ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି

ଉଇକିପାଠାଗାର‌ରୁ
ବିଚିତ୍ର ରାମାୟଣ ଲେଖକ/କବି: ବିଶ୍ୱନାଥ ଖୁଣ୍ଟିଆ
ଆଦ୍ୟକାଣ୍ଡ

ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି
ଜଗନ୍ନାଥଙ୍କ ବନ୍ଦନା
ରାଗ କଳଶା

ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି ।
କ୍ଷୀରସିନ୍ଧୁ ମଧ୍ଯରେ ସର୍ବଦା ଯାର ସ୍ଥିତି ॥୧॥

ଅନନ୍ତ ଅଙ୍କରେ ସଦା ଯାହାର ଶୟନ ।
ଶଙ୍ଖ ଚକ୍ର ଗଦା ପଦ୍ମ ଶ୍ରୀକରେ ଶୋଭନ ॥୨॥

କୋଟି କୋଟି ବ୍ରହ୍ମାଣ୍ଡ ଯା ଲୋମମୂଳେ ଅଛି ।
ସେ ପ୍ରଭୁ ବିଚିତ୍ର ଲୀଳା ଜଗତେ ବ୍ଯାପିଛି ॥୩॥

ସ୍ଥାବର ଜଂଙ୍ଗମ କୀଟ ପତଙ୍ଗ ଶରୀରେ ।
ଅଲକ୍ଷିତ ରୂପେ ବିହରନ୍ତି ନିରନ୍ତରେ ॥୪॥

ସଦା ସିଦ୍ଧଗଣ ଯାର ପାଦପଦ୍ମ ଚିନ୍ତି ।
ଭୀଷଣ ସଂସାର ଶୋକ ତାପୁ ତରିଯାନ୍ତି ॥୫॥
 
ଯାହାଙ୍କ ମାୟାରେ ଏ ପୃଥିବୀ ଗତାଗତ ।
ଚନ୍ଦ୍ର ସୂର୍ଯ୍ୟ ଯାହା ଆଜ୍ଞା ପାଳନ୍ତି ନିୟତ ॥୬॥
 
ଗ୍ରୀଷ୍ମ ବରଷା ଶରତ ଷଡ଼ଋତୁ ଆଦି ।
ଏକ ପରେ ଏକ ଯାଉଛନ୍ତି କାର୍ଯ୍ୟ ସାଧି ॥୭॥
 
ଯେ ଦେବ ପାଳନ୍ତି ଏ ବ୍ରହ୍ମାଣ୍ଡ ଚରାଚର ।
ବୋଲେ ବିକ୍ରମ ତା ପାଦେ ଶରଣ ମୋହର ॥୭॥