ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏହି କାଠ ବ୍ୟତୀତ ପ୍ରତିବର୍ଷ ଖୋର୍ଦ୍ଧା ଡିଭିଜନର ଡି.ଏଫ୍.ଓ. ବିନା ମୂଲ୍ୟରେ ରଥର ପଟା ନିର୍ମାଣପଇଁ ନିର୍ଦ୍ଧାରିତ ମାପର କଞ୍ଚାକାଠ (green timber)ଯୋଗାଇ ଦିଅନ୍ତି । କିନ୍ତୁ ଏହି କାଠ ଜଙ୍ଗଲରୁ କାଟି ଆଣିବା ଓ ପୁରୀରେ ପହଞ୍ଚାଇବା ବାବଦ ପରିବହନ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥାନ୍ତି । ନିମ୍ନମତେ ୨୭୪ଟି କଞ୍ଚା କାଠ ଆସିଥାଏ ।
କଂସା, ଶିମିଳି ପଟା | ୨ 'x୧୦ | ୪୬ |
ପାଳଧୁଆ | ୩x୧୦ଉଦାହରଣ | ୮୫ |
ମହାଳିମ୍ବ | ୩x୧୦ | ୨୦ |
ଗମ୍ଭାରି | ୨ 'x୧୨' | ୦୧ |
ମଇ | ୩'X୧୦ | ୧୫ |
କଦମ୍ବ | ୩'X୧୦ | ୦୪ |
କଳନୂଆ ବଲା | ୯'X୭' | ୬୦ |
ମଇ, ଦେବଦାରୁ | ||
କିମ୍ବା ପାଳଧୁଆ | ୫'X୧୯ | ୪୨ |
ଦେବଦାରୁଉଦାହରଣ | ୫'x୧୦ | ୦୧ |
ମୋଟ | ୨୭୪ |
(ଦ୍ରଷ୍ଟବ୍ୟ : ରଥଯାତ୍ରା କୋର୍ଡ)
ରଥକାଠ ପୁରୀରେ ଆସି ପହଞ୍ଚିବା ଓ ରଥ ନିର୍ମାଣର ବିଭିନ୍ନ ପର୍ଯ୍ୟାୟପାଇଁ କେତେକ ତିଥି ନିମ୍ନ ପ୍ରକାରେ ନିର୍ଦ୍ଦିଷ୍ଟ ଅଛି ।
ରଥକାଠ ପୁରୀରେ ପହଞ୍ଚିବା ଅନୁକୂଳ | ଶ୍ରୀପଞ୍ଚମୀ |
କାଠଚିରା | ଶ୍ରୀରାମ ନବମୀ |
ରଥ ନିର୍ମାଣ ଅନୁକୂଳ | ଅକ୍ଷୟତୃତୀୟା |
ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗେ | ଭଉଁରୀ ଦିନ |
(ଅନ୍ତତଃ ଛଅଟି ଚକ) | |
ଗୁଜ ଅନୁକୂଳ | ନୃସିଂହ ଚତୁର୍ଦ୍ଦଶୀ |
ଚାରି ନାହାକ ଡେରା ଅନୁକୂଳ | ଦେବସ୍ନାନ ପୂର୍ଣ୍ଣିମା |
ରଥଖଳାରୁ ସିଂହଦ୍ୱାରଯାଏଁ ରଥଟଣା ହୋଇ ରହିଥାଏ | ରଥଯାତ୍ରା ପୂର୍ବଦିନ |
ତିନୋଟି ରଥପାଇଁ ମୁଖ୍ୟତଃ ୧୦ ଜଣ ମହାରଣା (ବଢ଼େଇ), ୬ଜଣ ଭୋଇ, ୩ଜଣ କମାର, ୩ଜଣ ରୂପକାର, ୩ଜଣ ଚିତ୍ରକର ଓ ଜଣେ କରତି କାମ କରନ୍ତି । ଏମାନଙ୍କ ସେବା ବଂଶାନୁକ୍ରମିକ । ୧୦ ଜଣ ମହାରଣାଙ୍କୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ରଥପାଇଁ ଅନ୍ତତଃ ୨୦
ଶ୍ରୀଜଗନ୍ନାଥ ୨୭୩