ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୮

ପକ୍ଷୀ । ବକ, ସାରସ, ତାଳଚଞ୍ଚୁ, କୁମରୀ, ଖଞ୍ଜନ, ଇତ୍ୟାଦି ପକ୍ଷିହି ଏଋପେ ଜାଣିବ । ଯେଣୁ ଏହି ସମସ୍ତ ପକ୍ଷିହିଁ ସମୟ ବିଶେଷରେ ସ୍ୱଦେଶ ତ୍ୟାଗ କରି ଯୋଗ୍ୟ ସମୟରେ ଆଉ ୨ ଦେଶରେ ଗମନ କରନ୍ତି । ପୁଣି ସମୟ ଗଲା ଉଭାରେ ପୁନର୍ବାର ନିଜ ଦେଶରେ ଆସି ଉପସ୍ଥିତ ହୁଅନ୍ତି ।

ଶିଷ୍ୟ । ଏ ବଡ ଆଶ୍ଚର୍ଯ୍ୟ କଥା । ଏହି ମହା ସମୁଦ୍ର ପାରି ହୋଇ ସେମାନେ କି ପ୍ରକାରେ ଦେଶାନ୍ତରରେ ଗମନ କରନ୍ତି ?

ଗୁରୁ । ସେମାନେ ଗମନ କାଳରେ ସ୍ୱାଭାବିକ ବୋଧରେଇ ଯୋଗ୍ୟପଥ ଚିହ୍ନିବାକୁ ପାରନ୍ତି । ଦେଖ, ଆକାଶମଣ୍ଡଳସ୍ଥ ବକପନ୍ତି ଆପଣମାନଙ୍କର ଗମନ ନିଶ୍ଚୟ ବୁଝିବାକୁ ପାରନ୍ତି ପୁଣି କୁମରୀ, ସାରସ, ତାଳଚଞ୍ଚୁ, ଏମାନେ ଆପଣମାନଙ୍କର ଗମନ ସମୟ ପାଇରହନ୍ତି ।

ମସ୍ଚ୍ୟ ବିଷୟରେ

ଶିଷ୍ୟ । ହେ ଅବଧାନ, ଏହିକ୍ଷଣେ ଆମ୍ଭେମାନେ କେଉଁ ବିଷୟ ବିବେଚନା କରିବା ?

ଗୁରୁ । ତୁମ୍ଭର ଯେବେ ଇଚ୍ଛା ହୁଅଇ ତେବେ ଆସ ଜଳଜନ୍ତୁର ବିଷୟ କିଛି ବିବେଚନା କରି । ସେମାନେ ଆମ୍ଭମାନଙ୍କର ମତେ ଭୂମିରେ ବାସ କରିବାକୁ ନ ପାରନ୍ତି । ଯେଉଁ ଜଳରେ ଆମ୍ଭେମାନେ ମଗ୍ନହେଲେ ଅକସ୍ମାତ ବାୟୁରୋଧ ହୋଇ ପ୍ରାଣ ତ୍ୟାଗ କରି ଏମନ୍ତ ଜଳର ମଧ୍ୟରେ ସର୍ବଦା ବାସ କରନ୍ତି । ଏନିମନ୍ତେ ଏଋପ ମସ୍ଚ୍ୟର ବିଷୟରେ ତୁମ୍ଭେ କି ବିବେଚନା କରିଅଛ ? ଏହା କି ଅତି ଆଶ୍ଚର୍ଯ୍ୟ ନୋହେ ? ଦେଖ, କୋଟି ମସ୍ଚ୍ୟ ଜଳ ମଧ୍ୟରେ ବାସ କରୁଛନ୍ତି ।

ଶିଷ୍ୟ । କେଉଁ ଲକ୍ଷଣରେ ମସ୍ଚ୍ୟ ଚିହ୍ନିବାକୁ ପାରି ?