୪। ବାୟୁସେବନ
ପ୍ରାଚୀନ ପଣ୍ତିତମାନେ ବାୟୁକୁ ଜଗପ୍ରାଣ ବୋଲି ବର୍ଣ୍ଣନା କରିଅଛନ୍ତି । ଫଳତଃ ବିବେଚନା କଲେ ପୃଥିବୀସ୍ଥ ପ୍ରାଣିଙ୍କ ଜୀବନସ୍ୱଋପ, ଇହା ଅନାୟାସରେ ପ୍ରତିପନ୍ନ ହେବ । ଅନ୍ୟାନ୍ୟ ବସ୍ତୁ ---- ଦୁଇ ଏକ ଦିନ ବଞ୍ଚିବାକୁ ସମର୍ଥ ହେଉଅଛୁଁ --- କ୍ଷଣକାଳ ଜୀବନ ଧାରଣ କରିବାକୁ କାହାରି ଶକ୍ତି --- ଏକ ଗୃହର ବାୟୁ ସଞ୍ଚାରର ବାଟ ରୋଧ କରି ତନ୍ମଧ୍ୟଋ --- କ୍ଷଣକାଳ ମଧ୍ୟରେ ପ୍ରାଣନାଶର ସମ୍ଭାବନା ହେବ । କାରଣ, ଆମ୍ଭେମାନେ ନିଶ୍ୱାସରେ ଯେଉଁ ବାୟୁ ଆକର୍ଷଣ କଋଁ, ତାହା ଅକ୍ସୃଜନ ଓ ନାଇଟ୍ରଜନ ଗାସ ଏହି ନାମଧେୟ ଦୁଇ ପ୍ରକାର ପବନ । ତନ୍ମଧ୍ୟରେ ଅକ୍ସୃଜନ ଗାସର ୮୦ ଭାଗ ଏବଂ ନାଇଟ୍ରଜନ ଗାସର ୨୦ ଭାଗ ସମ୍ବଳିତ ଥାଏ । ଇହା ଶରୀର ମଧ୍ୟରେ ପ୍ରବେଶ ହୋଇ ଶରୀର ରକ୍ତକୁ ନିର୍ମଳ କରେ, ପୁଣି ଯାହା ଆମ୍ଭେମାନେ ପ୍ରଶ୍ୱାସରେ ବାହାର କରି ପକାଉଁ ତାଦ୍ୱାର ନାମ କାର୍ବଣିକ ଆସିଡ଼ ଗାସ, ଏ ରାତ୍ରବେଳେ ବୃକ୍ଷ ଇତ୍ୟାଦିଋ ବହିର୍ଗତ ହୁଏ । ଏ ସକାଶେ ମନୁ ପ୍ରଭୃତି ଅତି ପ୍ରାଚୀନ ଗ୍ରନ୍ଥକର୍ତ୍ତାମାନେ ରାତ୍ରିକାଳରେ ବୃକ୍ଷମୂଳେ ବାସ କରିବାର ନିଷେଧ କରିଅଛନ୍ତି, ଯଥା ।
ରାତ୍ରୌଚବୃକ୍ଷମୂଳାନି ଦୂରତଃ ପରିବର୍ଜୟେତ ।
ନବାବ ସେ ରାଜ ଉଦ୍ଦଉଲାଙ୍କ ସେନାପତି ମାଣିକଚାନ୍ଦ କଲିକତା ଗଡ଼ ମଧ୍ୟରେ ଦୀର୍ଘ ୧୨ ହାତ ପ୍ରସ୍ଥ ୯ ହାତ ପରିମାଣର ଗୋଟାଏ କୋଠରୀରେ ୧୪୭ ଜଣ ଇଙ୍ଗରେଜଙ୍କୁ ରାତ୍ରିଯାକ ଋଦ୍ଧ କରି ରଖିବାରେ ଯେ ପ୍ରକାର ଭୟଙ୍କର ବ୍ୟାପାର ଘଟିଥିଲା, ତାହା ଅନେକଙ୍କୁ ସୁପ୍ରକାଶଋପେ ଜଣାଅଛି । ସେ କୋଠରୀରେ ଏକ ମାତ୍ର ବାୟୁ ସଞ୍ଚାରର ଖିଡ଼ିକି ଥିଲା । ଉକ୍ତ ଇଙ୍ଗରେଜ ବନ୍ଦୀମାନଙ୍କର ପ୍ରଶ୍ୱାସ ଦ୍ୱାରା ଜନ୍ମିଥିବାର ମନ୍ଦ ପବନ କ୍ରମେ କ୍ରମେ ଘନୀଭୂତ ହେବାକୁ ଲାଗିଲା । ସେଇ ରାତ୍ରିରେ ଯନ୍ତ୍ରଣାର ଆଉ ପରିସୀମା ନ ଥିଲା, ବନ୍ଦୀମାନେ ଅତିଶୀଘ୍ର ଘୋରତର ପିପାସାରେ କାତର ହେଲେ, ଆଉ ସମସ୍ତେ ବାୟୁବିନା ଅସ୍ଥିର ହେଲେ । ପ୍ରତ୍ୟେକ କିଞ୍ଚିତ୍ ବାୟୁଲାଭ ପ୍ରତ୍ୟାଶାରେ ଗବାକ୍ଷ