ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୬

ସେମାନେ ଆପଣା ଥଣ୍ଟର ଅଗ୍ରଭାଗର ସୂକ୍ଷ୍ମତାରେ ଆକାଶ ପଥରେ ଗମନାଗମନ କରିବାକୁ ପାରନ୍ତି ଏହି ଏକ ପୁଣି ତାହା ଛଡା ଆହୁରି ଏକ କଥା ପକ୍ଷିର ବିଷୟରେ ବିବେଚନାର ଯୋଗ୍ୟ ଅଛି । ଦେଖ, ସେମାନେ ଯେମନ୍ତ ଅନାୟାସରେ ଉଡି ପାରନ୍ତି ବିଶେଷରେ କୌଣସି ପକ୍ଷୀ ଯେମନ୍ତ ଅତି ବେଗେ ଉଡିବାକୁ ପାରନ୍ତି ଏହିନିମନ୍ତେ ସେମାନଙ୍କର ପକ୍ଷି ଅତି ସୁନ୍ଦର ଋପ ନିର୍ମିତ ହୋଇଅଛି । ପୁଣି ଆମ୍ଭେମାନେ ସର୍ବଦା ସେମାନଙ୍କୁ ଉଡିବାକୁ ଦେଖୁଅଛୁ ଏହିନିମନ୍ତେ ସାଧାରଣ ବସ୍ତୁର ନ୍ୟାୟ ତାହା ଆଶ୍ଚର୍ଯ୍ୟ ବୋଧ ନୁହଇ ।

ଶିଷ୍ୟ । ଆମ୍ଭେମାନେ ଯେ ନିଶ୍ଚିନ୍ତ ହୋଇ ଅନାୟାସରେ ସର୍ବତ୍ର ଗମନାଗମନ କରିବାକୁ ପାରି ଏ ବିଷୟରେ ଇଶ୍ୱରର ନିପୁଣତା ଓ ଅନୁଗ୍ରହ ପ୍ରକାଶ ଦେଖି ଆମ୍ଭମାନଙ୍କର ଆଶ୍ସର୍ଯ୍ୟ ବୋଧ କରିବାର ଉଚିତ ପ୍ରମାଣ ପୁଣି ଆମ୍ଭମାନଙ୍କର ଗତିଠାରୁଇ ପକ୍ଷୀର ଗତି ଅତି ଆଶ୍ଚର୍ଯ୍ୟ । ଏନିମନ୍ତେ ସେମାନଙ୍କର ପକ୍ଷିର ବିଷୟ କିଋପରେ ଆକାଶ ମଣ୍ଡଳରେ ଗମନ ଓ ତା ମଧ୍ୟରେ ସ୍ଥିର ଥିବାର ଏହି ସମସ୍ତ ବିଷୟ ଶ୍ରବଣ କରିବାକୁ ଆମ୍ଭର ବଡ ବାଞ୍ଛ ହୁଅଇ ।

ଗୁରୁ । ତୁମ୍ଭେ ଯେ ଆପଣା ଜ୍ଞାନ ବୃଦ୍ଧି କରିବାକୁ ଇଚ୍ଛା କରୁଅଛି ଏ କଥାରେ ଆମ୍ଭେ ବଡ ସନ୍ତୁଷ୍ଟ ହେଲୁ ପୁଣି ତୁମ୍ଭ ବୟସ ଅଧିକ ହେଲେ ତାହା ସୁନ୍ଦରଋପେ ବୁଝିବାକୁ ପାରିବ ଏ କଥା ପୂର୍ବରେ ତୁମ୍ଭକୁ ଏକ ଥରେ କହିଅଛୁ ।

ଶିଷ୍ୟ । ହାଁ, ଏହା ହେବାକୁ ପାରଇ । ଯାହା ହେଉ ଏବେ ଅନୁଗ୍ରହ କରି ଆମ୍ଭକୁ ଆଉ କିଛି ବୋଲୁନ୍ତୁ ।

ଗୁରୁ । ପକ୍ଷିର ରବରେ ତୁମ୍ଭର ବଡ ସନ୍ତୋଷ ଜନ୍ମଇ ଏ କଥା ତୁମ୍ଭେ ପୂର୍ବରେ କହିଲ । ମାତ୍ର ଏମନ୍ତ କ୍ଷୁଦ୍ର ଜନ୍ତୁର କୋମଳ କଣ୍ଠରୁ ଯେ ନାନା ପ୍ରକାର ମଧୁରଧ୍ୱନି ବାହାର ହୁଅଇ ଏଥିରେ