ଶୁଣିଣ ଲୋକେ ବୋଇଲେ ବାବୁ ବେଗେ ଯାଅ ।
ରାଜାର ମନ ତୋଷିଣ ଧନ-ବସ୍ତ୍ର ପାଅ ।
ଚାର କହନ୍ତେଣ ଯେ ଉଠିଲେ ଲବକୁଶ ।
ନବରେ ପଶିଲେ ଯାଇଁ ମନରେ ହରଷ ।
ଶ୍ରୀରାମଙ୍କ ଛାମୁରେ ସେ ମିଳିଲେକ ଯାଇଁ ।
ନମସ୍କାର କରିଣ ଅଛନ୍ତି ଉଭା ହୋଇ ।
ଦେଖିଣ ଶ୍ରୀରଘୁନାଥ ଆନନ୍ଦ ହୋଇଲେ ।
କିସ ପୋଥି ଏ ତୁମ୍ଭର ବୋଲି ଆଜ୍ଞା ଦେଲେ ।
କୁଶ ଲବ ବୋଇଲେ ଏ ରାମାୟଣ ଗ୍ରନ୍ଥ ।
ଏହାକୁ ଯେ କଲେ ବାଲମୀକ ତପୋବନ୍ତ ।
ପଞ୍ଚାଶ ସହତ୍ସ ଶ୍ଳୋକ ଶୁଣି ପାପ ଯାଇ ।
ବ୍ରହ୍ମାର ବଚନେ ସାମବେଦୁଁ ଜାତ ଏହି ।
ଶୁଣି ରଘୁନାଥେ ବୋଇଲେ ସେଠାରେ ବସ ।
ଶୁଣିବା ଗ୍ରନ୍ଥ ତୁମ୍ଭର କର ପରକାଶ ।
ଆଜ୍ଞା ପାଇ ପୋଏ ଯେ ବସିଲେ ଆଣ୍ଠୁଆଇ ।
କେଦାର ରାଗେ ଆଳାପ କଲେ ତୋଷ ହୋଇ ।
ପ୍ରଥମେ ଗାଇଲେ ବାଲମୀକଙ୍କ ବନ୍ଦନା ।
ନାରଦଋଷି କରିବା ଗ୍ରନ୍ଥର ସୂଚନା ।
ବ୍ରହ୍ମା ତିଆରିବା ସରସ୍ୱତୀର ପ୍ରସନ୍ନ ।
ଶୁଣିଣ ରଘୁନାଥ ପରମ ତୋଷ ମନ ।
ଗାଅ ଗାଅ ବୋଲିଣ ବୋଇଲେ ପ୍ରଭୁ ହସି ।
ସଭାଲୋକମାନେ ଶୁଣି ବହୁତ ପ୍ରଶଂସି ।
ତ୍ରଉଞ୍ଚ ପକ୍ଷୀକି ବ୍ୟାଧ ମାରିବା କହିଲେ ।
ତହୁଁ ଶ୍ରୀରାମର ଯେ ଚରିତ ବଖାଣିଲେ ।
ଦଶରଥ ରାଜାର ଯେ ଆସ୍ଥାନ-ଭାଳେଣି ।
ସୁମନ୍ତ୍ର କହିଲା ଯାହା ସମସ୍ତେହେଁ ଶୁଣି ।
ଲୋମପାଦରାଜ୍ୟ-ଅନାବୃଷ୍ଟିର କାରଣ ।
ନାବ ଘେନି ଜରତାର ଯିବା ବିଚାରଣ ।
ଋଷ୍ୟଶୃଙ୍ଗ ଆସିବା ଶାନ୍ତାକୁ ବିଭା ହେବା ।
ଲୋମପାଦରାଜ୍ୟରେ ଯେ ମେଘ ବରଷିବା ।
ଅଯୋଧ୍ୟାରେ ଯଜ୍ଞ ଯେହ୍ନେ କଲେ ଋଷ୍ୟଶୃଙ୍ଗେ ।
ବ୍ରହ୍ମା ଅଇଲେ ଯେ ସୁରଗଣଙ୍କର ସଙ୍ଗେ ।
ପୂର୍ଣ୍ଣାହୁତିବେଳେ ନାରାୟଣ ବିଜେ କଲେ ।
ମାହେନ୍ଦ୍ର ବେଳେ ଯେ ଚରୁ ଦଶରଥ ନେଲେ ।
ପୃଷ୍ଠା:Typical selections from Oriya literature.pdf/୧୮୩
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୭
ଓଡ଼ିଆ ସାହିତ୍ୟ-ପରିଚୟ