ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୪୭
ବାଳୀର ହୃଦର ମୁକୁତାହାର
ପୋଡ଼ି ହୋଇ ଚୂନର ଆକାର
ବେଗେ ମୃଣାଳ ସଖୀ ଦେଲା ନେଇ
କାମ ଅନଳେ ସେହି ଦହି ହୋଇ
ସଖି ଗୋ,
ପୁଣି ପୁଣି ଲେପନ୍ତି ଚନ୍ଦନ
ତତକ୍ଷଣେ ସେହି ଶୁଖିଯାଇ
ତାତିଲା ଲୋହେ ଜଳ ଯେସନ । ।୭।
ଶଶଧର ନିର୍ମଳ କର ଦେଖି
ବିରହେ ବାଳୀ ହୋଇ ଅତି ଦୁଃଖୀ
କୋକିଳ କୋପତର ବାଣୀ ଶୁଣି
ମୋହଗତ ଗଲା ତରୁଣୀମଣି |
ସଖି ଗୋ,
ଉଠି ଚନ୍ଦ୍ରକୁ ବୋଲଇ ସେ ନାରୀ
କମ୍ପା ମୋତେ ଅକାରଣେ ଦହୁଅଛୁ
ମୁଂ ତ ନୁହଇ ତୋର ବଇରି । ।୮।
କ୍ଷୀରସମୁଦ୍ରରୁ ଜାତ ଯେ ତୁହି
ତୋତେ ଭଲ ନ ବୁଝିଲଇଂ ମୁହିଂ
ମୋର ନିବିଡ଼ ପୋୟାଧରେ ତୋତେ
ଧଇଲି ତହିଂ କାନ୍ତ ନଖକ୍ଷତେ
ଚନ୍ଦ୍ର ହେ,
ସେ ଗୁଣ ତ ୟେବେ ନ ଧରୁ ଶଶୀ
ୟେ ମୋର ବିରହ ଦୁଃଖ କାଳେ,
କରଣେ କରି ଦହୁଛୁ ଆସି । ।୯।
ପୀରତି ନ ଧରୁ ତୁ ଶଶଧର
ତୋତେ ନିତ୍ୟେ ଶିରେ ବହଇ ହର
ଭାଇ ତୋହର ପ୍ରାଣ ହରୁଥିଲା
ଶିବ ପୁଣି ଗ୍ୟାଂନୀ ବୋଲି ତାରିଲା ।