ପ୍ରୟାଗ
ଶ୍ରତ୍ରୁଘ୍ନ ଦୁଇ ଭାଇ ଅଯୋଧ୍ୟାକୁ ଆସି ପିତାଙ୍କ ମୃତ୍ୟୁ ସମ୍ବାଦରେ ଅତ୍ୟନ୍ତ ଶୋକାକୁଳ ହେଲେ, ଏବଂ ରାମଙ୍କ ବନବାସର ମୂଳ ଜାଣି ମାତାଙ୍କୁ ଅନେକଋପେ ଭର୍ତ୍ସନା କଲେ । ତବ୍ଦାଦ ସରଯୂ ତୀରରେ ପିତାଙ୍କ ମୁଖାଗ୍ନି କରି ତଦୀୟ ଆଦ୍ୟକ୍ରିୟା ଉପଲକ୍ଷରେ ଅନେକ ଧନ, ଅନ୍ନ, ହସ୍ତୀ ଓ ଗୋଋ ଦାନ କଲେ । ଏହିଋପେ ଦଶରଥଙ୍କ ଗତିକ୍ରିୟା ହେଲା ବାଦ ମନ୍ତ୍ରିଗଣ ଭରତଙ୍କୁ ସିଂହାସନାଋଢ଼ ହେବାକୁ କହିଲେ । ମାତ୍ର ଭରତ ଉତ୍ତର କଲେ ରାଜା ବର୍ତ୍ତମାନେ ସେବକର କର୍ତ୍ତବ୍ୟ ନୁହେ ଯେ ରାଜ୍ୟଭାର ଗ୍ରହଣ କରିବ । ରାମ ଏ ରାଜ୍ୟର ଭୂପତି, ଆମ୍ଭେ ତାଙ୍କର କିଙ୍କର; ଅତଏବ ତାଙ୍କ ରାଜ୍ୟ ଆମ୍ଭଙ୍କୁ ପ୍ରବର୍ତ୍ତେ ନାହିଁ । ବିଶେଷ, ଆମ୍ଭ ମାତା କର୍ତ୍ତୃକ ତାଙ୍କର ବନବାସ ହୋଇଅଛି; ଅତଏବ ଆମ୍ଭେ କେତେବେଳ ସିଂହାସନରେ ଉପବେଶନ କରିପାରିବୁ ନାହିଁ । ଆମ୍ଭେ ଓ ଶତ୍ରୁଘ୍ନ ଦୁହେଁ ତାଙ୍କ ଅନ୍ୱେଷଣରେ ଯିବୁଁ ଏବଂ ତାଙ୍କ ଚରଣ ଧାରଣପୂର୍ବକ ଯେଋପେ ପାଋଁ ମାତାଙ୍କ ଦୋଷ ସକାଶାତ୍ ଆମ୍ଭମାନଙ୍କ ପ୍ରତି ତାଙ୍କ କ୍ରୋଧ ଶାନ୍ତି କରି ତାଙ୍କୁ ଆଣି ରାଜସିଂହାସନରେ ବସାଇବୁଁ ।
ପ୍ରୟାଗ ପୁରାଣାଦି -- ମହାତ୍ମ୍ୟ ବିଷୟରେ ପ୍ରଚୁର ପ୍ରଶଂସା ଅଛି; ଯଥା ପଦ୍ମପୁରାଣରେ ଲେଖା ଅଛି,
ତତଃ ପୁଣ୍ୟତମଂ ନାସ୍ତିତ୍ରିଷୁ ଲୋକେଷୁ ସୂତଜ ।
ପ୍ରୟାଗଂ ସର୍ବତୀର୍ଥେଭ୍ୟଃ ପ୍ରବଦନ୍ତ୍ୟଧିକଂ ଦ୍ଦିଜାଃ
ଶ୍ରବଣାର୍ତ୍ତସ୍ୟ ତୀର୍ଥସ୍ୟ ନାମସଂକୀର୍ତ୍ତନାଦପି ।
ମୃତ୍ତିକାଲଭନାବ୍ଦାପି ସର୍ବପାପୈ ପ୍ରମୁଚ୍ୟତେ ।
ଅର୍ଥାତ୍ ବ୍ରାହ୍ମଣମାନେ କହନ୍ତି ସକଳ ତୀର୍ଥଠାଋ ପ୍ରୟାଗ ଶ୍ରେଷ୍ଠ; ହେ ସୂତଜ, ତାହାଠାଋ ପୁଣତମ ତୀର୍ଥ ତ୍ରିଲୋକରେ ଆଉ ନାହିଁ । ତାହାର ନାମ ଉଚ୍ଚାରଣ ଅଥବା ନାମ ଶ୍ରବଣ କି ମୃର୍ତ୍ତିକାସ୍ପର୍ଶ କଲାମାତ୍ରେ ସର୍ବ ପାପଋ ମୁକ୍ତି ମିଳେ । ଏହି ପ୍ରସିଦ୍ଧ ତୀର୍ଥ କଲିକତାଠାଋ ଇଙ୍ଗରେଜୀ ୪୯୦ କ୍ରୋଶ ଅନ୍ତର । ଯେଉଁ ସ୍ଥାନରେ ଗଙ୍ଗା ଓ ଯମୁନା ନଦୀ ସଂମିଳିତ ହୋଇଅଛନ୍ତି ସେହି ଏନ୍ଧି ସ୍ଥାନରେ ପ୍ରୟାଗର ସ୍ଥିତି । ଶାସ୍ତ୍ରରେ ଲେଖେ ସରସ୍ୱତୀ