ଗୋବର ଗୋଟେଇ
ଦିକୋଡ଼ି ଦଶ ଟଙ୍କା ଲେଖାଏଁ ସେମାନେ ହାତରେ ଧରିଥିଲେ ? ବୁଢ଼ୀ ଏଥର ମଣିକୁ କୋଡ଼କୁ ନେଇଗଲା- ତାଙ୍କର ଝିଅକାନ୍ଧ ପାଖକୁ ଲାଗିଗଲା । ବୁଢ଼ୀ ସକେଇ କରି କହିଲେ- "ଆଲୋ ଝିଅ, ମୁଁ ଚାଲି ଯାଉଚି ବୋଲି ଦୁଃଖ କରୁଚୁ କି ? ନାଇଁ ମା, ମୁଁ ଯାଉଚି କୁଆଡ଼େ ? ଆଲୋ, ଆମେ ପରା ବିଧବା ବୁଢ଼ୀ ମଣିଷ । ତମର ଏ କାମଟା ସରିଗଲା ପରେ ମତେ ଡାକିଲେ ମୁଁ ତଳଟାରେ ପଡ଼ିଥିବି । ମୋ ବାୟାଣୀ ମୋର କୁଳବଧୂ ହେବ । ଆଲୋ, ପୁରୁଷଠୋଉଁ ଆମେ ପରା ଟିକିଏ ଭୟାଳୁ । ତତେ ଏବେ ପାଞ୍ଚକଥା ମୁଁ କହି ଦିଏ- କିଆଁ କହେ ? ସେମିତି ଆଗ ଆଗକହନ୍ତି । ଏ ପରା ନୂଆକଥା ହବ । ଆଇ ସୁଲକ୍ଷଣୀ ହେଇ ଥା-ମା-ଆହା, କି ସୁନ୍ଦର ଦେହ । ମୋ ମା'ତ ସରଗର ଅପସରୀ ।" ଏଥର ବୁଢ଼ୀ ମଣିକୁ କେତେ ଗେଲ କଲେ । ମଣି ଯତ୍ନରେ ଲୁଚାଇ ରଖିଥିବା ପାଟଖଣ୍ଡି ଆଉ ଅଳଙ୍କାରଗୁଡ଼ିକ ବୁଢ଼ୀଙ୍କୁ ଦେଇ କହିଲା- "ପିଉସି ! ଏହାକୁ ନିଅ କି, ନାନୀ ଶାଶୁଘରକୁ ଗଲା ବେଳେ ତାକୁ ଦବ ।" ଏଥର ମା ଝିଅ ଦୁହିଁଙ୍କ ଆଖିରୁ ଲୁହଧାର ଗଡ଼ି ପଡ଼ିଲା । ଏଭଳି ପାଟ ତାଙ୍କ ଜନ୍ମରେ ସେ ଦେଖି ନାହାନ୍ତି । କଥାରେ ସିନା କୁବେରଭଣ୍ଡାର ବର୍ଣ୍ଣନା କରିପାରନ୍ତି, ମାତ୍ର ସତରେ କେଉଁଠି କଣ ଅଛି ? ସେ ସବୁକୁ ବୁଢ଼ୀ ଝଟ୍ କରି ଆଉ କିଏ ଦେଖିବ, କି ଡ୍ରାଇଭର୍ଟା ଦେଖିଯାଇ ସରୋଜ ପ୍ରଭୃତିଙ୍କୁ କହିଦବ, ଏଥିପାଇଁ ତାକୁ ଲୁଗାକାନିତଳେ ଲୁଚାଇ ଦେଲେ । ହାୟ, ତାଙ୍କର ଘରମଣି ମଣି କଣ ସତେ ଦେଖିବାକୁ ଯେପରି ଅସାମାନ୍ୟ ସୁନ୍ଦରୀ-ସେପରି ଗୁଣରେ କଣ ସର୍ବଗୁଣସମଳଂକୃତା । ମଣିକୁ ଏଥର ଆଦର ଗୌରବରେ ମା ଝିଅ ପୋତି ପକାଇଲେ ।
"ମା, ମା, କିଛି ଦୁଃଖ କରିବୁ ନାହିଁ- କାମଟା ସରିଗଲା ମାତ୍ରେ ମଟର ପଠେଇ ଦେଲେ ମୋର ଯେତେ କାମ ଥାଉ ମୁଁ ଆସିବି-