ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୨୬


ଗୁରୁ । ତାହାର ନିମନ୍ତେ ପରମେଶ୍ୱର ନିଜ ଅଚିନ୍ତ୍ୟ ଶକ୍ତିରେ ଏମନ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଅଛନ୍ତି ଯେ ସବୁ ଖାଦ୍ୟ ଦ୍ରବ୍ୟର ମଧ୍ୟରେ କୌଣସି ବସ୍ତୁରହି କେବେ ଶେଷ ନୁହଇ ।

ଶିଷ୍ୟ । ସେମାନଙ୍କର ବିଷୟରେ ଆହୁରି କିଛି କହିବାକୁ ଅଛି କି ନାହିଁ ?

ଗୁରୁ । ହାଁ, ଆପଣା ରକ୍ଷା ନିମନ୍ତେ ପ୍ରତ୍ୟେକ ଜନ୍ତୁରଇ ଅସ୍ତ୍ର ଅଛି । ପୁଣି ସେମାନଙ୍କର ପୀଡା ହେଲେ କାହିଁରେ ସୁସ୍ଥ ହେବେ ତାହା ବୁଝିବାକୁ ପାରନ୍ତି ପୁଣି କେଉଂ ବସ୍ତୁ ସେମାନଙ୍କର ଖାଦ୍ୟ କିଅବା ଅଖାଦ୍ୟ ତାହାଇ ସେମାନଙ୍କର ବୋଧ ଅଛି । ପୁଣି ଜଳରେ କି ପୃଥିବୀରେ ସେମାନଙ୍କର ବାସ କରିବାକୁ ହୁଅଇ ତାହାଇ ସେମାନେ ଜାଣନ୍ତି । ଏହା କେବଳ ନୋହେ, କି ପ୍ରକାରେ ବସା ନିର୍ମାଣ କରିବାକୁ ହୁଅଇ ଏହାଇ ସେମାନଙ୍କର ବୋଧ ଅଛି । ତାହାର ପ୍ରମାଣ ଜଳମାର୍ଜାର ଜନ୍ତୁ ହୋଇ ପ୍ରାୟ ମନୁଷ୍ୟର ନ୍ୟାୟ ଆପଣା ବସା ପ୍ରସ୍ତୁତ କରଇ । ଆଉ ସମସ୍ତ ଜନ୍ତୁଇ ଆପଣା ୨ ଶତ୍ରୁ ମିତ୍ର ଚିହ୍ନିବାକୁ ପାରନ୍ତି ପୁଣି ଆପଣା ୨ ଜାତିର ରବ ବୁଝିବାକୁ ପାରନ୍ତି ।

ଶିଷ୍ୟ । ସେମାନେ ଯେବେ ଆପଣା ୨ ଜାତିର ରବ ବୁଝିବାକୁ ପାରନ୍ତି ତେବେ କି ସେମାନଙ୍କର ବିଶେଷ ୨ ଭାଷା ଅଛି ?

ଗୁରୁ । ନାହିଁ, ସେମାନଙ୍କର ରବଇ ବିଶେଷ ଭାଷାର ନ୍ୟାୟ ପ୍ରମାଣ । ଦେଖ ସିଂହ, ଭଲ୍ଲୁକ, କେନ୍ଦୁଆ, ଘୋଡା, ଇତ୍ୟାଦି ଜନ୍ତୁ କୌଣସି ୨ ସମୟରେ ବିଶେଷ ୨ ଶବ୍ଦ କରନ୍ତି ।

ଶିଷ୍ୟ । ମନୁଷ୍ୟର ନ୍ୟାୟ କି ସେମାନଙ୍କର କ୍ରୋଧ ଅଛି ?

ଗୁରୁ । ହାଁ, କେବଳ କ୍ରୋଧ ଅଛି ଏମନ୍ତ ନୋହେ ସ୍ୱାଭାବିକ ସ୍ନେହ, ଆନନ୍ଦ, ଶୋକ, ଦୟା, ବଧଇଚ୍ଛା, ଅସହିଷ୍ଣୁତା, ଇତ୍ୟାଦି ଗୁଣହିଁ ଅଛି । ଏହି ସ୍ଥଳରେ ଆଉ ଏକ ବିଷୟ ତୁମ୍ଭର