ବାବୁ ୟେତେ ଗୁଣ ପ୍ରତଗ୍ୟାଂ ଥୋଇଲୁ ତୋହୋର ରେ କାହିଁ
ୟେ ରକତ ନଦୀରେ ଆସୁଅଛୁ ହୋଇଣ ଉତ୍ତାନଶାୟୀ ।
ବାବୁ ଆବର ଜୀବନରେ ମୋହୋର କିସ କାର୍ଯ୍ୟ
ତୁମ୍ଭନ୍ତ ମରାଇ ମୁରେ ବ୍ରତିଅଛି ନିର୍ଲଜ ।
ବାବୁ ଆକାଶେ ଖେପୁଅଛି ରକତନଦୀ ଲହରୀ
ୟେ ରକତନଦୀରୁ ମୁଁ କୋମନ୍ତ ହୋଇବିଟି ପାରି । ।୬୦।
ବାବୁ ଗୁଣ ତୋର କହିବାକୁ ରାତ୍ର ଆଉ ନାହିଁ
ୟେ ରକତନଦୀରୁ ଭାଇ ନେବୁକି ପାରିଆଇ ।
ଭେଳା କରିଣ ପଡ଼ିଲା ସେ ଧୁଶାସନର ଉପରେ
ଅଚେଷ୍ଟେ ବୁଡ଼ିଲା ରାଜା ତିନିତାଳ ଗଭୀରେ ।
ଛାଡ଼ିଲା ଧୁଶାସନକୁ କୂଳରେ ଥାଇ ଚାହିଁ
ଉପୁଚିଆଇ ଆସୁଅଛନ୍ତି ସତାଣୋଇ ଭାଇ ।
ସବୁନ୍ତିହି ଘାନ୍ତିୟେ ଘାନ୍ତିୟେ ଧରଇ କୋଳ କରି
ରୋଧିର ନଦୀରେ ମେଳିଦେଇ ଗୁଣନ୍ତ ସୁମରି ।
ବାବୁ ବୀରବର ପ୍ରତଗ୍ୟାଂରେ ତୁମ୍ଭର ସର୍ବଦା
ନାଶକର ଦର୍ପଗଞ୍ଜରେ ତୁମ୍ଭର କରେ ଥାନ୍ତେ ଗଦା ।। ୭୦ ।
ବାବୁ ତୁମ୍ଭେ ବଡ ଗୁଣବନ୍ତ ମୁଂ ଅଟଇ ଅପରାଧୀ
ୟେ ରକତନଦୀ ପାର ହୋଇବାକୁ କହ କିସ ବୁଦ୍ଧି ।
ବାବୁ ତୁମ୍ଭ ଗୁଣ କହିବାକୁ ନାହିଂ ମୋତେ ଦିନ
ପୁଣି ଦେଖିଲା ଉପୁଚିଆଇ ଆସୁଅଛି ବୀର କର୍ଣ୍ଣ ।
ରୋଧିର ନଦୀରେ ତାର ତେଜ ଯେ ବିକାଶି
ବାଳ ଅର୍କ ପ୍ରାୟେକ ତାହାର ଶରୀର ଦିଶି ।
କୋଳକରି ଧଇଲା ତାହା କୁରୁବଇ ନାଥ
ହା ହା ମଇତ୍ର ମୋହୋର ପ୍ରାଣର ପଞ୍ଚଭୂତ ।
କୋଇନ୍ତାଂକର ଜ୍ୟେଷ୍ଠପୁତ୍ର ଅଟୁ ତୁ ଯୁଗତେ
ସୋଦରନ୍ତ ଛାଡ଼ିଣ ମଇତ୍ର ଆଶ୍ରେକଲୁ ମୋତେ । ।୮୦।
କୋଇନ୍ତାଂକର ବୋଲ ନ କଲୁ ବୀରମଣି ।
ଆଦ୍ୟେ କଳପି କରି ତୋତେ ସଞ୍ଚିଲେ ଦୀନମଣି ।
ପୃଷ୍ଠା:Prachina Odia Kabita.pdf/୫୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୬
ପ୍ରାଚୀନ ଓଡ଼ିଆ କବିତା