ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୫

ରେ ପୁଷ୍ପ ଅତି ଜ୍ଞାତବ୍ୟ ତାହା କେବଳ ଭୂଷଣର ନିମନ୍ତେ ଏମନ୍ତ ନୋହେ କୌଣସି ପୁଷ୍ପ ଅତି ପ୍ରୟୋଜନ ଅଟଇ । ଆଉ ଏମନ୍ତ ଶ୍ୟାମବର୍ଣ୍ଣ ବୃକ୍ଷରୁ ଏତେ ସୌରଭଯୁକ୍ତ ପୁଷ୍ପ ଜନ୍ମଇ ପୁଣି ଏମନ୍ତ କଦର୍ଯ୍ୱ ମୂନରୁ ଏତେ ବିଚିତ୍ର ପୁଷ୍ପ ଜନ୍ମଇ ଏଥିରେ ବଡ ଆଶ୍ଚର୍ଯ୍ୟ ବୋଧ ହୁଅଇ ।

ଶିଷ୍ୟ । ପୁଷ୍ପର ଆଘ୍ରାଣ ବିଷୟରେ ଆପଣ କି କହନ୍ତି ?

ଗୁରୁ । ପୁଷ୍ପର ମଧ୍ୟରେ ବାସମୟ ରସ ଅଛି ସେହି ରସ କ୍ଷୁଦ୍ର ପୁଷ୍ପରନ୍ଧ୍ର ଓ ପତ୍ରରୁ ବାହାର ହୁଅଇ ତହିଁରେ ଉତ୍ପନ୍ନ ଯେ ସୌରଭ ତାହା ଆମ୍ଭେମାନେ ଆଘ୍ରାଣ କରି ।

ଶିଷ୍ୟ । ପୂର୍ବରେ ଅବଧାନ କହିଲେ ଯେ ପୁଷ୍ପ କେବଳ ଭୂଷଣାର୍ଥରେ ନୋହେ ଅନ୍ୟ ପ୍ରୟୋଜନର ନିମନ୍ତେହେଁ ଅଟଇ ।

ଗୁରୁ । ହାଁ, ଯେ ସମୟରେ ଆମ୍ଭମାନଙ୍କର ମନ ଉତ୍କଣ୍ଠିତ ଓ ତାପିତ ହୁଅଇ ସେ କାଳରେ ପୁଷ୍ପଗଣ ମନଃସ୍ଥିର ଓ ତୃପ୍ତ କରନ୍ତି । ତାହା ଛଡା ପୁଷ୍ପରୁ ଆମ୍ଭେମାନେ ଫଳ, ବୀଜ