୫/୬ କିଲୋମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପହ୍ଞ୍ଚିଥାଏ ।ଆମ ଶ୍ରେଣୀର ପାଠଦାନ ସେ ଭଲି କିଛି ଆଗେ ନ ଥାଏ । ଅଧିକାଂଶ ପିଲା ବହି, ଖତା କିଛି କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜଣେ ଅଧେ ଶିକ୍ଷକ (ସାର୍) ଙ୍କ ଠାରୁ ଆମର ଜଣେ ନୂଆ ହେଡ଼ମାଷ୍ଟର ଆସିବେ ବୋଲି ଶୁଣିବାକୁ ପାଉଥାଏ । ସେ ପଙ୍କପାଳ ମାଇନର ସ୍କୁଲରୁ ପଣ୍ଡୁଆ ସ୍କୁଲକୁ ଆସୁଥାନ୍ତି । ପଙ୍କପାଳ ସ୍କୁଲରେ ତାଙ୍କର ସ ହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂଶଜ ବିଚିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି । ନୂଆ ହେଡ଼ମାଷ୍ଟର ଆମ ଭଲି ଦୁଷ୍ଟ , ଅମନ୍ୟୋଗୀ , କର୍ମକୁଣ୍ଠ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହୁଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ । ଛାଟ ପ୍ରଯୋଗ କରି କିପରି ଶାସନ କରିପାରନ୍ତି ତାହାର କେତେକ ପୂର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୂରାପୂରି ସଂତସ୍ତ କରି ଦେଇଥାନ୍ତି
ନୂଆ ହେଡ଼ମାଷ୍ଟର ଅସି ପହ୍ଞ୍ଚିଲେ । ଚାଳ ଛପର ଇଟାକାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ୍ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବହୃତ ହେଉଥାଏ । ସେ ଅଫିସ୍ ଘରେ ହିଁ ରହିଲେ । ଆଲମାରି ବାଡ଼ଦେଇ ଛୋଟ ବଖରାଟିଏ ବାହାର କରି ସେଥିରେ ଖଟଟିଏ ପକାଇ ସେ ଶୁଆବସା କଲେ । ସେଇଠି ଟେବୁଲ୍ ଚେୟାର ପକାଇ ଅଫିସ ୍ କାମ କଲେ । ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀଗୃହ ଓ ତାଙ୍କ କାର୍ଯ୍ଯଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ ।
ବିଷ୍ଣୁବାବୁ ଅତିଗେଡ଼ା କି ଡେଙ୍ଗା ନୁହନ୍ତି । ଗୌରବର୍ଣ୍ଣ , ଗୋଲ ମୁହଁ , ଉଜ୍ଜ୍ବଳ ଦୀପ୍ତି ସଂପନ୍ନ ଚାହାଣୀ ସାଙ୍ଗକୁ ଇତ୍ସୀକରା ଧୋତି ଓ ସାର୍ଟ ତାଙ୍କୁ ଓ ତାଙ୍କର ବ୍ଯକ୍ତିତ୍ବକୁ ବିଶେଷତ୍ବରେ ମଣ୍ଡିତ କରିରଖିଥାଏ । ସେ ପାଇ କଚ୍ଛା ମାରି ଧୋତି ଏପରି ପିନ୍ଧିଥାଆନ୍ତି ଯେ ତାହା ବେଳେବେଳେ ଫୁଲ୍ପ୍ଯାଣ୍ଟର ଭ୍ରମ ସୃଷ୍ଟି କରୁଥାଏ । ତାଙ୍କର ସଂଖ୍ଯଧିକ ଧୋତି ଓ ସାର୍ଟ ସାଙ୍ଗକୁ ଗଞ୍ଜି ଓ ଅଣ୍ଡର ୱୟାର ଗଛେଇହୋଇ ରହିଥାଏ । ସେ ପ୍ରତି ସପ୍ତାହରେ ସେଥିରୁ ଗୋଟିଏ ସେଟ୍ ବାହାର କରି ପିନ୍ଧନ୍ତି ଓ ବ୍ଯଭୃତ ସେଟଟି ରାହାମା ହାଟଦିନ ତାଙ୍କ ନିର୍ନ୍ଦ୍ଦିଷ୍ଟ ଧୋବା ପାଖକୁ ପଠାଇଦିଅଯାଏ । ସେ ସକାଳୁ ଶ୍ୟ୍ଯାତ୍ଯାଗ କରିବା ପରେ ମୁହଁଧୋଇ ପ୍ରାୟ ଚାରିଗିଲାସ ପାଣି ପିଇ ଦାନ୍ତଘଷନ୍ତି । ବାସନା ତେଲ ଲଗାଇ କୂଅପାଣିରେ ଗାଧୁଅନ୍ତି । ତାଙ୍କର ଗାତ୍ରମାର୍ଜନ ଆମକୁ କସରତ ଭଲି ଲାଗେ । ସେ ଲୁଙ୍ଗି ପିନ୍ଧନ୍ତି ଓ କଠାଉ ମାଡ଼ନ୍ତି । ଚୁଡ଼ା ,ଚିନି ଓ ଦହି ତାଙ୍କର ପ୍ରୀୟ ସବୁଦିନିଆ ଜଳଖିଆ ।