ନାଥ ହେ କେବଳ କରିବୁଁ ଗୁଆଳୀ ।
ଆମ୍ଭ ବିଷୟ ଏତେକେହେଁ ସରିବ ନିଶ୍ଚିନ୍ତ ହେବ ବନମାଳୀ ।
ପୁଣ ବିଚାରୁଛୁଁ ତୁମ୍ଭ ବିମ୍ବାଧରୁ ଅମୀୟ ଆମ୍ଭଙ୍କୁ ଦେଇଛ ।
ବିଷ ଭକ୍ଷିଲେ ନ ମରି ଜ୍ୱାଳା କଲେ କି କରିବୁଁ ହେ ନନ୍ଦବତ୍ସ
ଅନଳ ଉପରେ ଅନଳ ପଡ଼ିବ ।
କେ ସହି ପାରିବ ଏ ଘୋର ବିପତ୍ତି ଦ୍ୱିଗୁଣେ ଶରୀର ପୋଡ଼ିବ ।
ଆମ୍ଭ ବିଷୟ ଉଦ୍ଧବଙ୍କ ମୁଖରୁ ଶୁଣିମ ସେ ଯାହା କହିବେ ।
ମନେ ବିଚାରିବ ବରଜବନିତା କେମନ୍ତଟି ସୁଖୀ ହୋଇବେ ।
ନାଥ ହେ ଦୁଃଖ-ସରିତରେ ଭାସୁଛୁଁ ।
କେବଳ ତବ ନାମ କରି ଆଶ୍ରୟ ଘୋରବିପତ୍ତି ବିନାଶୁଛୁଁ ।
ଏହି କଥାଗୋଟି ମନରେ କିପରି କେମନ୍ତ ପ୍ରକାରେ ରହିବୁଁ ।
ଦୟାକରି ଯେବେ ଥରେ ଭେଟହେବ ମୁଖ ଦେଖି ପ୍ରାଣେ ବଞ୍ଚିବୁଁ ।
ନାଥ ହେ ତେବେ ସର୍ବଦୁଃଖ ସରନ୍ତା ।
ଦାରୁଣ ଅତନୁ ଯାହା ଦହୁଅଛି ସେ କଥା କେବେହେଁ ନୁହନ୍ତା ।
ଜାଣିଥିଲୁଁ ବଡ଼ଲୋକଙ୍କ ବଚନ ପାଷାଣଗାର ପ୍ରାୟ ହୋଏ ।
ଏବେ ଜାଣିଲୁଁ ସଲିଳଗାର ପ୍ରାୟ ସେ ଯେହ୍ନେ ମୁହୂର୍ତ୍ତେ ନ ରହେ ।
ନାଥ ହେ ଜାଣିଥିଲେ କେହୁ ଛାଡ଼ନ୍ତା ।
କଇତବପଣ କରି ଛାଡ଼ିଗଲ ନାମ ବହି ସୁଖ କରତା ।
ଏବେ ଆଜଠାରୁ ଦୀନବନ୍ଧୁ ନାମ ଛାଡ଼ି ସୁଖିବନ୍ଧୁ ହୋଇବ ।
କହୁଅଛୁଁ ସତ ଯେ ବୋଲିବ ଦୀନବନ୍ଧୁ ଆମ୍ଭ ପରି ସେ ହେବ ।
ନାଥ ହେ ଏ ବିକି ତୁମ୍ଭର ବେଭାର ।
ସୂନାରୀ ପରାୟ ପ୍ରୀତି କରି ପ୍ରାନ୍ତକାଳକୁ କଲ କୁବିଚାର ।
ସେ ଯେହ୍ନେ ଧନ ଲଭିବା ପରିଯନ୍ତେ ନାନାମତେ ମୁଖେ କହଇ ।
କି କରମ ତାଙ୍କ ସଞ୍ଚିଲା ପଦାର୍ଥ ଘେନି ପ୍ରାସଦେଇ ଚଳଇ ।
ନାଥ ହେ ସେହିମତି ତୁମ୍ଭ ବିଚାର ।
ତଥାପି ସୁନାରୀମାନଙ୍କୁ ଭଣ୍ତିଲ ଆମ୍ଭେତ ସୁନାରୀ ନିକର ।
ଶୁଣିଛୁଁ ଅତି ଧାର୍ମିକପଣ କଲେ ପୁଣ ଅଧର୍ମ ଆଚରନ୍ତି ।
ଅତିଶୟ ଦାନିପଣ ଯେ କରନ୍ତି ସେ ପୁଣି କୃପଣ ହୁଅନ୍ତି ।
ତେଣୁ ସେ କୈତବଗୁଣ ନ ଛାଡ଼ନ୍ତି ।
ଦାନୀ ଧାର୍ମିକ ହୋଇ କିସ ହୋଇବ ଯେଣୁ ବଚନ ନ ପାଳନ୍ତି ।
ଏବେ ତତକାଳେ ଗୋପକୁ ଆସିବ ନଇଲେ ଜୀବନ ଗଲାଟି ।
ଯୁଗେ ଯୁଗେ ସ୍ତିରୀହତ୍ୟା ଦୋଷ ତୁମ୍ଭ ନାମରେ ପ୍ରକଟ ହେଲାଟି ।
ନାଥ ହେ ଏହା ବିଚାରିବା ହୋଇବ ।
ଆମ୍ଭ ରାଣଟି ରସିକରତ୍ନାକର ଆଉ ବିଳମ୍ବ ନ କରିବ ।
ପୃଷ୍ଠା:Typical selections from Oriya literature.pdf/୪୦୦
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୨
ଓଡ଼ିଆ ସାହିତ୍ୟ-ପରିଚୟ