ଖ୍ରୀଷ୍ଟିୟାନ୍ମାନେ ଭାରତ ପାଇଁ କଅଣ କରିପାରନ୍ତି ? (୨୦ ସେପ୍ଟେମ୍ବର, ଦଶମ ଦିବସର ଅଧ୍ଵବେଶନରେ ପ୍ରଦତ୍ତ ଭାଷଣ) ଖ୍ରୀଷ୍ଟିୟାନ୍ମାନେ ସର୍ବଦା ସ୍ପଷ୍ଟ କଥା ଶୁଣିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍, ଏବଂ ମୋର ବୋଧହୁଏ, ଯଦି ମୁଁ ତୁମମାନଙ୍କର ଟିକିଏ ସମାଲୋଚନା କରେ, ତହିଁରେ ତୁମେ କିଛି ମନେ କରିବ ନାହିଁ । ତୁମେ ଖ୍ରୀଷ୍ଟିୟାନ୍ମାନେ ପୌତ୍ତଳିକମାନଙ୍କର ଆତ୍ମାକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେମାନଙ୍କ ନିକଟକୁ ଧର୍ମପ୍ରଚାରକ ପଠାଇବା ପାଇଁ ଖୁବ୍ ଉଦ୍ଗ୍ରୀବ; କିନ୍ତୁ କହ ଦେଖି, ଅନାହାର ଓ ଦୁର୍ଭିକ୍ଷ କବଳରୁ ସେମାନଙ୍କ ଦେହଗୁଡ଼ିକୁ ବଞ୍ଚାଇବା ପାଇଁ କିଛି ଚେଷ୍ଟା କର ନାହିଁ କାହିଁକି ? ଭାରତବର୍ଷରେ ଭୟଙ୍କର ଦୁର୍ଭିକ୍ଷ ସମୟରେ ସହସ୍ର ସହସ୍ର ମଣିଷ କ୍ଷୁଧାରୁ ମୃତ୍ୟୁମୁଖରେ ପତିତ ହୁଅନ୍ତି; କିନ୍ତୁ ତୁମେ ଖ୍ରୀଷ୍ଟିୟାନମାନେ କିଛିହେଲେ କରିନାହଁ । ତୁମେ ଭାରତର ସର୍ବତ୍ର ଗୀର୍ଜା ନିର୍ମାଣ କର । ପ୍ରାଚ୍ୟ ଜଗତରେ ସର୍ବାଧିକ ଅଭାବ ବସ୍ତୁ ଧର୍ମ ନୁହେଁ, କାରଣ ଧର୍ମ ତାଙ୍କର ପ୍ରଚୁର ପରିମାଣରେ ଅଛି । ଭାରତର କୋଟି କୋଟି ଆଉଁ ନରନାରୀ ଶୁଷ୍କ କଣ୍ଠରେ କେବଳ ଅନ୍ନମୁଠିଏ ଚାହୁଁଛନ୍ତି । ସେମାନେ ଅନ୍ନ ଚାହୁଁଛନ୍ତି, ଆଉ ଆମେ ତାଙ୍କୁ ପ୍ରସ୍ତରଖଣ୍ଡ ଦେଉଛୁ । କ୍ଷୁଧାଉଁ ମଣିଷକୁ ଧର୍ମକଥା ଶୁଣାଇବା ବା ଦର୍ଶନଶାସ୍ତ୍ର ଶିଖାଇବା ଅର୍ଥ ତାହାକୁ ଅପମାନିତ କରିବା । ଭାରତରେ ଯଦି କେହି ପାରିଶ୍ରମିକ ନେଇ ଧର୍ମପ୍ରଚାର କରେ, ତେବେ ତାକୁ କାତିଚ୍ୟୁତ ହେବାକୁ ପଡ଼େ, ସମସ୍ତେ ତାକୁ ଘୃଣା କରନ୍ତି । ମୁଁ ମୋ ଦରିଦ୍ର ଦେଶବାସୀଙ୍କ ପାଇଁ ତୁମମାନଙ୍କ ନିକଟରୁ ସାହାଯ୍ୟ ମାଗିବାକୁ ଆସିଥିଲି, କିନ୍ତୁ ଖ୍ରୀଷ୍ଟିୟାନ୍ ଦେଶରେ ଖ୍ରୀଷ୍ଟିୟାନ୍ମାନଙ୍କ ନିକଟରୁ ଅଣଖ୍ରୀଷ୍ଟିୟାନମାନଙ୍କ ପାଇଁ ସାହାଯ୍ୟ ଲାଭ କରିବା ଯେ କି ଦୁରୂହ କଥା, ଏବେ ବିଶେଷଭାବରେ ତାହା ଉପଲବ କରୁଛି । ( ଶେଷରେ ସନାତନ ଧର୍ମର ପୁନର୍ଜନ୍ମବାଦ ସମ୍ବନ୍ଧରେ କିଛି କହି ସେ ବକ୍ତୃତା ଶେଷ କଲେ ।) (୨୨ ସେପ୍ଟେମ୍ବର ଶୁକ୍ରବାର ଦ୍ବାଦଶ ଦିବସର ଅଧିବେଶନରେ ହିନ୍ଦୁଧର୍ମ ସମ୍ବନ୍ଧରେ ଅନେକ କଥା କୁହା ହୋଇଥିଲା । ସେହିଦିନ ସ୍ଵାମୀ ବିବେକାନନ୍ଦ ସନାତନ ଧର୍ମ ସମ୍ବନ୍ଧରେ ଅନେକ କଥା କହିଥିଲେ । ନାନା ମତାବଲମ୍ବୀ ନରନାରୀମାନେ ଅତିଶୟ ଆଗ୍ରହ ସହକାରେ ତାଙ୍କୁ ବହୁ ଧର୍ମବିଷୟକ ପ୍ରଶ୍ନ କରିଥିଲେ । ସେ ମଧ୍ୟ ତତ୍କ୍ଷଣାତ୍ ଅତି ନିପୁଣତାର ସହିତ ସେହି ସକଳ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କର କୌତୁହଳ ଚରିତାର୍ଥ କରିଥିଲେ । ସେଦିନ ସେ ସେମାନଙ୍କ ହୃଦୟରେ ହିନ୍ଦୁଧର୍ମ ସମ୍ବନ୍ଧରେ ଏପରି କୌତୁହଳ ଉଦ୍ଦୀପିତ କରିଥିଲେ ଯେ, ସେମାନେ ସମସ୍ତେ ସମବେତ ହୋଇ ତାଙ୍କୁ ସନାତନ ଧର୍ମ ସମ୍ବନ୍ଧରେ ଦିନେ ଅନ୍ୟତ୍ର ବକ୍ତୃତା ଦେବା ପାଇଁ ଅନୁରୋଧ କରିଥିଲେ, ସେ ମଧ୍ୟ ତହିଁରେ ସ୍ବୀକୃତି ଦେଇଥିଲେ ।)
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୯
ଦେଖଣା