ସୀତାଙ୍କ ବିବରଣ
ନ ପାରି ତାହା ପ୍ରତି ଶର ନିକ୍ଷେପ କଲେ । ସେଇ ସମୟରେ ମାୟାବି ରାକ୍ଷସ ଭାଇରେ ଲକ୍ଷ୍ମଣ ମଲି ଏହି କଥା କହି ଭୂମିରେ ପଡିଲା । ସୀତା କୁଟୀର ଶୁଣି ମନେ ମନେ ବିବେଚନା କଲେ ପ୍ରାୟ ରାମଙ୍କର କୌଣସି ଭାଇରେ ଲକ୍ଷ୍ମଣ, ଏ କଥା କାହିଁକି କହିଲେ । କରି ଲକ୍ଷ୍ମଣଙ୍କୁ କହିଲେ ଯେ ତୁମ୍ଭେ ଯାଇ ଦେଖ, ରାମଚନ୍ଦ୍ର କାହିଁକି ଡ଼ାକିଲେ । ପ୍ରାୟ କୌଣସି ରାକ୍ଷସ ତାଙ୍କୁ ଧରି ଥିବ । ଲକ୍ଷ୍ମଣ କହିଲେ ରାମଙ୍କୁ ଧରିବାକୁ ବ୍ରହ୍ମାଣ୍ତରେ ଏ ପ୍ରକାର କିଏ ଅଛି ? ପରନ୍ତୁ ରାମ ଆମ୍ଭଙ୍କୁ ଆପଣଙ୍କ ରକ୍ଷାର୍ଥେ ରଖି ଯାଇଅଛନ୍ତି, ସେଥିରେ ଆମ୍ଭେ ଆପଣଙ୍କୁ ଶୂନ୍ୟ ଗୃହରେ ଏକାକିନୀ ରଖି କିଋପେ ପ୍ରସ୍ଥାନ କରିବୁ ।
ସୀତା ଏଥିରେ ଲକ୍ଷ୍ମଣଙ୍କୁ ଅନେକ ଭର୍ତ୍ସନା କଲେ, ଆଉ କହିଲେ, ଏକ ଭାଇ ରାମଙ୍କ ରାଜସ୍ୱ ନେଇଅଛନ୍ତି ତୁମ୍ଭେ ପ୍ରାୟ ଆମ୍ଭଙ୍କୁ ନେବା ପାଇଁ ମାନସ କରିଅଛି । ଏହି କାରଣ ଶ୍ରୀରାମଙ୍କୁ ଅବହେଳା କରି ଏଠାଋ ଯିବାକୁ ଇଚ୍ଛା କର ନାହିଁ । ଲକ୍ଷ୍ମଣ କହିଲେ ଆମ୍ଭଙ୍କୁ ଏଋପ ଭର୍ତ୍ସନା କରିବ ନାହିଁ, ରାମଚନ୍ଦ୍ର ଯଦିବା ସହୋଦର, ତଥାପି ତାଙ୍କୁ ପିତୃସ୍ୱଋପ ଜାଣୁଁ ଏବଂ ଆପଣଙ୍କୁ ଜନନୀତୁଲ୍ୟ ଜ୍ଞାନ କଋଁ ଅତଏବ ଏପ୍ରକାର କଟୁକଥା ଆମ୍ଭଙ୍କୁ ଆଉ କହିବ ନାହିଁ । ଆମ୍ଭେ ରାମଙ୍କ ଆଜ୍ଞାରେ ଏଠାରେ ଅଛୁଁ, ଆପଣ ଯେବେ ଆଜ୍ଞା କରିବ ତେବେ ଆମ୍ଭେ ତିଳାର୍ଦ୍ଧ ବିଳମ୍ବ କରିବୁ ନାହିଁ ଏହିକ୍ଷଣି ଯାଉଅଛୁ । ସୀତା କହିଲେ ତେବେ ଯାଇ ଦେଖ, ରାମ ତୁମ୍ଭଙ୍କୁ କି କାରଣ ଡ଼ାକିଲେ । ଏହି କଥାରେ ଲକ୍ଷାମଣ ଆପଣା ଧନୁକରେ ସୀତା ଯେଉଁଠାରେ ଥିଲେ ସେଠାରେ ଚତୁର୍ଦ୍ଦିଗରେ ରେଖା କାଟି ଦେଲେ । ତବ୍ଦାଦ ସୀତାଙ୍କୁ କହିଲେ ଆମ୍ଭେ ରାମଙ୍କ ଉଦ୍ଦେଶରେ ଯାଉଅଛୁଁ, ଆପଣ ଗୃହ ମଧ୍ୟରେ ଥାଅ । କଦାଚିତ ରେଖାର ବହିର୍ଗତ ହେବ ନାହିଁ । ସୀତା କହିଲେ, ନା ହେବୁ ନାହିଁ ।
ରାବଣ ଏହି ସବୁ କଥା ଦୂରରେ ଥାଇ ଶୁଣିଲେ, ତବ୍ଦାଦ ଲକ୍ଷ୍ମଣ ଗଲାଋ ସେ ଆପଣା ଶକଟ ଅନ୍ତରେ ରଖି ବ୍ରହ୍ମଚାରି ବେଶରେ ହସ୍ତରେ ଛତ୍ର ଓ ସ୍କନ୍ଧରେ ଝୁଲି ଧାରଣ କରି ସୀତାଙ୍କ କୁଟୀର ବାହାରେ ଛିଡ଼ା ହୋଇ ସୀତାଙ୍କଠାଋ ଭିକ୍ଷା ମାଗିଲେ । ସୀତା ଭିକ୍ଷୁକ ଦେଖି କୁଟୀର ମଧ୍ୟରେ ଯେଉଁ ଫଳ ମୂଳାଦି ଥିଲା ତାହା ନେଇ ଗଣ୍ତୀର ଭିତରେ ରଖି କହିଲେ ଏହି ଭିକ୍ଷା ନିଅ । ମାତ୍ର ଛଦ୍ମବେଶୀ ରାବଣ ରେଖା ଭିତଋ ତାହା ନେଇ ନ ପାରି ସୀତାଙ୍କୁ କହିଲେ