କଣ କଥା କହିବି ମା, ହୃଦ ପୋଡ଼ି ଯାଉଚି- ମୋ ଘରୁ ଟଙ୍କା ଆସି ପୁଅ ଚୋରି କରି ନେଲା- ମୁଁ ବନ୍ଧେଇଲି ନେଇ ଦୁଃଖିନୀ ବଡ଼ ଲୋକର ୮୦ ବର୍ଷର ବୁଢ଼ୀ ଆଉ ୧୦ ବର୍ଷର ବାଳିକାକୁ । ଶେଷରେ ମୋର ଜେଲ ହେଲା । ସେପରି ଧାର୍ମିକ ହାକିମ ଥିଲେ ବୋଲି ନିରପରାଧିନୀ ରକ୍ଷା ପାଇଲା, ନଚେତ୍ ଏ ପାପୀର ଦୋଷ କଟି ନ ଥାନ୍ତା । ଦୁଇବର୍ଷ ପରେ ଜେଲରୁ ମୁକୁଳି ଦେଖିଲି ଯେ, ଘର ଦୁଆର ଜମି ବାଡ଼ି ସବୁ ପୁଅ ମୃର୍ତ୍ତି ବିକିରି କରିଦେଇ କୁଆଡ଼େ ଯାଇଚନ୍ତି । ଶୁଣିଲି ଯେବା ଥିଲେ ସେମାନେ ହଇଜାରେ ସର୍ବନାଶ ହୋଇଚନ୍ତି । ମୋ ଘରୁ ଯେ କେବଳ ମରିଚନ୍ତି ତା ମଧ୍ୟ ନୁହେଁ, ଗାଁ ଗୋଟିକ ପଦ ହୋଇ ଯାଇଚି, ଯେମିତି ପାପ ସେମିତି ଶାସ୍ତି । ମା, ଆଉ କଣ କହିବି ? ତା ପରେ ନାନା ଉପାୟ ଖୋଜିଲି- ଗଣ୍ଡେ ଖାଇ ଚଳିବାକୁ । ମାତ୍ର କେତେଦିନ ପରେ ଗୋଡ଼ରେ ବାତ ଦେଖାଗଲା । ଆସି ନିରାଶ୍ରୟ ଭାବରେ ଡାକ୍ତରଖାନାରେ ପଡ଼ିଲି । ଟିକିଏ ଭଲ ହୋଇତ ସେଦିନୁଁ ଭିକ୍ଷା କରି ବୁଲୁଚି, ଆଉ କଣ କହିବି ମା, ମୋର ଏଥିପାଇଁ ଦୁଃଖ ନାହିଁ ।
ମଣିର କଳା ଡୋଳାରୁ ଲୁହ ବୋହି ଗଲା । ନାରୀ ହୃଦୟ ଯେତେ ଶତ୍ରୁ ହେଉ, ଯାହାହେଉ, ସେ କେବେ ସହି ପାରିବ ନାହିଁ ।
ଅଶ୍ରୁମଖା ମୁଖରେ ବୁଢ଼ାକୁ କହିଲା, "ଆହା ତମେ ସେଇ ଆମରି ପଧାନ, ଏଡ଼େ ବଡ଼ ଧନୀ ଥିଲ, ଏପରି ଅବସ୍ଥାରେ ଅଛ ? ମୋତେ ଚିହ୍ନି ପାରୁ ନାହଁ ? ମୁଁ ପରା ତମର ଗୋବର ଗୋଟେଇ- ।
ବୁଢ଼ାକୁ ସପନ ପରି ମନେ ହେଲା । ସେ ଚମକିଲା ନାହିଁ, କାରଣ ସହି ସହି ଶୁଣି ଶୁଣି ଦେଖି ଦେଖି ସେ ପଥର ହୋଇ ଯାଇ ଥିଲା । ସେଥିପାଇଁ ସୁଖ କଣ ଦୁଃଖ କଣ କାହିଁରେ ସେ ଚମକୁ ନ ଥିଲା । ପ୍ରଥମେ ବାଳିକାକୁ ଅନାଇଁ ଦେଖିଲା । କେବଳ ସେହି ସୁନ୍ଦର ନାକଟି