ପୃଷ୍ଠା:Odishara Itihas.pdf/୧୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୮
ଓଡ଼ିଶାର ଇତିହାସ ।

ମସଜିଦ ମଧ୍ୟରୁ ଗୋଟିଏ ଅଟଇ । ଏହା ମହମ୍ମଦ ତକିଙ୍କ ତ‌ତ୍ତ୍ୱାବଧାରଣରେ ନିର୍ମିତ ହୋଇଥିଲା । ଅବଶେଷରେ ୧୭୩୪ ଖ୍ରୀଷ୍ଟାବ୍ଦରେ ତକିଙ୍କର ମୃତ୍ୟୁ ଘଟିଲା । ତକି ଅତି ଅତ୍ୟାଚାରୀ ଓ ଲୋକଙ୍କର ଅପ୍ରିୟ ଶାସନକର୍ତ୍ତା ଥିଲେ । ସେ ଲୋକଙ୍କୁ ନାନାପ୍ରକାରେ କ୍ଳେଶ ଓ ପୀଡ଼ା ଦେଇଥିଲେ ।

ମୁଶହ କୁଲି ଖାଁ– ମହମ୍ମଦ ତକିଙ୍କ ଉତ୍ତାରୁ ସୁଜାଉଦ୍ଦୀନଙ୍କ ଜାମାତା ମୁର୍ଶିଦ କୁଲି ଖାଁ ଓଡିଶାର ସ‌ହକାରି ଶାସନକର୍ତ୍ତା ହେଲେ । ତାଙ୍କର ରାଜନୀତିରେ କିଛି ପାରଦର୍ଶିତା ଓ ପଟୁତା ଥିଲା । ପ୍ରତ୍ୟହ ସ୍ୱୀୟ ଶ୍ୱଶୁରଙ୍କ ନିକଟକୁ ଡ଼ାକ ଚଳାଇ ଦୁଇଥର ରାଜକାର୍ଯ୍ୟ ଓ ଅନ୍ୟାନ୍ୟ ବିଷୟରେ ଚିଟାଉ ଲେଖୁଥିଲେ । ମହମ୍ମଦ ତକିଙ୍କ ଅତ୍ୟାଚାରରେ ଜଗନ୍ନାଥଙ୍କୁ ଘେନି ପଣ୍ଡାଏ ଓ ଅନ୍ୟାନ୍ୟ ଅନେକ ଲୋକେ ପଲାଇଥିଲେ । ସେଥିରେ ଦେଶର ରାଜସ୍ୱ ଊଣା ହୋଇଥିଲା । ମୁର୍ଶିଦ କୁଲି ସେ ଘଟନାକୁ କ୍ଷତିକର ବୁଝି ଜଗନ୍ନାଥଦେବଙ୍କୁ ପୁନର୍ବାର ଆନୟନ କରି ମନ୍ଦିର ମଧ୍ୟରେ ସ୍ଥାପନ କରିବା ସକାଶେ ଆଦେଶ ଦେଲେ । ତାଙ୍କ ଦେଓଆନ ମିର ହବୀବଙ୍କ ପରାମର୍ଶରେ ଦେଶର ରାଜସ୍ୱସମ୍ବନ୍ଧୀୟ ଅନେକ ଉନ୍ନତି ସାଧିତ ହୋଇଥିଲା । ବଙ୍ଗଦେଶରେ ଟଙ୍କାକୁ ଚାଉଳ ଆଠମହଣ ହୋଇଥିବାର କଥିତ ଅଛି ।

ଆଲିବର୍ଦି ଖାଁ—ସୁଜାଉଦ୍ଦୀନ ୧୭୩୯ ଖ୍ରୀଷ୍ଟାବ୍ଦରେ ଶରୀର ତ୍ୟାଗ କଲେ । ସର୍ଫରାଜ ଖାଁ ବଙ୍ଗ, ବେହାର ଓ ଓଡିଶାର ଶାସନକର୍ତ୍ତା ନିଯୁକ୍ତ ହେଲେ । କିନ୍ତୁ ତ‌ହିଁଆର ବର୍ଷ ସର୍ଫରାଜଙ୍କୁ ପରାସ୍ତ କରି ଆଲବର୍ବ୍ଦି ଖାଁ ବଙ୍ଗଦେଶର ସିଂହାସନ ଅଧିକାର କଲେ । ତଦନନ୍ତର ସେ ଓଡିଶାର ସହକାରୀ ଶାସନକର୍ତ୍ତା ମୁର୍ଶିଦ କୁଲିଙ୍କି ଓଡ଼ିଶା ଶାସନଭାର ତ୍ୟାଗ କରିବା ସକାଶେ ଆଦେଶ ଦେଲେ । ସେଥିରେ ମୁର୍ଶିଦ ଅସ୍ୱୀକୃତ ହେବାରୁ, ଆଲିବର୍ବ୍ଦି ୧୨ ହଜାର ଲୋକ ଘେନି ତାଙ୍କ ବିରୁଦ୍ଧରେ ଓଡ଼ିଶା ଦିଗକୁ ଯାତ୍ରା କଲେ । ମୁର୍ଶିଦ କୁଲି ଖୋର୍ଦ୍ଧା ରାଜା ବୀରକିଶୋର ଦେବଙ୍କଠାରୁ ସାହାଯ୍ୟ ଲଭିଥିଲେ । ବାଲେଶ୍ୱର ଉତ୍ତରରେ ମୁର୍ଶିଦ ପରାଭୂତ ହେଲେ ଓ ଜାହାଜରେ ଚଢ଼ି ମଛଲିପଟନ‌କୁ ଗମନ କଲେ । ତଦନନ୍ତର ଆଲିବର୍ଦ୍ଦି କଟକଠାକୁ ଆସି ସଏଦ ଅହମ୍ମଦଙ୍କୁ ଓଡିଶାର ଶାସନକର୍ତ୍ତା ନିଯୁକ୍ତ କଲେ । ତେତେବେଳକୁ ଦିଲ୍ଲୀର ସମ୍ଭ୍ରାଟ୍ ନିତାନ୍ତ କ୍ଷମତାହୀନ ହୋଇଥିଲେ । ଆଲିବର୍ଦ୍ଦିଙ୍କ କାର୍ଯ୍ୟରେ କୌଣସି ଆପତ୍ତି ଉତ୍ଥାପନ କରିବାକୁ ସୁଦ୍ଧା ତାଙ୍କର ବିଶେଷ କ୍ଷମତା ନ ଥିଲା । ଓଡ଼ିଶାରେ ନୂତନ ଶାସନକର୍ତ୍ତା ସଏଦ ଅହମ୍ମଦ ଲୋକରେ ଅପ୍ରିୟ ହୋଇ ଓଡ଼ିଶାରେ ବନ୍ଦୀଭୂତ ହେଲେ । ବଖିର ଖାଁ ନାମକ ଆଉ ଜଣେ ମୁସଲମାନ ଓଡ଼ିଶାର ଶାସନଭାର ଗ୍ରହଣ କଲେ ।ଆଲିବର୍ଦ୍ଦି ସେ