପରେ ବି·ଏ· ପସ୍ କରିଥିଲେ।
ପିଲାଦିନରୁ ରଘୁନାଥ ଅତ୍ୟନ୍ତ ଜିତ୍-ଖୋର ଥିଲେ ଓ ଯାହା କରିବେ ବୋଲି ମନସ୍ଥ କରୁଥିଲେ ତାହା ହାସଲ ଙ୍କରିବା ପର୍ଯ୍ୟନ୍ତ ଥୟଷରୁନଥିଲେ ସେଥିପାଇଁ ସେ ନିଜର ସହପାଠୀମାନଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇଥିଲେ। ଶିକ୍ଷକ ତାଲିମ ସମୟରେ ସେ ଥିଲେ ଛାତ୍ରମାନଙ୍କର ଯୋଗ୍ୟ ପ୍ରତିନିଧି। ଶ୍ରୀଯୁକ୍ତ ରଘୁନାଥ ମିଶ୍ର ୧୯୪୧ରୁ୦୧୯୭୯ଦୀର୍ଘ ୩୮ ବର୍ଷ ଧରି ଶିକ୍ଷଜତା କରିଥିଲେ। ତଙ୍କର ଶିକ୍ଷକତା କାଳରେ ଦେ ଚୌଦ୍ୱାର, ମାହାଙ୍ଗା, ଖଣ୍ଯପଡ଼ା, ଦଶପଲ୍ଲା, ନୟାଗଡ଼ ବଡ଼ମ୍ବା, ନରସିଂହପୁର ଆଦି ଅଞ୍ଚଳରେ ଜଣେ ସଚ୍ଚୋଟ ଓ ଦକ୍ଷ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ। ସେ ଯେଉଁ ସ୍କୁଲରେ ଶିକ୍ଷକତା କରୁଥିଲେ ତାହାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯାଉଥିଲା ।
ସେଦିନ ଶରଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥ, କାର୍ଯ୍ୟଦିବସରେ ଛାତ୍ରମାନେ ଏହି ସୁଯୋଗ୍ୟ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ।
ରଘୁନାଥ କହିଲେ, "ପିଲାମାନେ, ତୁମମାନଙ୍କର ପରିଚୟ ଜଣକ ପରେ ଜଣେ ଦିଅ। ଛାତ୍ରମାନେ ଠିଆହୋଇ ଜଣକ ପରେ ଜଣେ ନିଜ ନିଜର ନାମ କହିଗଲେ ।ରଘୁନାଥ ସେମାନଙ୍କୁ ନିଜ ନିଜର ସ୍ଥାନ ବଦଳାଇ ଦେବାକୁ କହିଲେ। ପିଲାମାନେ ତାହା କଲେ। ତାହାପରେ ରଘୁନାଥ ପ୍ରତ୍ୟେକ ଛାତ୍ରଙ୍କର ନାମ ନିର୍ଭୁଲ ଭାବରେ କହିଗଲେ। ଏଭଳି ଅସାଧାରଣ ସ୍ମରଣଶକ୍ତିର ଅଧିଲାରୀ ଶ୍ରୀଯୁକ୍ତ ମିଶ୍ର ସେଥିପାଇଁ ଛା୍ତର ତଥା ଶିକ୍ଷକମଣ୍ତଳୀରେ ସର୍ବମାନ୍ୟ ହୋଇଉଠିବା ଥିଲା ଏକାନ୍ତ ସ୍ୱାଭାବିକ।
ସମାଜ ଶିକ୍ଷକଠାରେ ସେବା ଚାହେଁ। ରଘୁନାଥ ପୂର୍ଣ୍ଣପ୍ରାଣରେ ଥିଲେ ସମାଜସେବୀ। କୌଣସି ପ୍ରକାରର ସମାଲୋଚନା ତାଙ୍କୁ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନାହିଁ। ତାଙ୍କର