ପୃଷ୍ଠା:Typical selections from Oriya literature.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୦
ଓଡ଼ିଆ ସାହିତ୍ୟ-ପରିଚୟ

ଭୁଜେ କଚଟୀ ବାହୁଟି ଚରଣେ ନୁପୁର ।
ହାର କଙ୍କଣ ଯେ ମଣିମୟ ଦିବ୍ୟସାର ।
ଶରୀରେ ମୃଗନାଭି ଚତୁଃସମ ଲେପନ ।
ଶିରେ ଆଭରଣ ଯେ ସୁସଞ୍ଚ ପୁଷ୍ପମାନ ।
ଏକ ରାଜାକେ ବରଣ ଦେଲା ଏହି ବିଧି ।
ଲକ୍ଷେ ରାଜାଙ୍କୁ ଦ୍ରୁପଦ ଏରୂପେ ସମ୍ବୋଧି ।
ସମସ୍ତ ରାଜାଙ୍କୁ ବରଣ କରେ କୁମର ।
ଅର୍ଘ୍ୟ ଘେନି ଦ୍ରୁପଦ ଯେ ମିଳିଲେ ସଭାର ।
ଅର୍ଘ୍ୟ ଘନି ଥୋଇଲା ସଭାର ମଧ୍ୟସ୍ଥାନେ ।
ଶତସସ୍ତ୍ର ଦଣ୍ତ ପ୍ରଣାମ କରେ ବିଧାନେ ।
ଜରାସନ୍ଧ ବୋଇଲା ଶୁଣ ଆହୋ ଦ୍ରୁପଦ ।
କେବଣ ତୋହର କ‌ହ ସେ ସବୁ ସଂବାଦ ।
ଦ୍ରୁପଦ ବୋଲେ ଦେବ ସାବଧାନେ ଶୁଣିମା ।
ଅଗ୍ନିରୁ ଜାତ ମୋହର ଦ୍ରୌପଦୀ ସୁଧର୍ମା ।
କୋଟିଏ ଋଷି ଘେନି ମହାତ୍ମା ବେଦବ୍ୟାସ ।
ଯାଗ କରୁଁ ମହା ଅନଳରୁ ସେ ପ୍ରକାଶ ।
ମୋହ ମନ‌କାମନା କଲି ତାହାର ପାଇଁ ।
ଦୈବବଶେ ବର ନ ପାଇଲି ମଧ୍ୟ ଭୁଇଁ ।
କନ୍ୟାର ସମାନ ବର ନ ପାଇଲି ଯ‌ହୁଁ ।
ସ୍ୱୟମ୍ବର ଭିଆଣ ଯେ କଲଇଁକ ତ‌ହୁଁ ।
ମୋର ପୂର୍ବ ଭାଗ୍ୟେ ଦୁହିତା ଉପୁଜାଇଲି ।
ଲକ୍ଷେ ନୃପତିଙ୍କି କେତେ ପୁଣ୍ୟରେ ପାଇଲି ।
ବର ଅଟ ତୁମ୍ଭେମାନେ ସମସ୍ତ ନୃପତି ।
କାକୁ ଆସ୍ତି କରିବି କାକୁ କରିବି ନାସ୍ତି ।
ମହାଲାଖ ପାତିଲି ଏ ମୋ ବ୍ରତ ନିମନ୍ତେ ।
ଇଚ୍ଛାବରେ ଦୁହିତାକୁ ନୁହଇ ଯୁକତେ ।
ଏ ମୋହର ଲାଖକୁ ଯେ ବିନ୍ଧିବ ଗୋସାଇଁ ।
ଲାଖର ଚରିତ ଶୁଣ ସାବଧାନ ହୋଇ ।
ରାଧାଚକ୍ର ବୁଲଇ ଯେ ସ‌ହସ୍ରେକ ଧାର ।
କନ‌କ ମତ୍ସ୍ୟ ଅଛଇ ତ‌ହିଁର ଉପର ।
କୁରାଳ ଚକ୍ର ପ୍ରାୟ ବୁଲଇ ଅନୁବ୍ରତେ ।
ତଳେ ଧନୁଏ ଅଛି ଲକ୍ଷେ ବଳ ଯୁକତେ ।
ରାଧାଚକ୍ର ବୁଲୁଅଛି ଶତେ ତାଳ ଉଚ୍ଚେ ।
ତାଳେ ଉଚ୍ଚରେ ପଟାଏ ଅଛି ଯେ ସୁସଞ୍ଚେ ।