ଗୋବର ଗୋଟେଇ
ମିଳନ ଅତି ମଙ୍ଗଳଜନକ । ଏଥିରେ ପଛେଇବାର କୌଣସି କଥା ନାହିଁ । ବୃଥାରେ ହୂଦୟକୁ ବିଚଳିତ କରି ପାଗଳ ହେବାର ପ୍ରୟୋଜନ ନାହିଁ । ଧୀରସ୍ଥିର ଭାବରେ କାର୍ଯ୍ୟ କଲେ- ସାହାସ ଧୈର୍ଯ୍ୟଧରି କର୍ମରେ ପ୍ରବେଶ କଲେ ସଫଳତା ଆପେ ଆପେ ମିଳିବ- ମଣିକାଞ୍ଚନର ସଂଯୋଗ ହେବ ।
ଏ ବିବାହରେ ପୁରୋହିତ- ବିନୋଦ । ସେଥିପାଇଁ ତିଳେ ଭୟ ନାହିଁ ମୋର । ଏହା ଲୁଚାଇ ଛପାଇ ହେବ ନାହିଁ- ସମସ୍ତେ ଜାଣିବେ, ସମାଲୋଚନା କରିବେ, ଆଦୌ ସେଥିପାଇଁ ଚିନ୍ତା ନାହିଁ । ବୀର ଯୁବକ, ଧୈର୍ଯ୍ୟ ଧରି ଉଠ । ପଛକୁ ଚାହଁ- ତୁମ୍ଭର ସ୍ନେହମୟ ସଖା ବିନୋଦ ଚାରିହତିଆର ବାନ୍ଧି ଛିଡ଼ା ହୋଇଚି । ଶୁଭଦିନ ନିକଟରେ । ମୁଁ ଶୀଘ୍ର ଯିବି- ଆଜି ଏତିକି ।
ଚିରସ୍ନେହର
ଶ୍ରୀମାନ୍ ବିନୋଦ-
ଦୀର୍ଘ ଦଶପୃଷ୍ଠାବ୍ୟାପୀ ପତ୍ରଖଣ୍ଡି ସରୋଜ ପଢ଼ିସାରି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ଦେଖିଲା- ମଣି ତାକୁ ଚାହିଁ ବସି ଶେଯ ସାଇତୁଚି । ହାଠାତ୍ ଉଠିଯାଇ ତାକୁ ଦୁଇ ବାହୁରେ ଆବଦ୍ଧ କରି କହିଲା- "ମଣି ! ମଣି ! ଏତେଦିନ ନବଶକ୍ତିରେ ତୋ ନିକଟରେ ଗୋଟିଏ ପ୍ରସ୍ତାବ କରିବାକୁ ମୁଁ ସାହାସୀ ହୋଇଛି । ପିତାଙ୍କର ଶୁଭ ଇଚ୍ଛା ପୂରଣ ପାଇଁ ମୁଁ ତୋ ପାଇଁ ତୋ ସମକକ୍ଷ ସୁପାତ୍ରଟିଏ ଖୋଜିଛି । ସେ କଣ ତୋ ମନକୁ ପାଇବ ? ଆଛା, ତୁ କଣ ମୋତେ ବିବାହ କରି ପାରିବୁ ?
ଦୁଃଖୀ କୋଟି ନିଧି ପାଇଲେ ଯେପରି ହୁଏ, ଦିଗହରା ତାର ପ୍ରକୃତ ପଥ ପାଇଲେ ଯେପରି ଆନନ୍ଦରେ ମୁଗ୍ଧ ହୋଇଯାଏ, ମଣି ଠିକ୍