ଗୋବର ଗୋଟେଇ
ଜାତି ହେବ । ବ୍ରାହ୍ମଣ, କ୍ଷତ୍ରିୟ, ଶୁଦ୍ର କନ୍ୟା ବ୍ରାହ୍ମଣ-କ୍ଷତ୍ରିୟ, ବୈଶ୍ୟ, କନ୍ୟା କ୍ଷତ୍ରିୟ ବିବାହ କରିବ । ମହର୍ଷିବ୍ୟାସ ବ୍ୟାସ ସଂହିତାର ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଏହି କଥା ସମର୍ଥନ କରିଚନ୍ତି ଯେ-
"ଉଦେ୍ ବହେତ୍ କ୍ଷତ୍ରିୟାଂ ବିପ୍ରୋ ବୈଶ୍ୟଞ୍ଚ କ୍ଷତ୍ରିୟୋ ବିଶାଂ ।"
"ବ୍ରାହ୍ମଣ-କ୍ଷତ୍ରିୟ ଓ ବୈଶ୍ୟ, କ୍ଷତ୍ରିୟ-ବୈଶ୍ୟ କନ୍ୟା ଆଉ ବୈଶ୍ୟ-ଶୂଦ୍ରକନ୍ୟା ବିବାହ କରିପାରେ ।"
ଶାସ୍ତ୍ରାନ୍ଧ ବ୍ୟକ୍ତିଙ୍କର ମୁଖମଣ୍ଡନ କଥାରେ କାହାର ପ୍ରୟୋଜନ ଅଛି ? ଆମେ ତ ପ୍ରଥମେ ଶାସ୍ତ୍ର ମାନିବୁ ନାହିଁ- କାରଣ ମନୁଙ୍କ ଆଇନ ମନୁଙ୍କ ଯୁଗ ପାଇଁ ଥିଲା, ଆଜି ଯୁଗର ମନୁ ଆମ୍ଭେମାନେ- ଆଇନ କରିବୁ । ଯେତିକି ପଦାର୍ଥ ମନୁ ତାଙ୍କ ଯୁଗରେ ଦେଖିଥିଲେ, ଯେତୋଟି ଆଚାର ବିଚାର ମନୁ ଅନୁଭବ କରିଥିଲେ, ତେତୋଟି ଲେଖିଚନ୍ତି । ଆଛା ସିଗାରେଟ ଖାଇଲେ ବିଡ଼ି ଖାଇଲେ କି ପ୍ରାୟଶ୍ଚିତ୍ତ କରିବାକୁ ହେବ ତାହା ମନୁ କେଉଁଠି ଲେଖିଚନ୍ତି- ତେବେ ଏଠାରେ ଧୂମ୍ରପାନ ବୋଲି ନେଇଯିବେ ଯୁକ୍ତିକାରୀମାନେ । ମାତ୍ର ମନୁ ଏପରି ଗୋଟିଏ ଚିନ୍ତା କରିଥିଲେ କି, ତାଙ୍କ ବର୍ଣ୍ଣିତ ମ୍ଳେଛ ଦେଶରୁ ଯେଉଁ କାଗଜ ମଧ୍ୟ ଦେଇ ଯତ୍ନରେ ଧୂମ୍ରପାନର ଉପକରଣ ଆସିବ, ତାହା ପାଇଁ କଣ କରାଯିବ ?
ପୂର୍ବରୁ ନିୟମକୁ ଯଯାତି କି ଭୀଷଣ ଭାବରେ ଚୂର୍ଣ୍ଣ କରିଛନ୍ତି । ଦେବଯାନୀ ବ୍ରାହ୍ମଣ କୁମାରୀ- ପୁଣି ଗୁରୁପୁତ୍ରୀ- ତାକୁ ବିବାହ ହେବା କି ପ୍ରକାର ଅନିୟମ କାର୍ଯ୍ୟ ! ମାତ୍ର ତାହା ପ୍ରାଚୀନ ଋଷିମହର୍ଷି ତ