ହିରଣ୍ୟକ କପୋତମାନଙ୍କୁ ସମ୍ମାନ କରି କହିଲା, ହେ ସଖେ ଚିତ୍ରଗ୍ରୀବ, ଏହି ଜାଲରେ ବନ୍ଧନ ହେବାରେ ଦୋଷ ଆଶଙ୍କା କରି ଆପଣାଠାରେ ଅବଜ୍ଞା କର୍ତ୍ତବ୍ୟ ନୁହେ, ଯେହେତୁଋ,
ଯୋଧିକାଦୋଯଜନଶତାତ୍ ପଶ୍ୟତୀହାମିଷଂ ଖଗଃ ।
ସ ଏବ ପ୍ରାପ୍ତକାଳସ୍ତୁ ପାଶବନ୍ଧଂ ନ ପଶ୍ୟତି ।।
ଯେଉଂ ପକ୍ଷୀ ଶତ ଯୋଜନ ଅଧିକଋ ସୁଦ୍ଧା ଆହାର ଦେଖେ, ସେହି ପକ୍ଷୀ ମୃତ୍ୟୁକାଳ ଉପସ୍ଥିତ ହେଲେ ପାଶବନ୍ଧନ ଦେଖିପାରେ ନାହିଁ ।
ଶଶି କିବାକରୟୋ ର୍ଗ୍ରହପୀଡ଼ନଂ
ଗଜଭୁଜଙ୍ଗମୟୋରପି ବନ୍ଧନଂ ।
ମତିମତାଞ୍ଚ ବିଲୋକ୍ୟ ଦରିଦ୍ରତାଂ,
ବିଧିରହୋ ବଳବାନିତି ମେ ମତିଃ ।।
ଅଥଚ ଚନ୍ଦ୍ର, ସୂର୍ଯ୍ୟଙ୍କ ଗ୍ରହଣ ଏବଂ ହସ୍ତି ଓ ସର୍ପର ବନ୍ଧନ, ବୁଦ୍ଧିମାନ ବ୍ୟକ୍ତିର ଦରିଦ୍ରତା ଦେଖି ଆମ୍ଭର ଏହି ବିବେଚନା ହେଉଅଛି, କେବଳ ବିଧାତା ବଳବାନ୍ ।
ବ୍ୟୋମୈକାନ୍ତବିହାରିଣୋପି ବିହଗାଃ ସଂପ୍ରାପ୍ନୁବନ୍ତ୍ୟାପଦଂ,
ବଧ୍ୟନ୍ତେ ନିପୁଣୈରଗାଧସଲିଳାନ୍ମତ୍ସ୍ୟାଃ ସମୁଦ୍ରାଦପି ।
ଦୁର୍ଣ୍ଣୀତଂ କିମିହାସ୍ତୀ କିଂ ସୁଚରିତଂ କଃ ସ୍ଥାନଲାଭେ ଗୁଣଃ,
କାଳୋ ହି ବ୍ୟସନପ୍ରସାରିତକରୋ ଗୃହ୍ନାତି ଦୂରାଦପି ।।
ପୁନର୍ବାର ଆକାଶବିହାରି ପକ୍ଷିମାନେସୁଦ୍ଧା ବିପଦ ପାନ୍ତି, ଏବଣ ବୁଦ୍ଧିମାନ୍ ଲୋକେ ଅତଳସ୍ପର୍ଶଜଳ ଯେଉଂ ସମୁଦ୍ର ତହିଁଋସୁଦ୍ଧା ମତ୍ସ୍ୟଧାରଣ କରନ୍ତି; ଏଥିରେ ଦୁର୍ଣ୍ଣୀତ ଓ ସୁଚରିତ୍ର କି ଅଛି ? ସ୍ଥାନଲାଭରେ କି ଗୁଣ ? ଯେହେତୁଋ, ବ୍ୟସନଋପ ବିସ୍ତାରିତ ହସ୍ତ ଯେ କାଳ ସେ ଦୂରଋମଧ୍ୟ ଗ୍ରହଣ କରନ୍ତି । ଏହି ପ୍ରକାରେ ପ୍ରବୋଧ ଦେଇ ଆତିଥ୍ୟପୂର୍ବକ ଆଲିଙ୍ଗନ କରି ବିଦା କରି ଦେଲା । ସେଠାଋ ଚିତ୍ରଗ୍ରୀବ ସପରିବାର ହୋଇ ଆପଣା ବାଞ୍ଛିତ ଦେଶକୁ ଗଲା । ହିରଣ୍ୟକ ମଧ୍ୟ ଆପଣା ଗର୍ତ୍ତରେ ପ୍ରବେଶ ହେଲା । ଏତଏବ ଲୋକେ ଶତ ଶତ ମିତ୍ର କରିବେ; ଦେଖ, ମୂଷିକ ମିତ୍ର ଦ୍ୱାରା କପୋତମାନେ ବନ୍ଧନଋ ମୁକ୍ତ ହେଲେ ।