ସମାଚାର ପତ୍ରିକା
"ଶିବଶାହ ଭଗତ ସୃବା ସମ୍ଭାବିତ ରାଜାଙ୍କ ହୁକୁମ ।"
ରାମଜିଓଲାଲ ଦେଶ ଜୟ କରିଅଛନ୍ତି ସେହି କାରଣ ଆମ୍ଭେ ଲେଖୁଅଛୁ, ତୁମ୍ଭେ ଆମ୍ଭେଙ୍କୁ ଜଣାଇବ କି ଜଜ ମାଜିଷ୍ଟ୍ରେଟ ଓ କଲେକ୍ଟରମାନେ ଯୁଦ୍ଧ କରଣେ ମାନସ କରିଅଛନ୍ତି କି ନାହିଁ ? ଯେବେ ଆମ୍ଭମାନଙ୍କ ଯୁବାମାନେ ଚଢ଼ାଉ କରିବେ ତେବେ ରୟତମାନଙ୍କର କ୍ଷତି ହେବ ଏବଂ ଯେବେ ଇଙ୍ଗରେଜ ସେନାମାନେ ଆସିବେ ତଥାଚ ରୟତମାନେ କ୍ଳେଶ ପାଇବେ, ଅତଏବ ଇହା ଯୁକ୍ତି ସିଦ୍ଧ ଯେ କେବଳ କିଶୋରୀୟା ଯୁବାଙ୍କ ସଙ୍ଗେ ଇଙ୍ଗରେଜମାନେ ଯୁଦ୍ଧ କରନ୍ତୁ, ତାହାହେଲେ ଋଏତମାନଙ୍କର କୌଣସି ହାନି ହେବ ନାହିଁ ଏହି ପରୁଆନାର ମର୍ମ ଡ଼ାକ ଦ୍ୱାରା ଉକ୍ତ ସକଳଲୋକଙ୍କୁ ଜ୍ଞାତ କରାଇବ ଯେଉଁମାନଙ୍କ ଲାଗି ଇହା ଲେଖା ହେଲା" ।
"ଶିରସ୍ତାଦାରଙ୍କୁ ଲେଖା ଯାଉଅଛି ।"
"୧୨୬୩ ସାଲ ପୌଷ ପୌର୍ଣ୍ଣମୀ ୨୯ ଦିନ ସୋମବାର ।"
ଏହି ପଋଆନା ପଢ଼ି ପାଠକ ବର୍ଗ ବନ୍ୟ ସନ୍ତାଲମାନଙ୍କର ସାହାସ ବିବେଚନା କଋନ୍ତୁ, ସେମାନେ ଏଥର ପ୍ରଜା ନାଶ ଦେଶ ଲୁଟନ ନ କରି ଏପ୍ରକାର ପ୍ରଜା ରକ୍ଷାର ପ୍ରତିଜ୍ଞା କରୁଅଛନ୍ତି, ଏଥିରେ ଅବଶ୍ୟ କୌଣସି କାରଣ ଥାଇ ପାରେ, ବୋଧହୁଏ କୌଣସି ବିଜ୍ଞ ଲୋକେ ସେମାନଙ୍କୁ ପରାମର୍ଶ ଦେଇଥିବେ ପ୍ରଜାଙ୍କୁ ହସ୍ତଗତ କଲାଋ ଅନାୟାସରେ ସେମାନଙ୍କର ମଙ୍ଗଳ ହୋଇ ପାରିବ, ଯାହାହେଉ, ଏଥର ବୃତ୍ତାନ୍ତ ବୋଧ ହେଉ ନାହିଁ, ଆମ୍ଭମାନଙ୍କର ବୋଧ ଥିଲା ବର୍ଷା ଶେଷ ହେଲେ ସନ୍ତାଲମାନେ ନାନା ପର୍ବତକୁ ପଳାଇ ଯିବେ, ଗବର୍ଣ୍ଣମେଣ୍ଟ ସେନାଙ୍କ ଭୟରେ ଆଉ ପ୍ରକାଶ ହୋଇ ସାହାସୀ ହେବେ ନାହିଁ, ମାତ୍ର ଯେତେବେଳେ ଥରେ ତାଡ଼ିତ ହୋଇ ପୁନରାୟ ଶୀତକାଳରେ ଅରଣ୍ୟଋ ବହୁ ସଂଖ୍ୟା ବହିର୍ଗତ ହେଉଅଛନ୍ତି ଏବଂ ସାହସପୂର୍ବକ ଗବର୍ଣ୍ଣମେଣ୍ଟଙ୍କ ଉପରେ ଏପ୍ରକାର ପଋଆନା ଜାରୀ କଋଅଛନ୍ତି ତେତେବେଳେ ଅନୁମାନ ହେଉଅଛି କମ୍ପାନି ବାହାଦୁରଙ୍କୁ ବିଶେଷ କ୍ଳେଶ ନଦେଇ କ୍ଷାନ୍ତ ହେବେ ନାହିଁ, ଲେପ୍ଟେନେଣ୍ଟ ମହାଶୟ ସନ୍ତାଲମାନଙ୍କୁ ପୁତ୍ରବତ୍ ସ୍ନେହ କରନ୍ତି ଦେଖାଯାଉ ଯେବେ ସେ ସେମାନଙ୍କ ମସ୍ତକରେ ପଦ୍ମହସ୍ତ ବୁଲାଇ ବଶୀଭୁତ କରି ପାରନ୍ତି ।