ବାସୁଦେବ ଗ୍ରନ୍ଥାବଳୀ
ନିଶାରେ କୁମୁଦ, ଶୁକ୍ଳପକ୍ଷରେ ଚନ୍ଦ୍ରିକା, ମେଘଧ୍ୱନିରେ ମୟୂର ନୃତ୍ୟ, ଅଶୋକରେ ଫଳାଭାବ, ବସନ୍ତରେ ଜାତିକୁସୁମର ଅଭାବ, ଚନ୍ଦନଦ୍ରୁମରେ ଫଳ ପୁଷ୍ପର ଅଭାବ, ଇତ୍ୟାଦି ସତ୍କବିମାନଙ୍କ ପ୍ରବନ୍ଧରେ ସ୍ପଷ୍ଟ ବର୍ଣ୍ଣିତ ହୁଏ ।
ଏମାନଙ୍କ ଉଦାହରଣମାନେ ଯଥା ସ୍ଥାନରେ ସ୍ପଷ୍ଟ ଅଟନ୍ତି ।
ଧନୁର୍ଜନ୍ଯାଦି ଶବ୍ଦମାନଙ୍କର ପୁନଶ୍ଚ ଧନୁରାଦି ଶବ୍ଦର ଯେ ପ୍ରୟୋଗ, ସେ ଆରୁଢ଼ ହ୍ରାଦି ବୋଧନିମିତ୍ତ ହୋଇଅଛି, ପୁନରୁକ୍ତି ଦୋଷ ନୁହେଁ - ଯଥା,
ଧନୁର୍ଜ୍ୟାକନୋଭବ ଧ୍ବନିହ୍ନାରା ଦ୍ୟ ବା ପୃଥ୍ବୀ ଦୁହେଁ ପୁରିତ ହେଲେ ।
ଅତ୍ର ଜ୍ୟ ଶବ୍ଦମାତ୍ରରେ ଧନୁର ବୋଧ ହେଲେ ମଧ୍ୟ ପୁନଶ୍ଚ ଯେ ଧନୁଶବ୍ଦର ଉପାଦାନ। ସେ ଧନୁରେ ଗୁଣର ଆରୋପଣ ବୋଧନିମିତ୍ତ ହୋଇଅଛି, ଅତଏବ ଦୋଷ ନୁହେଁ ।
ଆଦି ଶବ୍ଦରୁ - ଯଥା, ଭାତିକଣ୍ଠୀବଙସପ୍ରେପ୍ତ ।
ଅତ୍ର କର୍ଣ୍ଣସ୍ଥିତତ୍ତ୍ୱର ବୋଧନିମିତ୍ତ କର୍ଣ୍ଣଶବ୍ଦର ପ୍ରୟୋଗ ହେଲା ।
ଏହିପରି ଶ୍ରବଣକୁଣ୍ଡଳ ଓ ଶିର8ଶେଖର ପ୍ରଭୃତି ଶବ୍ଦମାନଙ୍କୁ ଜାଣିବା । ଏବଂଚ ମାଳ ଶବ୍ଦ ଯେବେ, ବିଶେଷଣଶୂନ୍ୟ ହୋଇଥୁବ ତେବେ କେବଳ ପୁଷ୍ପମାକାକୁ ବୁଝାଇବ । କିନ୍ତୁ “ପୁଷ୍ପମାଳା ବିଭାତିତେ' ଅତ୍ର ପୁଷ୍ପ ଶବ୍ଦ ଉତ୍କୃଷ୍ଣ ପୁଷ୍ପର ବୋଧକ, ଏବଂ ଚ ‘ମୁକ୍ତାହାର' । ଅତ୍ର ମୁକ୍ତା ଶବ୍ଦ ଅନ୍ୟ ରତ୍ବରେ ଅମିଶ୍ରିତ ତୁର ବୋଧକ ।
ଏହିମାନେ ସତ୍କବି ସମ୍ମତ ହେବାରୁ ପ୍ରୟୋଗାହଁ ହେଲେ । ଏବଂଚ, ଜଘନକାଞ୍ଚମୀ, କରକଙ୍କଣ ଇତ୍ୟାଦି ଶବ୍ଦମାନେ କବିଙ୍କ ସମ୍ମତ ସେନାହିବାରୁ ପ୍ରୟୋଗାହିଁ ନୁହନ୍ତି ।
ଆନନ୍ଦମଗ୍ନ ଦି ଉକ୍ତିରେ ଚୂନପଦତା ଗୁଣ ହୁଏ - ଯଥା, କବିତାବଳୀ
ଉଠ ଉଠ ଆଜୋହ ସମ ଯୋଧ ଗଣ, କଜୋର କରବାଳୀ ଯଶ ସମଜୋର |
ଅତ୍ର ଆନନ୍ଦ ନଥଲେ ମଧ୍ୟ ଆଦିଶବ୍ଦରୁ ଉତ୍ସାହରେ ମଗ୍ନ ହୋଇ ଉକ୍ତି କରିବାରୁ ନୃତ୍ୟୁନପଦତା ଗୁଣ ହେଲା । ଏହି ନୃତ୍ଯୁନପଦତା କୌଣସିଠାରେ ଦୋଷ ବା ଗୁଣ ଉଭୟଥା ହୋଇ ନପାରେ - ଯଥା, ଚୋଖି ରାଗେ, ଉର୍ବଶୀଙ୍କ ପ୍ରତି ପୁରୋର ବାଙ୍କର ବିତର୍କ ।, ନିଜ ଗର୍ବ ଅବରଣେ ଦେଖିନାହିଁ ଅତି କୋପା ଜୋକଜୋବା ବାଳାର,