ପୃଷ୍ଠା:ShreeJagannath.pdf/୨୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୪
ରଥ ନିର୍ମାଣ


ପ୍ରତ୍ୟେକ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରାପାଇଁ ତିନିଗୋଟି ନୂତନ ରଥ ନିର୍ମାଣ କରାଯାଏ, କିନ୍ତୁ ତିନି ରଥର ସାରଥି, ଘୋଡ଼ା, ପାଦେବତା , କଳସ, ବ୍ରେକ୍ କାଠ ଓ ରଥର ଠେଲା ବାଡ଼ ଇତ୍ୟାଦି ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଏ ନାହିଁ । ଯେଉଁ ବର୍ଷ ନବକଳେବର ପଡ଼େ, ସେହି ବର୍ଷ ରଥ ନିର୍ମାଣ ବେଳେ ଏ ସମସ୍ତ ନିର୍ମାଣ ହୁଏ ।
ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ରଥ ନିର୍ମାଣପାଇଁ ସମସ୍ତ କାଠ ବିନା ମୂଲ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦିଅନ୍ତି । ପୂର୍ବେ ପୁରୀ ରାଜାଙ୍କ ଅମଳରେ ଦଶପଲ୍ଲା ରାଜା ପରମ୍ପରା ଅନୁସାରେ କାଠ ଯୋଗାଇ ଦେଉଥିଲେ । ନୟାଗଡ଼ ଡି. ଏଫ୍. ଓ ରଥ ନିର୍ମାଣପାଇଁ ନିମ୍ନମତେ ନିର୍ଦ୍ଧାରିତ ମାପର ଶୁଖିଲା ବା ସିଜିଣ୍ଡ କାଠ ଯୋଗାଉଛନ୍ତି । କାଠ କାଟିବା ଓ ପରିବହନ ଖର୍ଚ୍ଚ ସେ ବହନ କରନ୍ତି ।

କାଠର ନାମ ଉଦ୍ଦେଶ୍ୟ ମାପ ସଂଖ୍ୟା
ଫାଶି ରଥର ତୁମ୍ଭ ନିର୍ମାଣ ପାଇଁ ୬ ଫୁଟ ଗୋଲାଇX ୨୨
ଉଦାହରଣ ଉଦାହରଣ ୯ ଫୁଟ ଲମ୍ବା
ଧଉରା ଦଣ୍ଡା ଓ ଅଖ ପାଇଁ (୩'x୪୦')ଉଦାହରଣ ୫୦
ଫାଶି ପଇ ପାଇଁ (୪X୧୨') ୫୦
ଆସନ ଗୟଳ ପାଇଁ (୩'X୧୦') ୩୧୨
ଧଉରା ଓ ଆସନ ଅରମୁଣ୍ଡି ପାଇଁ (୩'X୧୨') ୪୨୮

ମୋଟ ୮୬୨

ସାଧାରଣତଃ ପ୍ରତି ବର୍ଷ ନିର୍ଦ୍ଧାରିତ ସଂଖ୍ୟାଠାରୁ କିଛି ଅଧିକ କାଠ ଆସିଥାଏ ଓ ମାପରେ ମଧ୍ୟ ଫରକ ଥାଏ । କେତେ ବର୍ଷ ତଳେ କିଛି ଫାଶି କାଠ ଅନୁଗୁଳ ଜଙ୍ଗଲରୁ ଅଣାଯାଇଥିଲା । ଆବଶ୍ୟକ ସଂଖ୍ୟକ ଫାଶି କାଠ ନୟାଗଡ଼ ବନାଞ୍ଚଳରେ ମିଳୁନଥିବାରୁ ଅନ୍ୟାନ୍ୟ ବନାଞ୍ଚଳରୁ ଯୋଗାଡ଼କରି ଓ ଦାନସୂତ୍ରରେ ବ୍ୟକ୍ତି ବିଶେଷଙ୍କଠାରୁ ଅଣାଯାଉଅଛି ।

୨୭୨ ଶ୍ରୀଜଗନ୍ନାଥ