Jump to content

ପୃଷ୍ଠା:Abakash chinta.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ସୁକୋମଳ ବାଲି-ଶେଯେ ଶେଷେ
ବିଶ୍ରାମିଲେ ତୋ ପୁଳିନ -ଦେଶେ
ପାପତାପ-ନାଶୀ  ତୋର ବାରିରାଶି
ପୂତେ କରେ ପ୍ରତି ଗ୍ରୀଷ୍ମ ଶେଷେ, ଲୋ ତଟିନି !(୧୦)

ଆଜି ତୋ ପୂଜ୍ୟ ପ୍ରିୟ ଆକୃତି
ଦେଖି ଚିତ୍ତେ କେତେ ପୂର୍ବସ୍ମୃତି
ନବଭାବ ଧରି   ଉଠି ଏହିପରି
ଅତି ଉଚ୍ଛନ୍ନ କରେ ମୋ ଧୃତି, ଲୋ ତଟିନି ! (୧୧)

ରଙ୍ଗକରେ ଅସ୍ତଶିଖୁଁ ହରି
ପରଶନ୍ତେ ତୋ ବକ୍ଷେ ଲହରୀ
ତୋ ଶୈବାଳଦଳ   ଏବେ କି ମଞ୍ଜଳ
ହେମ ପ୍ରବାଳ ବଲ୍ଲରୀ ସରି, ଲୋ ତଟିନି! (୧୨)

ଦେଖି ଏହା ମୋ ହୃଦ-ସରିତ
ଆଶା-ସମୀରେ ତରଙ୍ଗାୟିତ
ବିବିଧ ବରଣ   କଳ୍ପନା କିରଣ
ସଜେ ତହିଁ ଦିବ୍ୟ ଚାରୁ ଚିତ୍ର, ଲୋ ତଟିନି ! (୧୩)

କେତେ ରୁଚିର ସୁଖ ସ୍ୱପନ
ବିଲୋକଇ ମୋ ମନ-ନୟନ
ସାମାନ୍ୟ ଏ ଭବ  ଦୂଷିତ ବିଭବ
କରେ ନାହିଁ ମୁଁ ତିଳେ ଗଣନ, ଲୋ ତଟିନି ! (୧୪)