୪
ଠାରୁ ସେ ଘରଟି ଭଡ଼ା ନେଲ । ତହିଁରେ ଛାପାଖାନା କରାଯିବାର ସ୍ଥିର ହେଲ। । ପ୍ରିଣ୍ଟର ଅର୍ଥାତ୍ ଜଗନ୍ନାଥ ବାବୁ ସମସ୍ତ ଜିନିଷ ସେ ଘରେ ସଜାଇ ରଖିଲେ । ଛାପାଖାନା କାର୍ଯ୍ୟ ଚଳାଇବା ନିମନ୍ତେ ଆଉ ଛ ଜଣ ଲେକ ନିଯୁକ୍ତ ହେଲେ । ପ୍ରିଣ୍ଟର ସେମାନଙ୍କୁ କାର୍ଯ୍ୟ ଶିଖାଇ ଦେବେ । ଛାପାଖାନା କାର୍ଯ୍ୟ ଆରମ୍ଭ ହେବ ବୋଲି ଆନନ୍ଦରେ ଦେଘାଷଣା କରାଯାଇଥୁଲ । ମୋତିଗଞ୍ଜ ବଜାରର ଅଧା ଅଧୁ ଦୋକାନ ବନ୍ଦ । ସହରର ବଡ଼ ବଡ଼ ଲେକମାନେ ମଧ। ଛାପା ଦେଖିବାକୁ ଆସିଅଛନ୍ତ । ଛାପାଖାନା ଆଗ ସଡ଼କରେ ମଧ୍ୟ ଜନତା ପୂର୍ଷ । ବାଷେଇମାନଙ୍କ ଗମନାଗମନ ବନ୍ଦ । ଅକ୍ଷର ସବୁ ଯୋଡା ଯାଇ, ପ୍ରେସ ଭତରେ ଥୁଆ ଗଲ । ଗୋଷୀ। ଏ କାଠ ଚୁଲ୍ରେ କାଳ ଲଗାଇ ଟାଇପ୍ ଉପରେ ଗଡ଼ାଇ ଦିଆଗଲ । ତାହା ଉପରେ କାଗଜ ଦଆଗଲ । ନିଶ୍ବାସ ବନ୍ଦ କର ଶତ ଶତ ଲେକ ଗୃହିଁ ରହିଛନ୍ତ । ଏବେ ପ୍ରେସ ଭରରୁ ଗୁପା ବାହାରିବ । ଏ କ'ଣରେ ବାବୁ ! ଗୋଷୀ। ଏ ବୋଲ ଅକ୍ଷର ଛାପା ନାହିଁ । କାଗଜରେ ସ୍ଥାନେ ସ୍ଥାନେ ମେଞ୍ଚାକୁ ମେଞ୍ଚା କାଳ ଲାଗି ଆସିଅଛୁ । ପ୍ରିଣ୍ଟର ତ ଶୁଖିଲ ମୁହଁରେ କାଠ ପିତୁଳାଟି ପରି ଛୁଡ଼ା ହୋଇଅଛନ୍ତ । ଆମ୍ଭମାନଙ୍କୁ ପୃଥୁବୀଟ। ଅନ୍ଧକାରମୟ ଜଣାଗଲ। । ଲଜ୍ଜା ଓ ମନକଷ୍ଟରେ ମୁଖରୁ କଥା ବାହାରୁ ନାହିଁ । ଆମ୍ଭମାନଙ୍କର ଋ ବିଷମ ଶୋଚନୀୟ ଅବସ୍ଥା । ତହିଁଉତ୍ସରୁ ଆମ୍ଭମାନଙ୍କ ଉପରେ ଶତ ଶତ ପ୍ରଶ୍ନ ପଡ଼ଲ-ଗୁପା କାହିଁ ? ଅତି କଷ୍ଟରେ ଉତ୍ତର ଦେଲି, “ଆଜି କାଗଜରେ କେବଳ କାଳ ଦଆଗଲ । ଏ ଉତ୍ତରେ ଏହି ସବୁ କାଳ ଅକ୍ଷର ପାଲଟି ଯିବ ।” ପରେ ଜାଣିଲୁ ଯେ, ପ୍ରେସଝା ଅକର୍ମଣ୍ୟ ଥୁବାଯୋଗୁଁ ମେଦମୀ ପୁର ମିସନ୍ ପ୍ରେସ ତାହାକୁ ଫୋପାଡ଼ ଦେଇଥୁଲ । ସେ ପ୍ରେସରେ ଗୁପା କାର୍ଯ୍ୟ ହୋଇପାରିବ ନାହିଁ ବୋଲ ସ୍ଥିର ହେଲା । କଲକତାରୁ ଗୋଟିଏ ନୂତନ କଳ ଅଣାଯିବା ପ୍ରୟୋଜନ । ନେହଲେ ବର୍ଷ ବ୍ୟାପି ଅନ୍ଷ୍ଟାନ ଓ ଅର୍ଥବ୍ୟୟ ସମସ୍ତ ବ୍ୟର୍ଥ ହେବ । ଏପରି କଳର ଦାମ୍ ଆଠ ଶତ ଟଙ୍କା । ଏରେ ଟଙ୍କା କାହୁଁ ଆସିବ ?