ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଅବକାଶ-ଚିନ୍ତା
ଶୁକ୍ତିକା ଅନ୍ତରେ ମୌକ୍ତିକ ପରାଏ
ଉତ୍କଳେ ତୁମ୍ଭ ସମ୍ଭବ,
ଅଜ୍ଞାନ ଉତ୍କଳ ନ ଜାଣିଲା ଲବେ
ତୁମ୍ଭ ପ୍ରତିଜ୍ଞା-ବିଭବ ।
ସ୍ୱଦେଶର ଘୋର ଜଡ଼ତା-ଅନ୍ଧାର
ରୋଧିଲା ପ୍ରଭା ବିକାଶ,
ତଥାପି ବିଦେଶେ ଚିହ୍ନରା ଗ୍ରାହକେ
ଲଭିଲେ କ୍ଷୀଣ ଆଭାସ ।
ନିଜ ବୁଦ୍ଧିବଳେ ବିଜ୍ଞାନ ଆଲୋଡ଼ି
ପାଇଲା ସୁଦିବ୍ୟ ତତ୍ତ୍ୱ,
ଧନ୍ୟ ହେ ଯୋଗେଶ ରହୁ ତାଙ୍କ ଯଶ
ବୁଝିଲେ ତୁମ୍ଭ ମହତ୍ତ୍ୱ ।
ଅରଣ୍ୟ-ନିବାସୀ ଜ୍ଞାନ ଅଭିଳାଷୀ
ମୁନି ସମାନ ସରଳ,
କେଉଁ ମନ୍ଦ ଗ୍ରହ ଆବୋରିଛି କହ
ଉତ୍କଳର କର୍ମ୍ମସ୍ଥଳ୍ ?
ସିଦ୍ଧାନ୍ତ-ଦର୍ପଣେ ସ୍ୱଦେଶର କୋଷ୍ଟି
ଦେଖି କରି ଏକ ଲୟ,
କହ କହ କେବେ ଦୁର୍ଦ୍ଦଶା ଏହାର
ପାଇବ କି ସତେ କ୍ଷୟ !!