ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି
ଦେଖଣା
←ବୋଲ ହରି ହେ | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଜୟ ଜୟ ସରସ୍ୱତୀ→ |
ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି
ଜଗନ୍ନାଥଙ୍କ ବନ୍ଦନା
ରାଗ କଳଶା
ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି ।
କ୍ଷୀରସିନ୍ଧୁ ମଧ୍ଯରେ ସର୍ବଦା ଯାର ସ୍ଥିତି ॥୧॥
ଅନନ୍ତ ଅଙ୍କରେ ସଦା ଯାହାର ଶୟନ ।
ଶଙ୍ଖ ଚକ୍ର ଗଦା ପଦ୍ମଶ୍ରୀକରେ ଶୋଭନ ॥୨॥
କୋଟି କୋଟି ବ୍ରହ୍ମାଣ୍ଡ ଯା ଲୋମମୂଳେ ଅଛି ।
ସେ ପ୍ରଭୁ ବିଚିତ୍ର ଲୀଳା ଜଗତେ ବ୍ଯାପିଛି ॥୩॥
ସ୍ଥାବର ଜଂଙ୍ଗମ କୀଟ ପତଙ୍ଗ ଶରୀରେ ।
ଅଲକ୍ଷିତ ରୂପେ ବିହରନ୍ତି ନିରନ୍ତରେ ॥୪॥
ସଦା ସିଦ୍ଧଗଣ ଯାର ପାଦପଦ୍ମ ଚିନ୍ତି ।
ଭୀଷଣ ସଂସାର ଶୋକ ତାପୁ ତରିଯାନ୍ତି ॥୫॥
ଯାହାଙ୍କ ମାୟାରେ ଏ ପୃଥିବୀ ଗତାଗତ ।
ଚନ୍ଦ୍ର ସୂର୍ଯ୍ୟ ଯାହା ଆଜ୍ଞା ପାଳନ୍ତି ନିୟତ ॥୬॥
ଗ୍ରୀଷ୍ମ ବରଷା ଶରତ ଷଡ଼ଋତୁ ଆଦି ।
ଏକ ପରେ ଏକ ଯାଉଛନ୍ତି କାର୍ଯ୍ୟ ସାଧି ॥୭॥
ଯେ ଦେବ ପାଳନ୍ତି ଏ ବ୍ରହ୍ମାଣ୍ଡ ଚରାଚର ।
ବୋଲେ ବିକ୍ରମ ତା ପାଦେ ଶରଣ ମୋହର ॥୭॥