ପୃଷ୍ଠା:Odisha Rajanitira Itihasa.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯାଜପୁର ଅନାଦି ଚରଣ ଦାସ ଜନତା ଦଳ
କେନ୍ଦ୍ରାପଡ଼ା ରବି ରାୟ ଜନତା ଦଳ
କଟକ ଶ୍ରୀକାନ୍ତ ଜେନା ଜନତା ଦଳ
ଜଗତସିଂହପୁର ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ପୁରୀ ନୀଳମଣି ରାଉତରାୟ ଜନତା ଦଳ
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ମାର୍କ୍ସବାଦୀ କମ୍ୟୁ.
ଆସ୍କା ଅନନ୍ତ ନାରାୟଣ ସିଂହଦେଓ ଜନତା ଦଳ
ବ୍ରହ୍ମପୁର ଗୋପୀନାଥ ଗଜପତି ନାରାୟଣ ଦେବ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତଚରଣ ଦାସ ଜନତା ଦଳ
ଫୁଲବାଣୀ ନକୁଳ ନାୟକ ଜନତା ଦଳ
ବଲାଙ୍ଗୀର ବାଳଗୋପାଳ ମିଶ୍ର ଜନତା ଦଳ
ସମ୍ବଲପୁର ଭବାନୀ ଶଙ୍କର ହୋତା ଜନତା ଦଳ
ଦେବଗଡ଼ ରବି ନାରାୟଣ ପାଣି ଜନତା ଦଳ
ଢେଙ୍କାନାଳ ଭଜମନ ବେହେରା ଜନତା ଦଳ
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ଜନତା ଦଳ
କେନ୍ଦୁଝର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳ

ସପ୍ତମ ଲୋକସଭା (୧୯୮୦) ଓ ଅଷ୍ଟମ ଲୋକସଭା (୧୯୮୪)ରେ ଯାଜପୁର ଲୋକସଭା ଆସନରୁ ଅନାଦି ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ଆସିିଥିଲେ । କିନ୍ତୁ ସେ ୧୯୮୯ ନବମ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ତ୍ୟାଗ କରି ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେଲେ । ସେହିପରି ଭଜମନ ବେହେରା ଭାରତୀୟ ଜାତୀୟ କଂଗ୍ରେସ ତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ସେହି ଦଳର ପ୍ରାର୍ଥୀ ଭାବେ ଢେ଼ଙ୍କାନାଳ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା :

ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ବିପର୍ଯ୍ୟୟ ଘଟିଲା । ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ୧୯୮୯ ମସିହା ଡିସେମ୍ବର ୭ ତାରିଖ ଦିନ ଜାନକୀ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ପ୍ରଦାନ କଲେ ।

ସେ ସାମ୍ବାଦିକ ସମ୍ମିଳନୀ ଡକାଇ ଇସ୍ତଫା ଦେଇଥିବା କଥା ଦୃଢ଼ ଭାବରେ ଘୋଷଣା କରିିଥିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୨୫୧