ଗୋବର ଗୋଟେଇ
ଦାଣ୍ଡକୁ ବାହାରିଲେ । ପ୍ରଥମେ କେତେକ ଲୋକ ସାଙ୍ଗରେ ନେଇ ଆଉ ମଧ୍ୟ ମଣିକୁ ସଙ୍ଗରେ ନେଇ ମଣି ଖୋଜି ବାହାରିଲେ । ତୋଟାରେ ପଶି ଦେଖିଲେ ସାପଟି ମରି ଯାଇଛି । ସାପ ମୁଣ୍ଡରୁ ମଣିଟି ଲୋକଙ୍କ ଦ୍ୱାରା ସଂଗ୍ରହ କରି ଗଛକୁ କାଟି ସାପଟାକୁ ବାହାର କରାଇ ସହରକୁ ପଠାଇ ଦେଲେ । ଚାରିଆଡ଼େ ଦଣ୍ଡକେ କଥାଟା ରାଷ୍ଟ୍ର ହୋଇଗଲା । ମଣି ସଙ୍ଗେ ମଣି ଘେନି ଫେରି ଆସିବା ପରେ ବୃଦ୍ଧା ସମସ୍ତ ରହସ୍ୟ ଜ୍ଞାତ ହେବା ପାଇଁ ଅନୁରୋଧ କଲେ । ତେଣୁ ସେ ଆମୂଳଚୂଳ ସମସ୍ତ ଘଟନା କହି ସାରି ତାହା ଦୈନିକ କାଗଜକୁ ଲେଖି ଶୀଘ୍ର ପୋଷ୍ଟ କରିଦେଲେ ।
ଏଣେ ତାଙ୍କର ବିଦାୟର ସମୟ ନିକଟରୁ ନିକଟତର ହୋଇଗଲା । ଗାଁରେ ହାଉ କାଉ ପଡ଼ିଗଲା ଯେ, କାଲି ଡିପୋଟି ସାହେବ ଗୋବର ଗୋଟେଇ ଘରେ ଥିଲେ । ଆଉ ଗୋବରଗୋଟେଇ କହିବାକୁ କାହାରି ସାହାସ ହେଲା ନାହିଁ, ସମସ୍ତେ ଭାବିଲେ- "କେହି ଟିକିଏ ଜାଣି ପାରିଲେ ନାହିଁ- ତା ଘରୁଟାରେ ବାବୁ ରହି ଗଲେ ।" ମାତ୍ର ବାବୁ ତିଳେ ମାତ୍ର କାହାକୁ ଚାହିଁଲେ ନାହିଁ । ଏଥର ବୃଦ୍ଧାଙ୍କୁ ବିଦାୟ ମାଗିଲେ ଏବଂ ମଣି ହାତରେ ପକେଟ ବ୍ୟାଗରୁ ୧୦୦ ଟଙ୍କାର ନୋଟ ଖଣ୍ଡିଏ ବାହାର କରିଦେଇ କହିଲେ- "ମଣି ! ଏକୁ ଖର୍ଚ୍ଚ କରି ତୁମେ ସୁବିଧାରେ ଚଳ- ଆଉ ଘର ଦୁଆର ପ୍ରଭୃତିର ଯେ କିଛି ଅସୁବିଧା ଅଛି, ତାହା, ମୁଁ ପରେ ପୂରଣ କରି ଦେବି । ଏଥିରେ କୌଣସି ପ୍ରକାର ଦୁଃଖ ଭାବ ନାହିଁ ।"
ଆଉ ମଧ୍ୟ କହିଲେ- "ମା ! ମୁଁ ତୁମଙ୍କୁ ଏହି ଟଙ୍କା ଦେଉ ନାହିଁ- ଏହା ତୁମର ପ୍ରାପ୍ୟ ! ସରୋଜ ଯେଉଁ ଦିନୁଁ ତୁମର ଦୁଃଖ କାହାଣୀ ମୋ ଆଗରେ କହିଲାଣି, ହାୟ ସେ ଦିନଠୁ ମୁଁ ଚେଷ୍ଟା କରିଥିଲେ ଏହି କନକ ପ୍ରତିମାଟି ଏପରି ନାର ଖାର ହୋଇ ନ ଥାନ୍ତା । ହେଉ ମୁଁ ଯାଉଚି ।