ନାହିଁ । ତା ଜୀବନ ଉତ୍ଫୁଲ୍ଲ ହୋଇଉଠେ । ଘରଦ୍ୱାର ଓ ଜମିଜୁମା ବିକ୍ରି କରି ଜୁଆରେ ହାରିବା ଯାଏ, ନିଃସ୍ୱ ଦୁସ୍ଥ ହେବା ଯାଏଁ ଖେଳିବାରେ ଆନନ୍ଦ ଓ ଶାନ୍ତି ଆଣିଦିଏ । ବାପା ସେଦିନ ପ୍ରାୟ ପଚାଶ ଟଙ୍କା, ତିନୋଟି ହାର, ପାଞ୍ଚଟି ମୁଦି ଜୁଆରେ ଜିଣିଲେ ଏବଂ ରାଜାଙ୍କଠୁ ପୁରସ୍କାର ସ୍ୱରୂପ ପାଇଲେ ଗୋଟିଏ ସୁନା ବଳା ଓ ପାଟ ଓ ଯଥା । ସେଦିନ ଦୁଇଟି ଛେଳି କଟା ହୋଇ ସହରର ଅଧା ଲୋକଙ୍କୁ ମାଂସ ଦିଆଗଲା । ଘରକୁ ଯିଏ ବି ଅଳଙ୍କାର ଦେଖିବା ପାଇଁ ବା ସାଇକେଲ ଦେଖିବା ପାଇଁ ଆସିଲେ ସମସ୍ତଙ୍କୁ ସାହୁ ହୋଟେଲର ରସଗୋଲା ଦିଆଗଲା । ଏହା ପରେ ବି ମା'ଙ୍କ ଆଖି ଚକ୍ ଚକ୍ କରି ନ ଥିଲା ଏବଂ ବାପାଙ୍କ ଉଗ୍ର ହସ ନରମି ନ ଥିଲା । ଅଜା ଚାରି ଦିନ ପରେ ଆସି ମହାରାଜାଙ୍କ ଚିହ୍ନ ରଖିବା ପାଇଁ ବଳା ଓ ପାଟ ଯଥା ନେଇ ଯାଇଥିଲେ । ବାପା ବି ଖୁସିରେ ସେ ସବୁ ଅଜାଙ୍କୁ ଦେଲେ ଓ କହିଲେ ତମେ ଦଶ କୋଶ ବାଟ ଚାଲି ଆସିଛ । ଚାଲ ଏବେ ତୁମକୁ ସାଇକେଲରେ ଗାଁରେ ଛାଡ଼ି ଦେବି । ଅଜାଙ୍କୁ ବସାଇ ସାଇକେଲରେ ଏକ ନିଶ୍ୱାସରେ ସାଗରପାଲି ଗାଁ ଯାଏ ନେଇଥିଲେ ଏବଂ ଏକ ନିଶ୍ୱାସରେ ଫେରିଥିଲେ । ବାପାଙ୍କର ଗୋଟିଏ ରକ୍ଷିତା ଗଉଡୁଣୀ ସ୍ତ୍ରୀଟିଏ ବି ଥିଲା । ବାପା ମଝିରେ ମଝିରେ ତାକୁ ଅଳଙ୍କାର ପିନ୍ଧାନ୍ତି ଓ ଅଣେ ଦି ଅଣା ପଇସା ଦିଅନ୍ତି । ବାପାଙ୍କର ସାହସ, ରାଜଶକ୍ତି ଓ ସ୍ୱଚ୍ଛଳ ଆର୍ଥିକ ଅବସ୍ଥାପାଇଁ ସମାଜରେ କେହି କିଛି କହିପାରୁ ନ ଥିଲେ । ମାତ୍ର ବ୍ରାହ୍ମଣ ସମାଜରେ ବାପାଙ୍କ ପ୍ରତି ଏକ ଘୃଣାଭାବ ତଥା ବିରକ୍ତିକର ପରିବେଶ ସୃଷ୍ଟି କରିଥିଲା । ବ୍ରାହ୍ମଣମାନଙ୍କ ରକ୍ଷଣଶୀଳତାକୁ ବାପା ଆଦୌ ଖାତିର କରୁ ନ ଥିଲେ । ପଇତା ପିନ୍ଧୁ ନଥିଲେ, ନିଶ ରଖୁଥିଲେ, ଘୋଡ଼ା ଚଢୁଥିଲେ, ବେଲଟ ଓ ଯୋତା ଲଗାଉଥିଲେ, ଉଆଁସ ସଙ୍କ୍ରାନ୍ତି କିଛି ମାନୁ ନଥିଲେ, ମାଂସ ତଥା କୁକୁଡ଼ା ମାଂସ ଓ ଅଣ୍ଡା ଖାଉଥିଲେ, ଜୁଆ ଖେଳୁଥିଲେ, ସ୍ତ୍ରୀ ଲୋକଙ୍କ ସଙ୍ଗେ ଭିନ୍ନ ସମ୍ପର୍କ ରଖୁଥିଲେ । ତେଣୁ ବ୍ରାହ୍ମଣ ସମାଜର କିଛି ବରିଷ୍ଠ ବ୍ୟକ୍ତି ଏକ ଗୁପ୍ତ ଯୋଜନା କରି ବାପାଙ୍କୁ ସେଇ ଗଉଡୁଣୀ ସ୍ତ୍ରୀ ଲୋକ ଘରେ ମଧ୍ୟ ରାତ୍ରରେ ହାତାହାତି ଧରିବେ ବୋଲି ମନସ୍ଥ କଲେ । ମାସାଧିକ କାଳ ଅପେକ୍ଷା କରି ଦିନେ ସେମାନେ ସେ ଗଉଡୁଣୀ ସ୍ତ୍ରୀ ଲୋକ ଘରକୁ ଚାରିପଟୁ ଘେରାଉ କଲେ । ଜନାର୍ଦନ କୁଆଡ଼େ ଗଲା ବୋଲି କହି ସେ ସ୍ତ୍ରୀ ଲୋକକୁ ପିଟିଲେ । ଡିବିରି ଓ ଲଣ୍ଠନ ନେଇ ରାତି ସାରା ତା’ଘର ଓ ଆଖପାଖରେ ବହୁତ ଖୋଜିଲେ । ବାପାଙ୍କ ଘର ବି ଖୋଜିଲେ । କିନ୍ତୁ ପାଇଲେ ନାହିଁ । କଣ ହେଇଛି ଜାଣିବା ପାଇଁ ମା'ଙ୍କୁ ବି ଦି ଦିନ ସମୟ ଲାଗିଲା । ବାପାଙ୍କର ଆଉ ପତ୍ତା ମିଳିଲା ନାହିଁ । ମେସୋପୋଟାମିଆଁରୁ ବାପାଙ୍କ ଚିଠି ଆସିବା ପରେ ଆମେ ଜାଣିଲୁ ଯେ ବାପା ସେ ଦିନ ସାଇକେଲରେ ବଲାଙ୍ଗିରରୁ ସମ୍ବଲପୁର ଯାଏ ରାତାରାତି ଯାଇଛନ୍ତିି । ଆହୁରି ଜଣାଗଲା ଯେ ସେଠି ସାଇକେଲକୁ ବିକ୍ରି କରିଥିଲେ ପଚାଶ ଟଙ୍କାରେ । ଯିଏ କିଣିଲା ତାକୁ ପୁଣି ପୁଲିସ ଚୋରି ସାଇକେଲ କାହାଠାରୁ କିଣିଲୁ, କେବେ କିଣିଲୁ, କେତେ ଟଙ୍କାରେ କିଣିଲୁ, ବୋଲି ପ୍ରଶ୍ନ ପଚାରିଲା । ଏତେ ସବୁ ପ୍ରଶ୍ନ ପରେ ଦି ଦିନ ପରେ ବାପାଙ୍କ ପାଖକୁ ଖୋଜି ଖୋଜି ପୁଲିସ ହାବିଲଦାରଟିଏ ଆସି କହିଲା, ଚାଲ ଥାନା ବାବୁ ଡାକୁଛନ୍ତି । ତାକୁ କିଛି ନ କହି ତା ମୁହଁରେ ଏମିତି ଏକ ମୁଥ ମାରିଲେ ଯେ ସେ ତଳେ କଚାଡ଼ି ହୋଇ ପଡ଼ିଲା ଓ ଅଚେତ ହୋଇଗଲା । ଆଖପାଖରେ ଥିବା ଦି’ତିନି ଜଣ ଲୋକ ତା ମୁହଁରେ ପାଣି ଛାଟିଲା ବେଳକୁ ବାପା କୁଆଡ଼େ ଫେରାର । ବାପା ଯାଇଥିଲେ କଲିକତା ଏବଂ କଳିକତାରୁ ଜାହାଜରେ ମେସୋପୋଟାମିଆଁ । ପ୍ରଥମ ବିଶ୍ୱଯୁଦ୍ଧ ଏବେ ଚାଲିଛି । ବି୍ରଟିଶ ସରକାରଙ୍କୁ ପ୍ରଚୁର ସୈନ୍ୟବଳ ଦରକାର । ବାପାଙ୍କ ଅନ୍ତର୍ଧାନ ପରେ ମା’ ନିଜ ଶ୍ୱଶୁର ଘରେ ଛ’ମାସ ରହିଲେ । ଝିଅଟିଏ ଥିଲା । ତାକୁ ତିନିବର୍ଷ ହୋଇଥିଲା । ପରେ ନିଜ ମା’ ଘର ବ୍ରହ୍ମପୁରାକୁ ଯାଇ ଆହୁରି ଦୁଇବର୍ଷ କାଳ ସମୟ କାଟିଲେ । ବଡ଼ ବାପାଙ୍କ ସ୍ତ୍ରୀ ଏ ଭିତରେ ମରିଯିବାରୁ ତାଙ୍କ ଚାରି ପୁଅଙ୍କୁ ଓ ନିଜ ଝିଅକୁ ଦେଖାଶୁଣା କରିବାକୁ ମା ବଡ଼ ବାପାଙ୍କ ସାଥୀରେ ତିନିବର୍ଷ ରହିଲେ । ଆଗଲପୁର, ଖପ୍ରାଖୋଲ, କଣ୍ଟାବାଞ୍ଜି ଥାନାକୁ ବଦଳି ହୋଇ ଯିବାବେଳେ ମା’ ବି ସଙ୍ଗେ ସଙ୍ଗେ ଯାଉଥିଲେ । ଏ ସମୟରେ ମା'ଙ୍କୁ ବଡ଼ ବାପାଙ୍କ ରକ୍ଷିତା ବୋଲି ଲୋକେ ଛି ଛାକର କରୁଥିଲେ । ବାପା ଆସିଲେ କଲିକତା । ସେଠୁ ପୁଣି ଚିଠି ଲେଖିଲେ ରାଜାଙ୍କ ସାଇକେଲ ଚୋରି କରିଥିବା କେସ୍ କ’ଣ ହେଲା । ଛ’ବର୍ଷ ପରେ ସେ କେସ୍ ଆଉ ନାହିଁ ବୋଲି ବଡ଼ବାପା ବୁଝିଲେ । ବାପା କଲିକତାରେ ରହିଲେ ଦୁଇମାସ । ତାଙ୍କୁ ମେଲେରିଆ ହେଲା ଏବଂ ଏ ସୁଯୋଗରେ ତାଙ୍କ ପଇସା ଓ ପୋଷାକ ସବୁ ଚୋରିହେଲା । ବାପା ନିଃସ୍ୱ ହୋଇଗଲେ । ବଡ଼ବାପାଙ୍କୁ ଆସି ନେଇଯିବା ପାଇଁ ଲେଖିଲେ । ବଡ଼ବାପା କଲିକତା ଯାଇ ବାପାଙ୍କୁ ନେଇ ଫେରିବାରେ ପନ୍ଦର ଦିନ ସମୟ ଲାଗିଲା । କଣ୍ଟାବାଞ୍ଜିରେ ଦି ମାସ
ପୃଷ୍ଠା:Hada bagicha.pdf/୧୭୮
ଦେଖଣା